ହେଡଲାଇନସ୍:

ଦ୍ୱିତୀୟ ଦିନରେ ସୂଚନା ଅଧିକାର କର୍ମୀଙ୍କ ଧାରଣା : ସମର୍ଥନ ଜଣାଇଲେ ବିଧାୟିକା  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଇଟିଡିଏ ମହାଦୁର୍ନୀତି ପ୍ରସଙ୍ଗ

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  - ଆଜି ଦ୍ୱିତୀୟ ଦିନରେ ଧାରଣାରେ ବସିଛନ୍ତି ସୂଚନା ଅଧିକାର କର୍ମୀ ସୁଶୀଲ ଗୁପ୍ତା | ଗତକାଲି ଠାରୁ ସୁଶୀଲ ସୁନ୍ଦରଗଡ଼ ଆଇଟିଡିଏ କାର୍ଯ୍ୟାଳୟରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଓ ଆଦିବାସୀ ପିଲାଙ୍କ କୁଶଳୀ ତାଲିମରେ ହୋଇଥିବା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଥିବା ବେଳେ ଆଜି ମଧ୍ୟ ଦିନ ତମାମ ଧାରଣାରେ ବସିଛନ୍ତି | ଆଜି ଦୂତୀୟ ଦିନରେ ସୁଶୀଲ ଆଇଟିଡ଼ିଏ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ମହାଦୁର୍ନୀତି ଘଟଣାର ନିରପେକ୍ଷ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଜରୁରୀ ଅଟେ | ଏହି ବିଭାଗ ରାଜ୍ୟ ସରକାରଙ୍କ ସେବାଶ୍ରମ ଗୁଡିକ ସମସ୍ତ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ବର୍ଷ ବର୍ଷ ଧରି ଚାଲୁ ଆସୁଥିବା ସେବାଶ୍ରମ ଗୁଡିକର୍ ପୁରୁଣା କାମ ଉପରେ ଗୋଟିଏ ଲେୟାର ଇଟା ଯୋଡ଼ାଇ କିଛି ପ୍ଲାସ୍ଟର କରି କେଉଁଠି ୪ ଲକ୍ଷ ତ କେଉଁଠି ପାଞ୍ଚ ଲକ୍ଷ ଟଙ୍କା ହିସାବରେ ବିଗତ ୫ ବର୍ଷ ଭିତରେ ୫ ଜଣ ପୋଷା ଠିକାଦାରଙ୍କ ନାମରେ ବିଭାଗୀୟ ଟେଣ୍ଡର କାର୍ୟ୍ଯ କରି କୋଟି କୋଟି ସାଧାରଣ ଜନତାଙ୍କ ଟେକ୍ସ ଟଙ୍କା ସହିତ ରାଜ୍ୟ ରାଜକୋଷରୁ ହରିଲୁଟ ହୋଇଛି |ରାଜଗାଙ୍ଗପୁର ବ୍ଲକ ଅଧିନସ୍ଥ ମାଲିଡ଼ିହି ସେବାଶ୍ରମ, ଜୁରାଜାମ ସେବାଶ୍ରମ, ଲେଇଙ୍ଗ ସେବାଶ୍ରମ, ସେହିପରି ସଦର ବ୍ଲକ ଅଧୀନରେ ଭବାନିପୁର ସେବାଶ୍ରମ, ଭାଲୁଗାଡ଼ ସେବାଶ୍ରମ, ସଲଙ୍ଗାବୁଡ଼ ସେବାଶ୍ରମ, ସେହିପରି ହେମଗିରି ବ୍ଲକ ଅଧୀନରେ ଖଜୁରୀ ବନିଆ ସେବାଶ୍ରମ , ଲେଫ୍ରିପଡ଼ା ବ୍ଲକ ଅଧୀନରେ ଅଲାପକା ସେବାଶ୍ରମ , ଛୋଟବଙ୍ଗା ସେବାଶ୍ରମ ଗୁଡ଼ିକରେ ୨୦ ପ୍ରତିଶତ କାମ କରି ୧୦୦ ପ୍ରତିଶତ ଟଙ୍କା ଉଠାଇ ରାଜ୍ୟ ସରକାରଙ୍କୁ କାଗଜପତ୍ରରେ ଧୂଆଁବାଣ ଛାଡ଼ୁଛନ୍ତି ବିଭାଗୀୟ ସହକାରୀ ଯନ୍ତ୍ରୀ | ବିଗତ ପାଞ୍ଚ ବର୍ଷ ଭିତରେ ହୋଇଥିବା ନିର୍ମାଣ କାର୍ଯ୍ୟ ଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ ଯଥା ଫୋଟୋ କପି ଠାରୁ ଆରମ୍ଭ କରି ଆଷ୍ଟିମେଟ କେଉଁ ବର୍ଷ କେଉଁ କାର୍ୟ୍ଯ ହୋଇଛି କେତେଦୂର ତାହାର ପ୍ରକୃତ ତଦନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ହେଳେହିଁ ଯାଇ ଏହି ଭିଭାଗର ପ୍ରକୃତ ମୁଖା ଖୋଲି ପାରିବ ବୋଲି ଦାବୀ କରିଛନ୍ତି ସୁଶୀଲ | ଏହି ଅବସରରେ ସୁଶୀଲ ଆହୁରି କହିଛନ୍ତି ଯେ ୨୦୧୯ ମସିହା ଡିସେମ୍ବର ମାସରୁ ଆଦିବାସୀ ସମନ୍ୱିତ ସଂସ୍ଥା ସୁନ୍ଦରଗଡ଼ କାର୍ଯ୍ୟାଳୟରେ ହୋଇଥିବା ମହାଦୁର୍ନୀତି ବିଷୟରେ ସୂଚନା ଅଧିକାର ଆଇନ ଜରିଆରେ ଓଡ଼ିଆ ଭାଷାରେ ବିଭିନ୍ନ ତଥ୍ୟ ମାଗିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ନାହିଁ | ବିଗତ ୮ ମାସ ଧରି ତଥ୍ୟ ନମିଳିବା ତଥା ଦୁର୍ନୀତି ସମ୍ୱନ୍ଧରେ ବିଭିନ୍ନ ଗଣମାଧ୍ୟମରେ ତଥ୍ୟଭିତ୍ତିକ ଖବର ପ୍ରସାରଣ ହେଲା ପରେ ମଧ୍ୟ ଜିଲ୍ଲା ପ୍ରଶାସନର ଅସମ୍ଭବ ନୀରବତା ମତେ ଆଶ୍ଚର୍ଯ୍ୟ କରିଛି | ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କାହିଁକି ଘଣ୍ଟ ଘୋଡା ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି | କାର୍ଯ୍ୟାଳୟରେ ମୋ ସରକାର ୫ ଟି ର ଶାଖା ଥିଲେ ମଧ୍ୟ କାହିଁକି ଏତେବଡ଼ ମହାଦୁର୍ନୀତିକୁ ଏଡାଇ ଦିଆଯାଉଛି ଓ ଏପରି ସ୍ଥିତିରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ନିଷ୍କ୍ରିୟ ରହୁଛି ତାହାକୁ ନେଇ ମନରେ ଆଶଙ୍କା ସୃଷ୍ଟି ହେଉଛି | ଯଦି କୌଣସି ସରକାରୀ ବିଭାଗରେ ମହାଦୁର୍ନୀତି ଖବର ଲୋକ ଲୋଚନକୁ ଆସେ ତେବେ ଜିଲ୍ଲାପାଳଙ୍କ ଦାଇତ୍ୱ ହିସାବରେ ସମ୍ପୃକ୍ତ ଅଧିକାରୀଙ୍କୁ ଯଥାଶୀଘ୍ର ନିଲମ୍ବିତ କରି ଅତିଶୀଘ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଜିଲ୍ଲା ପ୍ରଶାସନର ଦାଇତ୍ୱ ହୋଇଥିବା ବେଳେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବରଂ କାର୍ଯ୍ୟାଳୟ ପକ୍ଷରୁ ସହକାରୀ ଯନ୍ତ୍ରୀଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଇ ଭୁଲ ହୋଇଥିବା ଫାଇଲ ଗୁଡିକୁ ସୁଧାରିବା ପାଇଁ ସମୟ ଦିଆଯାଇଛି | ଯାହା ଜିଲ୍ଲା ପ୍ରଶାସନର ସ୍ୱଛତା ଓ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏହି ବିଭାଗରେ ବର୍ଷବର୍ଷ ଧରି ଠିକାଦାର