ହେଡଲାଇନସ୍:

ବିଶ୍ୱବିଦ୍ୟାଳୟର ସିଣ୍ଡିକେଟଗୁଡିକୁ ପୁନର୍ଗଠିତ କରାଯିବ- କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ, ପୁନଃନିଯୁକ୍ତିକୁ ମନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  • ଅଭାବୀ ଆଇନଜୀବୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଅଧିବକ୍ତା କଲ୍ୟାଣ ପାଣ୍ଠିର ଉପଯୋଗ ସକାଶେ ହେବ ନିୟମରେ ସଂଶୋଧନ 

  • "ବଳରାମ' ଯୋଜନାରେ ଆଗାମୀ ୩ ବର୍ଷ ମଧ୍ୟରେ ୫ ଲକ୍ଷ ଭାଗଚାଷୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ 

ଭୁବନେଶ୍ୱର (ଶାସକ ପ୍ରଶାସକ)  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଐତିହ୍ୟ କ୍ୟାବିନେଟ୍, କୃଷି କ୍ୟାବିନେଟ୍ ଓ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁମୋଦିତ ପ୍ରସ୍ତାବ ଗୁଡିକ ସମ୍ପର୍କରେ ସୂଚନା ଦେଇଥିଲେ ମନ୍ତ୍ରୀ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ |  

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ  ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ସଂଶୋଧିତ ହେବ ଏବଂ ଉତ୍ତମ ଶୈକ୍ଷିକ ଓ ପ୍ରଶାସନିକ କାର୍ଯ୍ୟକଳାପ ନିମନ୍ତେ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟଗୁଡିକୁ ପୁନର୍ଗଠିତ କରାଯିବା ବିଶ୍ୱବିଦ୍ୟାଳୟର କୁଳପତି ଚୟନ ନିମନ୍ତେ ସିଣ୍ଡିକେଟ୍ ମନୋନୀତ ସଭ୍ୟଙ୍କ ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ଜଣେ ଶିକ୍ଷାବିତଙ୍କୁ ନେଇ ଚୟନ କମିଟି ପୁନର୍ଗଠିତ ହେବା  କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷକୁ ବୃଦ୍ଧି କରାଯିବ କିନ୍ତୁ ତାଙ୍କ ସର୍ବୋଚ୍ଚ ବୟସ ସୀମା ୬୭ ବର୍ଷ ରଖାଯିବା ପୁନଃନିଯୁକ୍ତିର କୌଣସି ବ୍ୟବସ୍ଥା ରହିବ ନାହିାଁ 

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ ଆଦି ପରିସ୍ଥିତି ଉପୁଜିଥିବାରୁ ଆଇନ ବ୍ୟବସାୟ କ୍ଷେତ୍ରରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇ ଆଇନଜୀବୀମାନେ ଆର୍ଥିକ ସଂକଟ ଦେଇ ଗତି କରୁଥିବା ଦୃଷ୍ଟିରୁ ଅଭାବୀ ଆଇନଜୀବୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଅଧିବକ୍ତା କଲ୍ୟାଣ ପାଣ୍ଠିର ଉପଯୋଗ ସକାଶେ ଅନୁମତି ଦେବା ପାଇଁ ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ, ୧୯୮୭ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛିା 

ରାଜ୍ୟରେ ୨୧ ଲକ୍ଷ କୃଷକଙ୍କୁ ବିଭିନ୍ନ ଆର୍ଥିକ ଅନୁଷ୍ଠାନ ମାଧ୍ୟମରେ ୯୯୬୪.୪୭ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଛିା ଏଥି ସହିତ ୧୪.୦୮ ଲକ୍ଷ କୃଷକଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛିା  କୋଭିଡ୍-୧୯ ସ୍ଥିତିରେ ଜୀବିକା ନିର୍ବାହ ଦିଗରେ ନିଆଯାଇଥିବା ପଦକ୍ଷେପ ସ୍ୱରୂପ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ୩୭୩.୯୫୮ କୋଟି ଟଙ୍କା ବ୍ୟୟ କରାଯିବ ଓ ଏଥିରେ ୨୪,୯୯,୮୫୦ ଜଣ କୃଷକ ଉପକୃତ ହେବୋ ଅଦ୍ୟାବଧି ଏହି ଯୋଜନାରେ ମୋଟ ୮,୧୫,୭୯୩ ଜଣ କୃଷକ ଉପକୃତ ହୋଇଛନ୍ତିା

"ବଳରାମ' ଯୋଜନାରେ ଆଗାମୀ ୩ ବର୍ଷ ମଧ୍ୟରେ "ଆତ୍ମା' (କୃଷି ବୈଷୟିକ ପରିଚାଳନା ସଂସ୍ଥା) ମାଧ୍ୟମରେ ୧ ଲକ୍ଷ ଯୁଗ୍ମଦେୟ ଗୋଷ୍ଠୀ ଗଠନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ସେଥି ମଧ୍ୟରୁ ଅନ୍ତତଃ ପକ୍ଷେ ୫ ଲକ୍ଷ ଭାଗଚାଷୀଙ୍କୁ ସାମିଲ କରାଯିବା  ୨୦୧୯-୨୦ ବର୍ଷରୁ ୨୦୨୩-୨୪ ମସିହା ୫ ବର୍ଷ ମଧ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ ଖନନ ପାଇଁ ଲକ୍ଷ୍ୟ ରଖାଯାଇଛିା ୨୦୧୯-୨୦ରେ ୮,୯୦୦ଟି କ୍ଷେତ ପୋଖରୀ କାର୍ଯ୍ୟ ଶେଷ ହୋଇଛିା ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୧୦୭ କୋଟି ଟଙ୍କା ବ୍ୟୟ କରାଯାଇ ୩୬ ଲକ୍ଷ ମାନବଦିବସ ସୃଷ୍ଟି କରାଯାଇଛିା ୨୦୨୦-୨୧ ବର୍ଷରେ ୧,୦୩,୭୭୦ଟି କ୍ଷେତ ପୋଖରୀ ଖନନର ଲକ୍ଷ୍ୟ ରଖାଯାଇଥିବାବେଳେ ୧୦୩୮ କୋଟି ଟଙ୍କା ବ୍ୟୟ କରାଯାଇ ୪.୫୧ କୋଟି ମାନବଦିବସ ସୃଷ୍ଟି କରାଯିବା 

 

0
0
0
s2sdefault