ହେଡଲାଇନସ୍:

 ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ହେଉଛନ୍ତି ହନ୍ତସନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମଣ୍ଡ ରାଜସ୍ୱ ନିରୀକ୍ଷକଙ୍କ କାର୍ଯାଳୟ ବନ୍ଦ: ଜରୁରୀ ସେବାରୁ ବଂଚିତ ହିତାଧିକାରୀ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : କରୋନା ମହାମାରୀର ପ୍ରଭାବରେ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଜନ ଜୀବନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ କେତେକ ସୁବିଧାବାଦୀ ଗୋଳିଆ ପାଣିରୁ ମାଛ ଧରିବା ପରି ଅସମୟରେ ଅନୈତିକ ଫାଇଦା ହାସଲ କରିଚାଲିଛନ୍ତି । ଓଡ଼ଗାଁ ତହସିଲ ଅନ୍ତର୍ଗତ କୋମଣ୍ଡ ରାଜସ୍ୱନିରୀକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ରାଜସ୍ୱ ଗ୍ରାମ ଗୁଡ଼ିିକୁ କଂଟେନମେଂଟ୍ ଅଂଚଳ ଘୋଷଣା କରାଯାଇଥିଲା । ଏନେଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଥିଲା । ସମୟର ସୁବିଧା ପାଇ ସ୍ଥାନୀୟ ଅଂଚଳରେ ଥିବା ବେଆଇନ ମାଙ୍କଡାଖଣି ମାଫିଆମାନେ ଅବାଧରେ ରାତି ଦିନ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ମାଙ୍କଡା ପଥର ଉଚ୍ଚ ମୂଲ୍ୟରେ ଚାଲାଣ କରି ବେସ୍ ଲାଭବାନ୍ ହେଉଛନ୍ତି । ଅନ୍ୟ ପକ୍ଷରେ ଆରଆଇ ଅଫିସ ବନ୍ଦ ଯୋଗୁଁ ସାଧାରଣ ଲୋକଙ୍କର ଜମିଜମା ସଂକ୍ରାନ୍ତିୟ ସମସ୍ୟା ସମାଧାନ ହୋଇ ନପାରି ପଡିରହୁଥିବା ବେଳେ ଜାତିଗତ ପ୍ରମାଣପତ୍ର, ରେସିଡେନ୍ସ ଓ ଇନକମ୍ ସାର୍ଟିଫିକେଟ୍ ହୋଇ ପାରୁନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସାଧାରଣତଃ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ମାନଙ୍କ ନାମଲେଖା ସମୟରେ ଉପରୋକ୍ତ ସାର୍ଟିପିକେଟ୍ ଗୁଡିକର ଆବଶ୍ୟକ ରହିଛି । କର୍ମଚାରୀମାନେ କରୋନା ସଂକ୍ରମିତ ଥିବାରୁ ଦିନେ ଦୁଇଦିନ ପରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲିବ ବୋଲି ସ୍ଥାନୀୟ ତହସିଲଦାର ବିଜୟିତା ସାମନ୍ତ ସିଂହାର କହିଛନ୍ତି । 

0
0
0
s2sdefault