ଅନ୍ଧବିଶ୍ୱାସ ଓ ଅଜ୍ଞାନତା କାରଣରୁ ବର୍ଷେରୁ ଉର୍ଧ୍ଵ ହେବ ଶିକୁଳିରେ ବନ୍ଧା ହୋଇଥିଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଉପଜିଲ୍ଲାପାଳଙ୍କର ହସ୍ତକ୍ଷେପ ପରେ ବନ୍ଧନ ମୁକ୍ତ ହେଲେ ମାନସିକ ବିକାର ଗ୍ରସ୍ତ ଯୁବକ

ବରଗଡ :- ଗତ ଦୁଇଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ଝାରବନ୍ଧ ବ୍ଲକ ବିଲସପୁର ପଞ୍ଚାୟତ ଭଣ୍ଡାରଜୋରି ଗ୍ରାମ ନିକଟସ୍ଥ ଏକ ପାହାଡ଼ ତଳେ ରହିଥିବା ଏକ ମାନସିକ ବିକରଗ୍ରସ୍ତ ଯୁବକକୁ ସିକୁଳିରେ ହାତଗୋଡ ବାନ୍ଧି ରଖିଥିବା ଖବର ପାଇବା ପରେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଉକ୍ତ ସ୍ଥାନକୁ ପହଞ୍ଚିଥିଲେ । ଭଣ୍ଡାରଜୋରି ଗ୍ରାମଠାରୁ ପ୍ରାୟ  ତିନି କିଲୋମିଟର ଦୂରରେ ଏକ ଜଙ୍ଗଲ ଭରା ପାହାଡ଼ ତଳେ ଏକ ଝୁମ୍ପୁଡି କରି ଏହି ଯୁବକ ସହିତ ତାର ବଡ଼ଭାଇ ଓ କାକା ରହୁଥିଲେ । 

  ମାନସିକ ବିକରଗ୍ରସ୍ତ ଯୁବକ ଦୁର୍ଗା ପ୍ରସାଦ ମଲ୍ଲିକ (23) ଗତ ପ୍ରାୟ ଦେଢ଼ ବର୍ଷ ହେବ ମାନସିକ ରୋଗରେ ଆକ୍ରାନ୍ତ । ଦୁର୍ଗା ପ୍ରସାଦର କାକା ଜଣେ ଵୈଦ ତାଙ୍କର କହିବା ଅନୁସାରେ ଦିନେ ସ୍ୱପ୍ନରେ ଦେବୀ ଆସି ତାଙ୍କୁ ତାଙ୍କର ମାନସିକ ବିକାରଗ୍ରସ୍ତ ପୁତୁରା ସହିତ ଏହି ଜଙ୍ଗଲରେ ରହିବାକୁ ଅଦେଶ ଦେଇଥିଲେ । ସେହି ଦିନଠାରୁ ସେ ଏହି ଜଙ୍ଗଲରେ ରହୁଛନ୍ତି ଓ ପୁତୁରାକୁ ନିଜର ଗୁଣିଗାରେଡି ଦ୍ୱାରା ଚିକିତ୍ସା କରୁଛନ୍ତି । ଦୁର୍ଗା ପ୍ରାସାଦର କାକା ନୁରାଧାନ ମଲ୍ଲୀକ କିମ୍ବା ତାଙ୍କର ପରିବାରର କୋଣସି ସଭ୍ୟ ଦୁର୍ଗା ପ୍ରାସାଦର ମାନସିକ ସ୍ଥିତ ବାବଦରେ କେବେ କୋଣସି ଅଧିକାରୀ କିମ୍ବା ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଜଣାଇ ନାହାନ୍ତି । ନୁରାଧାନ ଇତି ମଧ୍ୟରେ ଅନେକ ଥର ବ୍ଲକ ଅଫିସକୁ ଯାଇଥିଲେ ହେଲେ କେବେବି ଦୁର୍ଗା ପ୍ରାସାଦର ଅସୁସ୍ଥତା ବାବଦରେ କୋଣସି ଅଧିକାରୀ ମାନଙ୍କୁ ପଦୁଟିଏ କହି ନାହାନ୍ତି । ତାଙ୍କୁ କେବଳ ତାଙ୍କର ମନ୍ତ୍ର ଯନ୍ତ୍ର ଓ ଗୁଣିଗାରେଡି ଉପରେ ବିଶ୍ୱାସ ଥିଲା । ସରକାରଙ୍କର ସବୁ ବ୍ୟବସ୍ଥା ଥିବା ସତ୍ୱେ ଅନ୍ଧବିଶ୍ୱାସ ଓ ଅଜ୍ଞାନତା କାରଣରୁ ଏକ ବର୍ଷ ରୁ ଉର୍ଦ୍ଧ୍ଵ ହେବ ଜଣେ ରୋଗୀର ଚିକିତ୍ସା କରା ନ ଯାଇ ଶିକୁଳିରେ ବାନ୍ଧି ରଖା ଯାଇଥିଲା । 

       ଆଜି ଉପଜିଲ୍ଲାପାଳ ପହଂଚିବା ପରେ ଦୁର୍ଗା ପ୍ରସାଦ ସହିତ କଥାବାର୍ତ୍ତା ମଧ୍ୟ କରିଥିଲେ । ମାନସିକ ବ୍ୟାଧିରେ ଆକ୍ରାନ୍ତ ହୋଇ ମଧ୍ୟ ସେ ସୁସ୍ଥ  ଲୋକଂକ ଭଳି ବ୍ୟବହାର କରୁଥିଲା । ଉପଜିଲ୍ଲାପାଳ ନିଜ ଉପସ୍ଥିତ ରେ ପ୍ରଥମେ ସମସ୍ତ ଙ୍କୁ ଗ୍ରାମରେ ଥିବା ତାଙ୍କ ଘର ରଖିଥିଲେ । ଅବଶ୍ୟ ଏହି ଘରଟି ପୁରୁଣା ହୋଇଯିବା କାରଣ ରୁ ଛାତ ରୁ ପାଣି ଝରୁଛି । ଏହାର ତୁରନ୍ତ ସମାଧାନ ପାଇଁ ଝାରବନ୍ଧ ତହସିଲଦାର ଙ୍କୁ ଏକ ପଲିଥିନ ପ୍ରଦାନ କରିବା ପାଇଁ କହିଥିଲେ । ଏହା ପରେ ଉକ୍ତ ଯୁବକୁ ସ୍ଥାନୀୟ ସରପଞ୍ଚ ଶ୍ରୀ ଚୈତ କୁମାର ନାୟକ ଏକ କମାର ଡକାଇ ସିକୁଳି କାଟି ମୁକ୍ତ କରିଥିଲେ । ଏହାପରେ ଉପଜିଲ୍ଲାପାଳ ଙ୍କର ନିର୍ଦେଶ କ୍ରମେ ଦୁର୍ଗା ପ୍ରସାଦ କୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠେଇ ଦିଅ ଯାଇଥିଲା । ପୀଡିତ ଯୁବକ ର ଚିକିତ୍ସା ପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ଜଣାଇ ଛନ୍ତି । ଉପଜିଲ୍ଲାପାଳ ଙ୍କର ସହିତ ଝାରବନ୍ଧ BDO ଶ୍ରୀ ରୁନୁ ଲାକ୍ରା , ତହସିଲଦାର ଶ୍ରୀ ଅନୀଲ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault