ହେଡଲାଇନସ୍:

୨୪ ଘଣ୍ଟା ଭିତରେ ଆକ୍ରାନ୍ତ ସଂଖ୍ୟା ଟପିଲା ପଞ୍ଚାନବେ ହଜାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ଏପଟେ ଭାରତ ସରକାର କିଛି ସ୍କୁଲ ଓ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ  ନିଷ୍ପତ୍ତି ନେଇଥିବା ବେଳେ ଭାରତରେ କରୋନା ସଂକ୍ରମଣ ପରିସ୍ଥିତିକୁ ଗୁରୁତର କରୁଛି । ଆଜି ବି ଲଗାମ ଛଡ଼ା ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ କରୋନା ମୃତ୍ୟ | ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୯୫,୭୩୫   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୧୭୨   ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୪୪,୬୫,୮୬୪ ହୋଇଥିବା ବେଳେ ଏ ଯାବତ ଦେଶରେ ୩୪୭୧୭୮୪  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୯୧୯୦୧୮  ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୫୦୬୨ ରେ ପହଂଚିଛି | 

ଏଯାବତ ଦେଶରେ ମୋଟ ୫,୨୯,୩୪,୪୩୩  କୋଭିଡ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ନମୁନା ଯାଞ୍ଚ ହୋଇଛି ୧୧,୨୯,୭୫୬ ଟି |

0
0
0
s2sdefault