ହେଡଲାଇନସ୍:

କୋଭିଡ କମାଣ୍ଡର ତଥା ତହସିଲଦାରଙ୍କ ବିରୋଧରେ ତଦନ୍ତ ଓ ବଦଳି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ପ୍ରଦାନ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା କୋଭିଡ କମାଣ୍ଡର ଦାୟୀତ୍ବରେ ଥିବା କୋଲାବିରା ତହସିଲଦାର ଗୋଲୋକ ବିହାରୀ ମଙ୍ଗରାଜଙ୍କ ବିରୋଧରେ ତଦନ୍ତ କରିବା ପାଇଁ ତଥା ତାଙ୍କର ବଦଳି ପାଇଁ ଦାବୀ ଜଣାଇ ବ୍ରଜରାଜନଗର ଅଞ୍ଚଳର ବ୍ୟବସାୟୀ ଓ ଜନସାଧାରଣ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଦେଇଥିବା ଜଣାପଡ଼ିଛି। 

ସୂଚନାନୁଯାୟୀ, ପତ୍ରରେ କୋଲାବିରା ତହସିଲଦାରଙ୍କ ବିରୋଧରେ ଅନୁରୋଧ କରାଯାଇଛି ଯେ ତାଙ୍କ ବିରୁଦ୍ଧରେ ଆସିଥିବା ଜାଲ ପ୍ରମାଣପତ୍ର ପ୍ରଦାନ କରି ଚାକିରି, ପଦୋନ୍ନତି ଓ ବିଦେଶ ଗସ୍ତର ଅଭିଯୋଗ ଉପରେ କୌଣସି ସମାଜସେବୀ ସଂଗଠନ ପକ୍ଷରୁ କରାଯାଉ। ଲକଡାଉନ ସମୟରେ ସେ ମାଡ଼ ମାରିଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ, ବେପାରୀ ମାନଙ୍କୁ ଅଯଥା ହଇରାଣ କରିବା, ଉପର ମହଲରେ ଥିବା ନିଜ ପ୍ରଭାବ ପାଇଁ କାର୍ଯ୍ୟକ୍ଷେତ୍ରରେ ନିଜ ପାଇଁ ଅନୁକୂଳ ବ୍ୟବସ୍ଥା କରିବା ଭଳି ଅଭିଯୋଗର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଏହା ବ୍ୟତୀତ ସେ ଏକ ଉଚ୍ଚ ପଦବୀରେ ଥିବା ଯୋଗୁଁ ତଦନ୍ତ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ସମ୍ଭାବନା ଥିବାରୁ, ତାଙ୍କୁ ଝାରସୁଗୁଡ଼ା ଅଞ୍ଚଳରୁ ତୁରନ୍ତ ବଦଳି କରି ଅନ୍ୟ ଜିଲ୍ଲାକୁ ପଠାଇବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। 

ପତ୍ରରେ ଉଲ୍ଲେଖ କରାଯାଇଛି ଯେ ତହସିଲଦାର ପ୍ରତିଶୋଧ ପରାୟଣ ହୋଇ ବ୍ୟବସାୟୀ ମାନଙ୍କ ଦୋକାନକୁ ପୋଲିସ ବଳ ଲଗାଇ ସିଲ କରିଦେଉଛନ୍ତି। ଯଦିବା କୋଭିଡ କମାଣ୍ଡର ଭାବରେ ତାଙ୍କର କାହାକୁ ମାଡ଼ ମାରିବାର ଅଧିକାର ନାହିଁ, ସେ ବାରମ୍ବାର ଲୋକଙ୍କୁ ଲାଠିରେ ମାଡ଼ ମାରି ଲୋକଙ୍କ ମଧ୍ୟରେ ଭୟ ଉଦ୍ରେକ କରାଉଛନ୍ତି।

0
0
0
s2sdefault