ହେଡଲାଇନସ୍:

ଫାଇଟରର ଫାଇଟ ରେ ସାମିଲ ହେଲେ ସାଂସଦ ଓ ବିଧାୟକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

15-05-18-NILA2W.jpg - 94.19 kB

କ୍ୟାନସର ହସ୍‌ପିଟାଲ ଦାବି ଜୋର୍‌ ଧରିଲା: ଦାବିପତ୍ର ପ୍ରଦାନ 

ବରଗଡ଼/ନୀଳ ଦୀପ -ବରଗଡ଼ରେ କ୍ୟାନସର ଟ୍ରିଟମେଣ୍ଟ ଓ ରିସର୍ଚ୍ଚ ହସପିଟାଲ ସ୍ଥାପନ କରିବାକୁ ନେଇ ଏଠାରେ ଦାବି ଜୋର ଧରି ବସିଛି। ଏହି ପରିପ୍ରେକ୍ଷୀରେ ସୋମବାର କ୍ୟାନସର ପୀଡ଼ିତଙ୍କୁ ନେଇ ଗଠିତ ଅନୁଷ୍ଠାନ ଫାଇଟର୍ସ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର  ପ୍ରଦାନ କରିଛନ୍ତି। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ତପିରାମ ମାଝି ସ୍ମାରକପତ୍ର ଗ୍ରହଣ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖିତ ରହିଛି, ଓଡ଼ିଶାରେ ଏକ କ୍ୟାନସର ଟ୍ରିଟମେଣ୍ଟ ଓ ରିସର୍ଚ୍ଚ ହସପିଟାଲ ସ୍ଥାପନ ପାଇଁ ନିକଟରେ ଟାଟା ଟ୍ରଷ୍ଟ ସହିତ ଏମଓୟୁ ସ୍ବାକ୍ଷରିତ ହୋଇଛି। ତେବେ ସବୁଦିଗରୁ ଏହି ହସପିଟାଲ ବରଗଡ଼ରେ ସ୍ଥାପନା କରିବା ଅତ୍ୟାବଶ୍ୟକୀୟ ହୋଇପଡ଼ିଛି।

ସ୍ମାରକପତ୍ରରେ ଆହୁରି ଦର୍ଶଯାଇଛି,ଦେଶରେ ବାର୍ଷିକ ପାଖାପାଖି ୧୭ଲକ୍ଷ ୩୦ହଜାର ଲୋକେ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି। ତେବେ ତନ୍ମଧ୍ୟରୁ ୮୦ହଜାରରୁ ୧ଲକ୍ଷ ଆକ୍ରାନ୍ତ ଓଡ଼ିଶାର ହୋଇଥିବାବେଳେ ଏଥିରୁ ୭୦ ପ୍ରତିଶତ ପଶ୍ଚିମଓଡ଼ିଶାର ଅଟନ୍ତି। ପଶ୍ଚିମଓଡ଼ିଶାରେ ଯେଉଁ ୭୦ପ୍ରତିଶତ ଆକ୍ରାନ୍ତ ଅଛନ୍ତି, ସେଥିରୁ ୬୦ପ୍ରତିଶତ ଆକ୍ରାନ୍ତ କେବଳ ବରଗଡ଼ ଜିଲାର ଅଟନ୍ତି। ଆବଶ୍ୟକ ଚିକିତ୍ସା ତଥା ତତ୍କାଳ ସ୍ବାସ୍ଥ୍ୟସେବା ମିଳିପାରୁ ନଥିବା ଯୋଗୁ ଜିଲାରେ ଏହି ହାର ବଢ଼ିବାରେ ଲାଗିଛି। ପଶ୍ଚିମଓଡ଼ିଶାର ବରଗଡ଼କୁ ସବୁଆଡ଼ୁ ରେଳ, ବସ୍‌ ଆଦି ଯାତାୟାତ ସେବା ଆଦି ରହିଥିବା ଦୃଷ୍ଟିକୋଣରୁ ବରଗଡ଼ରେ ଟାଟା ଟ୍ରଷ୍ଟ ସହିତ ଏମଓୟୁ ସ୍ବାକ୍ଷରିତ କ୍ୟାନସର ଟ୍ରିଟମେଣ୍ଟ ଓ ରିସର୍ଚ୍ଚ ହସପିଟାଲ ସ୍ଥାପନ କରିବା ଜରୁରୀ ହୋଇ ପଡ଼ିଛି ବୋଲି ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇ ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ଏହା ସହିତ ଏ ନେଇ ରାଜ୍ୟସଭା ଏମପି ପ୍ରସନ୍ନ ଆଚାର୍ଯ୍ୟ, ଲୋକସଭା ଏମପି ଡଃ ପ୍ରଭାସ ସିଂ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ବରଗଡ଼ ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଫାଇଟର୍ସ ଗ୍ରୁପ ପକ୍ଷରୁ କୁହାଯାଇଛି। 

ବରଗଡ଼ ଡିପିଇପି ହଲରେ ଫାଇଟର୍ସ ଗ୍ରୁପ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ସମବେତ ହୋଇଥିଲେ। ସେଠାରେ ବରଗଡ଼ରେ କ୍ୟାନସର ହସପିଟାଲ ସ୍ଥାପନର ଆବଶ୍ୟକତା ନେଇ ଆଲୋଚନା ହୋଇଥିଲା । ଏହାପରେ ସମସ୍ତେ ଏକ ଶୋଭାଯାତ୍ରାରେ ଯାଇ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଫାଇଟର୍ସ ଗ୍ରୁପର ସଭାପତି ଦୁର୍ଗାପ୍ରସାଦ ଅଗ୍ରୱାଲ, ସମ୍ପାଦକ ବିଜନକାନ୍ତ ମିଶ୍ର, କୋଷାଧ୍ୟକ୍ଷ ବିଶ୍ୱଜିତ ବାରିକଙ୍କ ନେତୃତ୍ୱରେ ସମସ୍ତେ ସ୍ମାରକପତ୍ର ଦେବାକୁ ଯାଇଥିଲେ। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଲୋକସଭା ଏମପି ଡଃ ପ୍ରଭାସ ସିଂ, ଡା. ରାମକୃଷ୍ଣ ପୁରୋହିତ, ଡି.ମୁରଲୀକ୍ରୀଷ୍ଣା, ଇଂ ଦେବବ୍ରତ ମିଶ୍ର, ଡା. ସୁବଳ କର, ଅନନ୍ତ ଶୟନ ପାଢ଼ୀ, ପାଣ୍ଡବ କର୍ଣ୍ଣ, ଆନନ୍ଦ ପ୍ରଧାନ, ପ୍ରୀତମ ସିଂ, ମିନତୀ ପତି, ପ୍ରତାପ ଦାଶ, ପ୍ରତିଭା ବାରିକ ପ୍ରମୁଖ ଏଥିରେ ସାମିଲ୍‌ ଥିଲେ।

0
0
0
s2sdefault