ହେଡଲାଇନସ୍:

"ମାର୍ଚ୍ଚ ସୁଦ୍ଧା କୋଭିଡ ଟୀକା, ମୁଁ ପ୍ରଥମ ଡୋଜ ନେବାକୁ ପ୍ରସ୍ତୁତ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ): “ମାର୍ଚ୍ଚ ୨୦୨୧ ସୁଦ୍ଧା ଭାରତରେ  କୋଭିଡି ଟିକା ଉପଲବ୍ଧ ହେବ। ଟିକାଗୁଡ଼ିକର ସୁରକ୍ଷା ଦିଗକୁ ନେଇ ଭୟ ଦୂର କରିବା ପାଇଁ ଓ ଲୋକଙ୍କ ମନରେ ଯଦି କିଛି ଅବିଶ୍ୱାସ ତାକୁ ଦୂର କରିବା ସକାଶେ ମୁଁ ଟୀକାକରଣର ପ୍ରଥମ ଡୋଜ  ନେବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନ | ରବିବାର ଦିନ ତାଙ୍କ 'ସମ୍ୱାଦ' ପ୍ଲାଟଫର୍ମ ବ୍ୟବହାର କରି ସୋସିଆଲ ମିଡିଆ ଅନୁସରଣକାରୀଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଏ ବିଷୟରେ ସୂଚନା ଦେବା ସହ ସେ ଆହୁରି କହିଛନ୍ତି ଯେ ଟୀକାକରଣ ପାଇଁ କୌଣସି  ତାରିଖ ସ୍ଥିର କରାଯାଇ ନ ଥିବାବେଳେ ଏହା ୨୦୨୧ ର ପ୍ରଥମ ତ୍ରିମାସିକ ସୁଦ୍ଧା ପ୍ରସ୍ତୁତ ହୋଇଯିବ | 

ଟୀକାକରଣର ମାନବ ପରୀକ୍ଷା ଏବଂ COVID-19 ପାଇଁ ଭ୍ୟାକ୍ସିନ୍ ଆଡମିନିଷ୍ଟ୍ରେସନ୍ ଉପରେ କଣ କଣ ସତର୍କତା ଅବଲମ୍ବନ କରାଯିବ ଓ କି କି ପଦ୍ଧତିକୁ ପାଳନ କରାଯିବ, ସେ ନେଇ  ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପାଲ,ଙ୍କ ଅଧ୍ୟକ୍ଷତାରେ ଏକନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ବିସ୍ତୃତ ରଣନୀତି ପ୍ରସ୍ତୁତ କରୁଛନ୍ତି | ସର୍ବାଧିକ ଲୋକଙ୍କୁ କିପରି  ଟୀକା ପ୍ରଦାନ କରିହେବ, ଟୀକାର ମୂଲ୍ୟ, କୋଲ୍ଡ-ଚେନ୍ ଆବଶ୍ୟକତା, ଉତ୍ପାଦନ ସମୟ ସୀମା ଇତ୍ୟାଦି ଭଳି ପ୍ରସଙ୍ଗଗୁଡ଼ିକ ଉପରେ ସବିଶେଷ ତର୍ଜ୍ଜମା ଜାରି ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ବରିଷ୍ଠ ନାଗରିକ ତଥା ହାଇ ରିସ୍କ ସେଟିଙ୍ଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ  ଜରୁରୀକାଳୀନ COVID-19 ଟୀକାକରଣ ଉପରେ ବିଚାର କରୁଛନ୍ତି। ଏହି ଟିକା ପ୍ରଥମେ ଦେୟ କ୍ଷମତା ନିର୍ବିଶେଷରେ ଯେଉଁମାନଙ୍କ ପାଇଁ ନିହାତି ଆବଶ୍ୟକ, ସେମାନଙ୍କ ପାଇଁ ଉପଲବ୍ଧ ହେବ। ”

0
0
0
s2sdefault