ବିଦ୍ୟୁତ ବିଭାଗର କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ଝାରସୁଗୁଡ଼ା ଜିଲ୍ଲାବାସୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ାର ପୁରୁଣାବସ୍ତି ୱାର୍ଡ ନମ୍ବର ୧୭ ଅନ୍ତର୍ଗତ ଭାଟିପଡା ଅଞ୍ଚଳରେ ଗୋଟିଏ ବିଦ୍ୟୁତ ଉପଭୋକ୍ତାଙ୍କ ଘରେ ଗତ ୭୨ ଘଣ୍ଟାରୁ ଉର୍ଦ୍ଧ୍ବ ହେବ ବିଦ୍ୟୁତ ବିଛିନ୍ନ ହୋଇଯାଇଛି  ।ଏହାକୁ ନେଇ ବିଦ୍ୟୁତ ବିଭାଗରେ ଅଭିଯୋଗ ଫୋନ ମାଧ୍ୟମରେ ଦିଆଯାଇଥିଲା ଯାହାକୁ  ଉକ୍ତ ବିଦ୍ୟୁତ କର୍ମଚାରୀ ଜଣକ କହିଥିଲେ ଯେ ବର୍ଷା ରେ ଲାଇନ ପୋଲ ଚଢ଼ିବାରେ ଅସୁବିଧା ହୁଏ ଏବଂ ବର୍ଷା ଛାଡିବା ପରେ ଯାଇ କାମ କରି ଆସିବୁ ହେଲେ ବୁଧବାର ରାତି ସାରା ବର୍ଷା ପଡିବା ପରେ  ଗୁରୁବାର ସନ୍ଧ୍ୟାରେ କିଛି ସମୟ ପରେ ବର୍ଷା ଛାଡିଥିଲା ପୁଣି ପାହାଡ଼ି ମନ୍ଦିର ସେକ୍ସନ କାର୍ଯ୍ୟଳୟ କୁ ଫୋନ ଯୋଗେ କହିବା ପରେ ସେମାନେ ଘୋଷ କଲନି,କାଳୀମନ୍ଦିର ନିକଟରେ ବିଦ୍ୟୁତ ତ୍ରୁଟିକୁ ସଜାଡ଼ିବା ପରେ ସମୟ ହେଲେ ଯିବୁ କହିଥିଲେ ହେଲେ ଏହା ପରେ ପୁଣି ରାତିରେ ବର୍ଷା ଆରମ୍ଭ ହୋଇଥିବାରୁ ଉକ୍ତ ବିଦ୍ୟୁତ ଉପଭୋକ୍ତା ଆଉ ଅପେକ୍ଷା କଲେ ଶୁକ୍ରବାର ସକଲରୁ ବର୍ଷା ସମ୍ପୂର୍ଣ୍ଣ ଛାଡି ଯାଇଥିବାର ଦେଖି ପ୍ରାୟ ସକାଳ ୧୦ଟା ସମୟରେ ପୁଣି ଫୋନ ରେ କର୍ମଚାରୀ ଙ୍କୁ ଡାକିବାକୁ ଅନୁରୋଧ କଲାବେଳେ କର୍ମଚାରୀ ଦିନରେ କେତେବେଳେ ହେଲେ ଯାଇ କରିଦେବୁ ଆମେ ଅନ୍ୟ କାମରେ ବ୍ୟସ୍ତ ଅଛୁ ଯାହାକୁ ନେଇ ଉକ୍ତ ବ୍ୟକ୍ତି କହିଥିଲେଯେ ଯଦି ପୁଣି ବର୍ଷାହେଲେ କେମିତି ହେବ ଉପଭୋକ୍ତା କହିବାରୁ ଏସ ଡି ଓ ଡ଼ିଗା ବାବୁ ଙ୍କୁ କଥା ହେବାକୁ କହିଥିଲେ ଡିଗା ବାବୁଙ୍କ ସାଙ୍ଗରେ କଥା ହେବା ପରେ ସେ ନିଜର ଯେଇଙ୍କ ନମ୍ବର ରେ ଯୋଗାଯୋଗ କରିଥିଲେ ହେଲେ ୧୫ ରୁ ଉର୍ଦ୍ଧ୍ବ ଥର କଲ କରାଯାଇଥିଲେ ମଧ୍ୟ ସେ ଫୋନ ଉଠେଇ ନ ଥିଲେ ।ପରେ ପୁଣି କଲ ଉଠେଇ ଏପଟ ସେପଟ କାମ ବିଷୟରେ କହି କଥା ନ ଶୁଣି ଫୋନ କଟିଦେଇଥିଲେ ହେଲେ ତାହାପରେ ସେମାନଙ୍କ ସାଙ୍ଗରେ ଯୋଗାଯୋଗ ନ ହୋଇ ଉପଭୋକ୍ତା ମହମ୍ମଦ ଖୁର୍ଷିଦ ଆଲାମ ଖାଁ ଝାରସୁଗୁଡ଼ା ଟାଉନ ପୋଲିସ ଥାନା ଯାଇ।