ହେଡଲାଇନସ୍:

ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଘଟଣା : ଗିରଫ ହେଲା ହତ୍ୟା ଅଭିଯୁକ୍ତ ବାପୁନ ସାହୁ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ଏବଂ  ଅନୁଗୋଳ ଜିଲ୍ଲା ସୀମାନ୍ତର   ଟୁସର ପଞ୍ଚାୟତ ଓରଡା ଗରଗଡିଆ ନାଳରେ ଗତ ୩୧ ତାରିଖ ଦିନ ସକାଳ ସମୟରେ ଏକ ଯୁବତୀଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା  । ସ୍ଥାନୀୟ ଲୋକ ଏହା ଦେଖିବା ପରେ କିଆକଟା ଥାନାକୁ ଖବର ଦେଇଥିଲେ । ଖବର ପାଇ କିଆକଟା ଥାନା ଅଧିକାରୀ ଅନାମ ଲାକ୍ରା, ଏଏସଆଇ ସଞ୍ଜୟ ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଯୁବତୀଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବାର ଜଣା ପଡୁଛି ।  ଉକ୍ତ ମୃତ  ଯୁବତୀଙ୍କ ଘର ଅନୁଗୋଳଜିଲ୍ଲା କିଶୋରନଗର ବ୍ଳକ କଦଳୀମୁଣ୍ଡା ଗ୍ରାମ ପଞ୍ଚାୟତ ଭୀମପୁର ଗାଁର ଅଚ୍ୟୁତାନନ୍ଦ ନାଏକଙ୍କ କନ୍ୟା ସୁଜାତା ନାଏକ । ପୋଲିସ ତଦନ୍ତ ପରେ ହଣ୍ଡପା ଥାନା ଅନ୍ତର୍ଗତ ଆଡ଼ିକଟା ଗ୍ରାମର ଲାବନ୍ୟ ସାହୁଙ୍କ ୨୫ ବର୍ଷିୟ ପୁଅ ବାପୁନ ସାହୁ ଓରଫ ବାପି ( ଅଭିଯୁକ୍ତ ) ଙ୍କୁ ଗିରଫ କରିଅଛି । ବାପୁନ ବିବାହିତ ହୋଇଥିଲେ ମଧ୍ୟ ତାଙ୍କର ଉକ୍ତ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଗତ ୩୦ ତାରିଖ ରାତି ପ୍ରାୟ ୧୦ .୩୦ ମିନିଟ ସମୟରେ ବାପୁନ ଏକ ଡିସ୍କଭର ବାଇକ ଯୋଗେ ଉକ୍ତ ନାଳ ନିକଟକୁ ଯୁବତୀଙ୍କୁ ଡାକି ନେଇଥିଲେ ।  କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ବାପୁନ୍ ଏକ ଧାରୁଆ ଅସ୍ତ୍ରରେ ସୁଜାତାର ବେକ କାଟି ଦେଇଥିଲା । ଆଜି ପୋଲିସ ଅଭିଯୁକ୍ତ ବାପୁନ ସାହୁଙ୍କୁ ଗିରଫ କରି ହତ୍ୟା ଅଭିଯୋଗରେ କୋର୍ଟ ଚାଲଣ କରିଅଛି ।

0
0
0
s2sdefault