ପଦ୍ମପୁର ଅଂଚଳରୁ ପୁଣି ଚୋରି ହେଲା ସବୁଜ ହୀରା, ଲୋକଙ୍କ ଅଭିଯୋଗ "ବାବୁ ଜାଣି କାମ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା କେନ୍ଦୁପତ୍ର ରେଂଜ ଅଧିନସ୍ଥ ସର୍ଗବାହାଲ କେନ୍ଦୁପତୁ ଅଫିସ ପରିସରରେ ଥିବା ଇଛାପାଲି ପତ୍ର ଫଡିରୁ ପ୍ରାୟ ତିନି ଲକ୍ଷ ଅଶି ହଜାର ଟଙ୍କା ମୂଲ୍ୟର କେନ୍ଦୁପତ୍ର ଚୋରି ହୋଇଥିବା ପଦ୍ମପୁର ଥାନାରେ ଅଭିଯୋଗ ହୋଇଛି । ମେଲଛାମୁଣ୍ଡା କେନ୍ଦୁପତ୍ର ରେଂଜର ପହିଲ ବେହେରାଙ୍କ ଅଭିଯୋଗ କରିଛନ୍ତି । ୧୨/୦୯/୨୦୨୦ ସକାଳ ୬ଟା୩୦ ରେ  ଜଗୁଆଲି ଜଣକ ରେଜଂର ବେହେରାଙ୍କୁ ଚୋରି ସମ୍ବନ୍ଧରେ ଫୋନେଯାଗେ ଜଣାଇଥିଲା । ଏହା ପରେ ରେଂଜର ତାଙ୍କର ଉପରିସ୍ତ ଅଧିକାରୀ ଙ୍କୁ ଜଣାଇଲେ ଏବଂ ସମସ୍ତେ ଘଟଣା ସ୍ଥାଲରେ ପହଞ୍ଚି  ଜାଣିଥିଲେ  ସେଠୁ ୧୮ ବସ୍ତା ଓ ୧୩୧ ଟି ବିଡା କେନ୍ଦୁପତ୍ର ଚୋରିହୋଇଥିବା ସୁନିଶ୍ଚିତ ହେବା ପରେ ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ । ପାଖାପାଖି ଚାରିଲକ୍ଷର ସରକାରି ସମ୍ପତିକୁ ଗୋଦାମ ଭିତରେ ସୁରକ୍ଷିତ ସ୍ଥାନରେ ନ ରଖି ଖାମଖିଆଲିଭାବରେ କାହିଁକି ଏକ ଖୋଲା ବାରଣ୍ଡାରେ ରଖିଲେ, ଏହା ଭୁଥିଲା ନାଁ ଯୋଜନା ଥିଲା । ଏହାସହ ଦୁଇ  ଜଣ ରାତ୍ରଜଗୁଆଲି ଥାଇ କିପରି ଗୋଟିଏ ଟ୍ରକରେ ଭର୍ତ୍ତି ହେବା ପରିମାଣର କେନ୍ଦୁପତ୍ର ଚୋରି ହୋଈଗଲା । ଯାହା ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି । ଏହାସହିତ ଯେଉଁ ପାଖା ପାଖି 12 ଜଣ କର୍ମଚାରୀ  ପତ୍ର ବନ୍ଧିବା କାର୍ଯ୍ୟରେ ନିୟୋଜିତ ଥିଲେ ସେମାନେ ରାତ୍ରିରେ ସେଠାରେ ଥାଇମଧ୍ୟ ଜାଣିପାରିଲେ ନାହିଁ ତାହା ମଧ୍ୟ  ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି । ଏହି କେନ୍ଦୁପତ୍ର ଚୋରି ରାକେଟରେ ବିଭାଗୀୟ ଅଧିକାରୀ ସମ୍ପୄକ୍ତ ଥିବା ସନ୍ଦେହ ସୄଷ୍ଟି କରୁଛି । ଏଠାରେ ପ୍ରଶ୍ନ ଉଠେ ଦୁଇ ,ଦୁଇଟି ରାତ୍ରି ଜଗୁଆଳି ଥାଇମଧ୍ୟ କିପରି ଗୋଟିଏ ଟ୍ରକ କେନ୍ଦୁପତ୍ର ଚୋରିହେଲା । ଚୋରିମାଲ ଗଲା କୁଆଡେ , ପଦ୍ମପୁର  ଅଞ୍ଚଳରେ ସକ୍ରିୟଥିବା ଚୋରାବିଡି କାରଖାନାକୁ ନା ବଙ୍ଗାଳକୁ  , କାରଣ ଗତବର୍ଷ ଏହି ଅଞ୍ଚାଳର ଚୋରା କେନ୍ଦୁପତ୍ର ଓଡ଼ିଶା ବଙ୍ଗାଳ ସୀମାରେ ଧରାପଡିଥିଲା । 

ପଦ୍ମପୁର ଅଂଚଳରୁ ପୁଣି ସବୁଜ ହୀରା ଚୋରି ହେବା ଘଟଣା ବିଭାଗୀୟ କର୍ମଚାରୀଙ୍କ ସ୍ୱଚ୍ଛତା ଓ ସାଧୁତା ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି | ଲୋକଙ୍କ ଅଭିଯୋଗ ଅନୁଯାୟୀ ଇଏ ବାବୁ ଜାଣି କାମ ନୁଁହେତ ବୋଲି ପ୍ରଶ୍ନ ଉଠିଛି | ଏପଟେ ଥାନାରେ ଅଭିଯୋଗ ହୋଈଛି ୬୫ ହଜାର ହଜାର ଟଙ୍କାର ପତ୍ର ଚୋରି ହୋଇଛି | ହେଲେ  ରେଞ୍ଜର  ପହିଲ ବେହେରା  ନିଜ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ୩. ୮୦ ଲକ୍ଷ ଟଙ୍କାର ପତ୍ର ଚୋରି ହୋଇଛି | ଏଥିରୁ ମଧ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ସନ୍ଦେହ ହେବା ସ୍ୱାଭାବିକ .

0
0
0
s2sdefault