ହେଡଲାଇନସ୍:

ପୋଲିସ ଗାଡି ଧକ୍କାରେ ଜିଆରଏସ ମୃତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି / ବିି ଶ୍ରୀନିବାସ ପାତ୍ର : ମାଲକାନଗିରି  ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପାଙ୍ଗମ ଗ୍ରାମ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା।  ଆଜି ମାଥିଲି ଥାନା ର କିଛି ପୋଲିସ ଅଧିକାରୀ ଏକ ବୋଲେରୋ ଯୋଗେ ଆସୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ମଟର ସାଇକେଲ ସହ ସାମ୍ନା ସାମ୍ନି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ରେ ବାଇକ ଆରୋହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜନଙ୍କ ନାଏକଗୁଡା ଗ୍ରାମରେ କାର୍ଯ୍ୟରତ ଜି ଆର ଏସ ବାଲରାଜୁ ସାହୁ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବୋଲେରୋ ଟି ପଡି ରହିଛି । କିପରି ପୋଲିସ ବିଭାଗୀୟ ଗାଡ଼ି ଦ୍ରୁତ ଗତିରେ ଗାଡି ଚଲେଇ ନିରୀହ ଲୋକଙ୍କୁ ମୃତ୍ୟୁ ମୁଖରେ ଠେଲି ଦେଇଥିଲେ ଚିନ୍ତାର ବିଷୟ ପାଲଟିଛି କିଛି ଗ୍ରାମବାସୀ ପ୍ରତ୍ୟେକ୍ଷ ଦର୍ଶୀ କହୁଥିଲେ ଗାଡ଼ିରେ ଅନେକ ମଦ ବୋତଲ ଥିଲା । ହେଲେ ଲୋକଙ୍କ ଏ ଅଭିଯୋଗର ତଦନ୍ତ ହେଲେ ଜଣା ପଡିବ ଏସବୁ କାହିଁକି ଥିଲା !!

0
0
0
s2sdefault