ହେଡଲାଇନସ୍:

ଶ୍ରମିକଙ୍କୁ ଧକ୍କା ଦେଇ ଓଲଟିଲା ଡମ୍ପର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ:କନ୍ଧମାଳ ଜ଼ିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ପୁରୁଣା ସାହି ନିକଟରେ ଶ୍ରମିକଙ୍କୁ ଧକ୍କା ଦେଇ ଓଲଟିଲା ଡମ୍ପର I ଘଟଣା ସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିଲା I କ୍ଷତିପୂରଣ ଦାବୀରେ  ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ବାସୀ l ମୃତ ଶ୍ରମିକ ଜଣକ ହେଲେ  ପୁରୁଣା ସାହିର ଦିଲ୍ଲୀପ  ବିଷୋୟୀ  I ଆଜି ସକାଳ ୯ ଟା ସମୟରେ ଦିଲ୍ଲୀପ କାମ କରିବାକୁ କ.ନୂଆଗାଁକୁ ସାଇକେଲ ଯୋଗେ ଆସୁଥିଲେ I ଏହି ସମୟରେ ଏକ ଠିକାଦାର ସଂସ୍ଥାର ଡମ୍ଫର ସାଇକେଲ ଆରୋହୀ ଦିଲ୍ଲୀପଙ୍କୁ  ଧକ୍କା ଦେଇଥିଲା I ଘଟଣା ସ୍ଥଳରେ ଦିଲ୍ଲୀପଙ୍କ ପ୍ରାଣବାୟୁ ଉଡିଯାଇଥିଲା l ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଲୋକଙ୍କ  ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା  l  ଖବର ପାଇ ଉତ୍ୟକ୍ତ ଲୋକଙ୍କ କବଳରୁ ଡ୍ରାଇଭରଙ୍କୁ ପୁଲିସ ଉଦ୍ଧାର କରି ମୃତକଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଥିଲା l ଦିଲ୍ଲୀପ ବାପା ମାଙ୍କ ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ମୃତକଙ୍କ  ପରିବାରଙ୍କୁ କ୍ଷତିପୂରଣ ଦାବୀରେ ସ୍ଥାନୀୟ  ଲୋକ ରାସ୍ତା ଅବରୋଧ କରିଥିଲେ I ରାସ୍ତା ଅବରୋଧ ହେବାରୁ  ରାସ୍ତାର  ଉଭୟ ପାର୍ଶ୍ୱରେ  ଶହ ଶହ ଜାନ ବାହନ  ଅଟକି ରହିଥିଲା |

0
0
0
s2sdefault