ମାନଙ୍କ ଵିଲ ଅଟକ ରଖାଯିବା ସହ ତାଙ୍କର ସିକୁରିଟି ଟଙ୍କାରେ ହରିଲୁଟ କରିନେବାର ଖବର ଲୋକଲୋଚନକୁ ଆସିଛି ଯାହାକି  କାର୍ଯ୍ୟାଳୟ ସ୍ତରରେ ଢାଙ୍କିବାକୁ ପ୍ରୟାସ ଚାଳିଛି | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି କାର୍ଯ୍ୟାଳୟ ଅଧୀନରେ ବର୍ଷ ବର୍ଷ ଧରି  ବିଭିନ୍ନ "ଏନଜିଓ"କାର୍ଯ୍ୟରତ ଅଛନ୍ତି କିନ୍ତୁ  ସେମାନେ ଆଦିବାସୀ ପିଲାଙ୍କୁ କୁଶଳୀ ତାଲିମ ଶିକ୍ଷା ,ଚାରା ରୋପଣ ଭଳି ଅନେକ କାର୍ୟ୍ଯ ଏନଜିଓ ମାନେ କାର୍ୟ୍ଯ କରି ଆସୁଛନ୍ତି | ଯାହା କେବଳ  କାଗଜପତ୍ରରେ ସୀମିତ | ଆଜି ସୁନ୍ଦରଗଡ଼ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଧାରଣା ସ୍ଥଳରେ ପହଞ୍ଚି ଶ୍ରୀ ଗୁପ୍ତାଙ୍କୁ ସମର୍ଥନ କରିବା ସହିତ କହିଛନ୍ତି ଯେଉଁ ସୂଚନା ମାଗିଛନ୍ତି ତାହା ଅତିଶୀଘ୍ର ବିଭାଗ ପକ୍ଷରୁ ଦିଆଯାଉ ଏବଂ ଦୁର୍ନୀତି କରିଥିବା ସଂପୃକ୍ତ ଅଧିକାରୀଙ୍କୁ ଅତିଶୀଘ୍ର  ନିଲମ୍ବିତ କରାଯାଉ ବୋଲି ମତବ୍ୟକ୍ତ କରି କହିଛନ୍ତି ଯେଉଁ ଦୁର୍ନୀତି ସମ୍ପୃକ୍ତ ଅଧିକାରୀ ଦୁର୍ନୀତିରେ ସାମିଲ ଅଛନ୍ତି ତାଙ୍କୁ ହିଁ ତଦନ୍ତ ପ୍ରକ୍ରିୟାରେ ନିଆଯାଉଛି ତାହା ଦୁର୍ଭାଗ୍ୟ ବୋଲି କହିଛନ୍ତି |  ଅପରପକ୍ଷରେ ସୁନ୍ଦରଗଡ଼ ଠିକାଦାର ଆସୋସେସିୟନ ସଂସ୍ଥା ଶ୍ରୀ ଗୁପ୍ତାଙ୍କୁ ସମର୍ଥନ ଜଣାଇବା ସହ ସଂସ୍ଥା ପକ୍ଷରୁ ଜିଲ୍ଲା ପ୍ରଶାସନ ଡ଼ିଏମଏଫ ଟଙ୍କା ସହିତ ଅନ୍ୟାନ୍ୟ ଟଙ୍କା ଗୁଡିକୁ ମନମୁଖୀ ଖର୍ଚ୍ଚ କରୁଥିବାର ଅଭିଯୋଗ କରିଥିବା ବେଳେ ଦଳମତ ନିର୍ଭୀଶେଷରେ ସବୁ ଜିଲ୍ଲାବାସୀ ମିଶି ମିଶି ଆଗକୁ ନ୍ୟାୟ ନମିଳିବା ଯାଏଁ ଧାରଣା ଜାରୀ ରହିବ ଏବଂ ଦରକାର ପଡ଼ିଲେ ଆନ୍ଦୋଳନକୁ ଓଲ୍ଲାଇବୁ ବୋଲି କହିଛନ୍ତି | ଆଜି ଏହି ଧାରଣାରେ ସୁଶୀଲଙ୍କ ସହିତ ଶ୍ରୀଯୁକ୍ତ ନେପାଳ ଚନ୍ଦ୍ର, ଆଶିଷ ପ୍ରସାୟତ, ସାହୁ ,ଜୟନ୍ତ ଧଳ, ତପନ ମହାଳିଙ୍ଗ, ଅମର ସେଟ, ଅଚ୍ୟୁତ ବହିଦାର,ଜୁଜିଷ୍ଟିର ଶର୍ମା, ଚିଙ୍କୁ ସିଂ ,ଦିନେସ ଠାକୁର,ସେହେବାଜ ହୁସେନ, କେଦାର ସାହାଣୀ, ଟୁକୁ ଯୋଶୀ, ଅଶୋକ ଦଲବେହେରା, ମାନସ ବେହେରା, ଅନିରୁଦ୍ଧ ସାହୁ, ରେହାନ ଖାନ,ସୁରଜ ପଟେଲ, ଅଶୋକ ଗହୀର, ଅମିତ ପ୍ରଧାନ, ଲଲାଟେନ୍ଦୁ ଦାସ,ଟୁନା ସାହାଣୀ, ସନ୍ୟାସୀ ଦାସ, କିଶୋର ଚନ୍ଦ୍ର ପଟେଲ, ଅସିତ ପଣ୍ଡା ,ବାପି ନାଏକ ପ୍ରମୁଖ ସାମିଲ ହୋଇଥିଲେ |

0
0
0
s2sdefault