ହେଡଲାଇନସ୍:

ଶହିଦ୍ ଚମ୍ପେଶ୍ୱର ମହାଖୁଡଙ୍କ ଶହିଦ୍ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଥିବା ବେଳେ ସହିଦ୍ ହୋଇଥିବା ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ଧଉରାଖମଣ ଗ୍ରାମର ଯବାନ ଚମ୍ପେଶ୍ୱର ମହାଖୁଡ ଙ୍କ ଶହିଦ୍ ଦିବସ କଦଳୀଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ସହିଦ୍ ସ୍ରୁତିରକ୍ଷ କମିଟୀ ର ସଭାପତି ଧର୍ମେନ୍ଦ୍ର କଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା Iଏଥିରେ ମୂଖ୍ୟଅତିଥି ଭାବେ ରେଢାଖୋଲ ତହସିଲଦାର ରୁବି ବେହେରା ଯୋଗଦେଇ ଦୀପ ପ୍ରଜ୍ଜଳନ କରିଥିଲେ I ଏହି ଅବସରରେ ସ୍କୁଲ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ପ୍ରଧାନ , ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମମତା ସାହୁ , ସ୍ଥାନୀୟ ସରପଞ୍ଚ ନଳୀନି ଦେହୁରୀ , ପୂର୍ବତନ ସରପଞ୍ଚ ବୁର୍ଷବ ପ୍ରଧାନ , ପୂର୍ବତନ ଜିଲ୍ଲା ପରିଷଦ ଜ୍ୟୋତିରଂଜନ ଗଡତିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହିଦ୍ ଚମ୍ପେଶ୍ୱର ଙ୍କ ଫୋଟ ଚିତ୍ର କୁ ମାଲ୍ୟଅର୍ପଣ କରିଥିଲେ I ପ୍ରକାଶ ଥାଉକି ଚମ୍ପେଶ୍ୱର ଆସାମ ରାଇଫଲସ୍ ରେ ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୦୭.୦୯.୨୦୧୮ ରେ ମଣିପୁର ଚାଣ୍ଡିଲି ଜିଲ୍ଲା  ଯୋପୁରା ଠାରେ ଆତଙ୍କବାଦିଙ୍କ ଗୁଳିରେ ଆକ୍ରମଣ ହୋଇ ଶଦିଦ୍ ହୋଇଥିଲେ I

0
0
0
s2sdefault