ଅଭିଯୋଗ କରିଥିଲେ ଥାନାରେ ଦିର୍ଗ ଏକ ଘଣ୍ଟା ବଚସା ବିଟିଏମ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି ଙ୍କ ସହ ହୋଇଥିଲା ସେ ଅଭିଯୋଗ ପତ୍ର ଜମା ପଢି ନ ଥିଲେ ଆଗରୁ ନିଜର ମୁଣ୍ଡ ରେ ଅଠା ଲାଗେଇବା ପାଇଁ ପ୍ରୟାସ କରିଥିଲେ ଉକ୍ତ ଅଭିଯୋଗ ପତ୍ର ରେ ଲେଖା ହୋଇଥିଲା ଯେ ଗତ ୬୦ ଘଣ୍ଟାରୁ ଉର୍ଦ୍ଧ୍ବ ହେଲା ଲାଇନ ନାହିଁ କିନ୍ତୁ ଆଖ ପାଖ ଲୋକଙ୍କ ପାଖରେ ବିନା ବିଦ୍ୟୁତ ସଂଯୋଗ ରେ ହୁକିଙ୍ଗ କରି ସହଜରେ ଲାଇନ ପାଇ ଉପଭୋଗ କରୁଛନ୍ତି ଏବଂ ଆମେ ନିୟମନୁଯାୟୀ ଉପଭୋକ୍ତା ସହ ପ୍ରତି ମାସ  ବିଦ୍ୟୁତ ଶୁଳ୍କ ପ୍ରଦାନ କରି ଅନ୍ଧାର ରେ ରହିଛୁ ହେଲେ ଦୁଇଟି ବିଷଧର ସାପ ମଧ୍ୟ ଘର ସମ୍ମୁଖରେ ଦେଖିବାକୁ ପାଇଲୁ ଏବଂ ଏହାସହ ଆମେ କୌଣସି ଘରୋଇ ବିଦ୍ୟୁତ କର୍ମଚାରୀଙ୍କୁ ପୋଲ ରେ ଚଢେଇ ମରାମତି କାମକରିବୁ ଏବଂ କୌଣସି ପ୍ରକାର ଅସୁବିଧା ଦୁର୍ଘଟଣା ଘଟିଲେ ଆମେ ଦାୟୀ ନ ହୋଇ ବିଦ୍ୟୁତ ବିଭାଗଦାୟୀ ହେବ । ବହୁତ ଯୁକ୍ତି ତର୍କ ହୋଇ  ଅଧିକାରୀ ସୁଚିସ୍ମିତା ମହାନ୍ତି ଅଭିଯୋଗ ରଖିବାକୁ ମନା କରିଥିଲେ ହେଲେ ଖୁର୍ଷିଦ ଆଲାମ କହିଥିଲେ ଏହା ଆପଣଙ୍କ କାର୍ଯ୍ୟ ନୁହେଁ ତାହାହେଲେ ଆପଣ ଏହାକୁ ରିଜେକ୍ଟ ଲିଖିତ ଭାବରେ ଦିଅନ୍ତୁ ହେଲେ ପୋଲିସ ଅଧିକାରୀ ସମ୍ପୂର୍ଣ୍ଣ ମନା କରିଦେଇଥିଲେ ।ଏବଂ ବହୁତ ଯୁକ୍ତି ତର୍କ ପରେ ବିଦ୍ୟୁତ ବିଭାଗର ଯେଇ କୁ ଫୋନ ମାଧ୍ୟମରେ ସେ ସମାଧାନ କରିବା ପାଈଁ କହିଥିଲେ ।ହେଲେ ସନ୍ଧ୍ୟା  ୭ ଟା ସମୟରେ ଉକ୍ତ ବିଦ୍ୟୁତ କର୍ମଚାରୀ ମାନେ ଆସି ତାର ରେ ସାମାନ୍ୟ ତ୍ରୁଟି ଥିବାର ଦେଖି ସଜାଡିବାରୁ ବିଦ୍ୟୁତ ସଂଯୋଗ ହୋଇଥିଲା ଯାହା ପ୍ରାୟ ୭୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଲାଇନ ଜଣେ ବିଦ୍ୟୁତ ଶୁଳ୍କ ପ୍ରଦାନ କରୁଥିବାର ବ୍ୟକ୍ତିଙ୍କ ସହ ହେଲା ।ଏହା ସମ୍ପୂର୍ଣ୍ଣ ବିଦ୍ୟୁତ ବିଭାଗର ଖାମଖିଆଳି ନୀତି ସଦୃଶ ବିଗତ ଦିନରେ ଏକ ବର୍ଷ ରୁ ଉର୍ଦ୍ଧ୍ବ ହେବ ପାଣି ଭିତରେ ବିଦ୍ୟୁତ ପୋଲ ରହିଥିବାର ଖବର କାଗଜ ରେ ପ୍ରକାଶ ପାଇଛି ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ଚୁପ ।