ହେଡଲାଇନସ୍:

କିଟ୍‍ ବିଶ୍ୱବିଦ୍ୟାଳୟକୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କିଟ୍‍ ବିଶ୍ୱବିଦ୍ୟାଳୟକୁ ଏଆଇସିଟିଇ ପକ୍ଷରୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି । କୋଭିଡ୍‍ ସମୟରେ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ସକାଶେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୧୩ଟି ବିଭିନ୍ନ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କୋଭିଡ଼ ପରବର୍ତ୍ତୀ ପୁନର୍ବିକାଶ ଓ ଥଇଥାନ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ବିଭାଗରେ ଭାରତର ପ୍ରଥମ ଓ ଏକମାତ୍ର ଅନୁଷ୍ଠାନ  ଭାବେ କିଟ୍‍ ବିଶ୍ୱବିଦ୍ୟାଳୟକୁ ପୁରସ୍କାର ପ୍ରଦାନ କରାଯାଇଛି । କୋଭିଡ଼ ସମୟରେ ଯେଉଁ ଅନୁଷ୍ଠାନ ମାନେ ଭଲ କାମ କରିଛନ୍ତି ସେହି ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟକୁ ଏଆଇସିଟିଇ ସ୍ୱୀକୃତି ପ୍ରଦାନ କରିଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ଏଆଇସିଟିଇ ବିଭିନ୍ନ ଅନୁଷ୍ଠାନମଧ୍ୟରେ ‘ଉକ୍ରୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର-୨୦୨୦’ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଦେଶର ବୃଦ୍ଧି ଓ ବିକାଶ ପାଇଁ ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଦିଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ବିଭାଗରେ ଅନୁଷ୍ଠାନ  ଓ ଛାତ୍ରଛାତ୍ରୀଙ୍କ ବିଶେଷ ସୃଜନଶୀଳ ଦକ୍ଷତା ଓ କାର୍ଯ୍ୟ ପାଇଁ ଆଜି ଏକ ଭର୍ଚୁଆଲ୍‍ କାର୍ଯ୍ୟକ୍ରମରେ ପୁରସ୍କାର ଘୋଷଣା କରାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନୀଲ୍‍ ଡି ସହସ୍ରବୁଦ୍ଧେଙ୍କ ସମେତ ବହୁ ବିଶିଷ୍ଟ ଶିକ୍ଷାବିତ୍‍ଙ୍କ ଉପସ୍ଥିତିରେ ପୁରସ୍କାର ପ୍ରଦାନ କରାଯାଇଥିଲା ।

0
0
0
s2sdefault