କାଶଲ ପୁରା ଜଙ୍ଗଲ ରୁ ଜବତ ହେଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟାଟା ପିକଅପ ଓ ହୋଣ୍ଡା ସିଟି ଗାଡି ଜବତ, ୪ ଗିରଫ

ବୀରମହାରାଜ ପୁର ରୁ ବିନୋଦ ପାଣ୍ଡେ / ରେଢାଖୋଲ ରୁ ଯଶୋବନ୍ତ ନାରାୟଣ ସାହୁ ଙ୍କ ରିପୋର୍ଟ )  ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ । ଏକ ନୂଆ ଟାଟା ପିକଅପରେ ୪ କୁଇଣ୍ଟାଲ ୮୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର ଏସଟିଏଫ ଖବର ପାଇଥିଲା । ଖବର ଅନୁସାରେ କାଶଲ ପୁର ଜଙ୍ଗଲରେ ଚଢାଉ କରି ସଂପୃକ୍ତ ଗଞ୍ଜାଇ ସହ ଟାଟା ପିକଅପ ଓ ହୋଣ୍ଡା ସିଟି ଗାଡିକୁ ଜବତ କରିଛି ପୋଲିସ  । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଜଣା ପଡିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣକୁ ଗିରଫ କରିଛି ପୋଲିସ । ଏଥି ସହ ଏକ ଟଙ୍କା ଭର୍ତ୍ତି ବ୍ୟାଗ ମଧ୍ୟ ଜବତ ହୋଇଛି । ସେଥିରେ ୯ ଲକ୍ଷ ୭୭ ହଜାର ୨ ଶହ ଟଙ୍କା ଥିବା ପୋଲିସ ସୁଚନା ଦେଇଛି । ତେବେ ଏହି ଅଞ୍ଚଳରେ ବାରମ୍ବାର ଗଞ୍ଜେଇ କାରବାର ହେଉଥିବା ଅଭିଯୋଗ ହେଉଛି । ପୋଲିସର ନାକ ତଳେ ଗଞ୍ଜେଇ କାରବାର ଚାଲିଥିବାବେଳେ କିଭଳି ସୁରାକ ପାଉନି ସ୍ଥାନୀୟ ପୋଲିସ । ଏନେଇ ସନ୍ଦେହ ସୃଷ୍ଟି ହେଉଛି । ଏହି ଗଞ୍ଜେଇ ଚୋରା ଚାଲାଣର ଅଭିଯୁକ୍ତମାନେ ହେଲେ କାଶଲପୁରା ର ନାରାୟଣ ପାତ୍ର, ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ କଦଳିଗଡ ଗ୍ରାମର ସଞ୍ଜୟ ମେଶ୍ବା, ହିଲୁଙ୍ଗର ସୌରଭ କୁମାର ବାରିକ ଓ ମଧ୍ୟ ପ୍ରଦେଶ ର ଶୁଶିଲ ମିଶ୍ର ।

0
0
0
s2sdefault