ହେଡଲାଇନସ୍:

ଜମଲା ସରପଞ୍ଚଙ୍କ ବିରୋଧରେ ଗୁରୁତର ଅଭିଯୋଗ : ସ୍କୁଲ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତର ନୋଡାଲ ପଞ୍ଚାୟତ ହାଇସ୍କୁଲ ଉପରେ ଜମଲା ସରପଞ୍ଚ ଶ୍ରୀ ତୁଳାରାମ ବେହେରା ଅନଧିକାର ସାବ୍ୟସ୍ତ କରୁଥିବା ବ୍ଳକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ନୋଡାଲ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଏସଏମସି କମିଟି ମେମ୍ବର ମାନେ । ସୂଚନା ଅନୁସାରେ ଜମଲା ନୋଡ଼ାଲ ପଞ୍ଚାୟତ ହାଇସ୍କୁଲ ଅଧିନରେ ଥିବା ମି.ଇ. ସ୍କୁଲର ପାଞ୍ଚ ଗୋଟି କୋଠରୀକୁ ଜମଲା ସରପଞ୍ଚ ଶ୍ରୀ ତୁଳାରାମ ବେହେରା କାହାକୁ କିଛି ନ ଜଣାଇ ଭାଙ୍ଗିଦେବା ସହ ଏଠାକାର ଇଟା, ପଥର ,ମୂଲ୍ୟବାନ ଗଛରେ ତିଆରି ହୋଇଥିବା କବାଟ,ଝରକା,ଖପର ଓ ଅନ୍ୟାନ୍ୟ ଆସବାବପତ୍ର ନେଇଯାଇଥିବା ଅଭିଯୋଗ କରିଛନ୍ତି । ଯାହା ଫଳରେ ସ୍କୁଲ ଭିତରେ ବର୍ତ୍ତମାନ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଲ ପାଲଟିଥିବା ଦରଖାସ୍ତରେ ଦର୍ଶାଇଛନ୍ତି ।ଗୋଟିଏ ଶିକ୍ଷାନୁଷ୍ଠାନ ଉପରେ ଜଣେ ଜନପ୍ରତିନିଧି କେଉଁ ଉଦ୍ଦେଶ୍ୟରେ କାହାକୁ ନ ଜଣାଇ ଏପରି କାର୍ଯ୍ୟ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

0
0
0
s2sdefault