ହେଡଲାଇନସ୍:

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ କରୋନା ଆକ୍ରାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର ) ମାନସ ରଞ୍ଜନ ମଙ୍ଗରାଜ କରୋନା ଆକ୍ରାନ୍ତ ହୋଇଛନ୍ତି | ଶ୍ରୀ ମଙ୍ଗରାଜ  ଆଜି ଟୁଇଟ କରି ସୂଚନା ଦେଇଛନ୍ତି ଯେ " ମୋର କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପଡିବାରୁ କୋଭିଡ଼ ହସ୍ପିଟାଲରେ ଭର୍ତି ହୋଇଛି। ନିକଟ ଅତୀତରେ ମୋର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ନିଜ ନିଜର କୋଭିଡ଼ ଟେଷ୍ଟ କରାଇ ନେବାକୁ ଅନୁରୋଧ । ମୋର ଆରୋଗ୍ୟ କାମନା କରିଥିବା ସହୃଦୟ ବ୍ୟକ୍ତିବିଶେଷଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି। "

ଶ୍ରୀ ମଙ୍ଗରାଜ କରୋନା ଆକ୍ରାନ୍ତ ହେବ ଖବର ପାଇଲା ପରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଫୋନ କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରଛନ୍ତି | 

 

 

0
0
0
s2sdefault