ଲୋଟନ ଗାର୍ଡେନ ନିକଟରେ ଥିବା ଗଛ ସମ୍ପୂର୍ଣ୍ଣ ଭାବରେ ତାର ଉପରେ ପଡିରହିଛି ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ଚୁପ ମାତ୍ର କିଛି ମିଟର ଦୂରତା ରେ ବିଦ୍ୟୁତ ବିଭାଗ ପାହାଡ଼ି ମନ୍ଦିର ସେକ୍ସନ କାର୍ଯ୍ୟଳୟ ରହିଥିବା ବେଳେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଛି ଏବଂ ସରବାହାଲ ଅଞ୍ଚଳରେ ଷ୍ଟ୍ରୀଟ ଲାଇଟ ପୋଲ ଧସିବା ଉପରେ ଅଛି ବିଦ୍ୟୁତ ବିଭାଗ କିମ୍ବା ପ୍ରଶାସନ ଏହାକୁ ଖାତିର କରୁନାହିଁ କିମ୍ବା ମରାମତି କରୁ ନ ଥିବାର ଦେଖିବାକୁ ମିଳୁଛି ।ସବୁଠାରୁ ବଡ଼ କଥା ହେଲା ଭାଟିପଡା ,ଓରାମ ପଡ଼ା, ବଙ୍ଗାଳୀ ପଡ଼ା ବୁରମାଲ ,ଶୁକ୍ରବାର ବଜାର, ସରବାହାଲ ଅଞ୍ଚଳ ରେ ମୁଖ୍ୟ ରାସ୍ତା ଉପରେ ଦୋକାନୀ ମାନେ ବିନା କାଗଜ ପତ୍ର ରେ ବିଦ୍ୟୁତ ସଂଯୋଗ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ କାହିଁକି ? କେଉଁ କାମରେ ଝାରସୁଗୁଡ଼ା ଜିଲ୍ଲା ଟାଉନ ବିଦ୍ୟୁତ ବିଭାଗ ବ୍ୟସ୍ତ ତାହା ଜଣା ପଡୁନାହିଁ କିମ୍ବା ହୁକିଙ୍ଗ କରିଥିବାର ଲୋକେ  କିପରି ଦିନ ରାତି ଏହି ବିଦ୍ୟୁତ ଜଳେଇ ମଜା ନେଉଛନ୍ତି ବର୍ଷ ବର୍ଷ ପରେ ମଧ୍ୟ ବିଦ୍ୟୁତ ବିଭାଗ ଚୁପ କାହିଁକି ? ଯଦି ଜଣେ ଶୁଳ୍କ ଦେଉଥିବାର ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ବିଭାଗର ପାତର ଅନ୍ତର ନୀତି ଥିବା ବେଳେ ଅନ୍ୟମାନେ କିପରି ବିନା ସଂଯୋଗ ରେ ହୁକିଙ୍ଗ ମାରି ସହଜରେ ବେଆଇନ ଭାବରେ ବିଦ୍ୟୁତ ସେବା ପାଇ ପାରୁଛନ୍ତି ହେଲେ ଏଥିରେ ବିଦ୍ୟୁତ ବିଭାଗର ଅଧିକାରୀ ଚୁପ ରହିବା ପଛରେ ସ୍ୱାର୍ଥ କଣ ?ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର  ବିଦ୍ୟୁତ ର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛି ଏବଂ ତଳୁଆ ଅଧିକାରୀ ମାଲାମାଲ ହୋଇଚାଲିଛନ୍ତି କହିବା ଭୁଲ ହେବ କି ? ଆଗାମୀ ଦିନରେ ଜଣା ପଡିବ ।

0
0
0
s2sdefault