ପରୀକ୍ଷା ଡେଡ଼ଲାଇନ ବଢ଼ାଇବାକୁ ୟୁଜିସିକୁ ଅନୁରୋଧ କଲା ଓଡିଶା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ ) ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ୟୁଜିସି ଗାଇଡ୍ଲାଇନ ଅନୁସାରେ ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା ସାରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଭର୍ଚ୍ୟୁଏଲ ବୈଠକରେ ୨ଦିନ ତଳେ ନିଷ୍ପତ୍ତି  ନିଆଯାଇଥିବା ବେଳେ ଆଜି  ଛାତ୍ରଛାତ୍ରୀଙ୍କ ନିରାପତ୍ତା ଦୃଷ୍ଟିରୁ ସର୍ବୋପରି କୋଭିଡ ପ୍ରଟୋକଲ ପାଳନ ପୂର୍ବକ ପରୀକ୍ଷା କରାଇବା ପାଇଁ ରାଜ୍ୟ ସରକାର  ଡେଡ଼ଲାଇନକୁ ଆଉ କିଛିଦିନ ବୃଦ୍ଧି କରିବା ପାଇଁ ୟୁଜିସିକୁ ଅନୁରୋଧ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ  ରାଜ୍ୟ ସକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏହି ଅନୁରୋଧ ଛାତ୍ର ଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି କରିଛନ୍ତି |  ପତ୍ୟେକ ପରୀକ୍ଷା ମଧ୍ୟରେ ଗୋଟିଏ ଦିନର ବ୍ୟବଧାନ ରହିଲେ  ପରୀକ୍ଷା କେନ୍ଦ୍ର ଓ ହଲ ଭଲ ଭାବେ ସାନିଟାଈଜ଼ ବା ବିଶୋଧନ କରିହେବ  ଓ କୋଭିଡ ନିୟମର ଅନୁପାଳନ ହୋଇପାରିବ ବୋଲି  ରାଜ୍ୟ ସରକାର ୟୁଜିସିକୁ ଜଣାଇଛନ୍ତି |

 ଏ ବିଷୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଟୁଇଟ କରି କହିଛନ୍ତି ଯେ " ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ , ରାଜ୍ୟରେ ସମସ୍ତ UG & PG ଫାଇନାଲ୍ ସେମିଷ୍ଟାର / ବର୍ଷ ପରୀକ୍ଷା ସମାପ୍ତ ହେବା ପାଇଁ  ଡେଡ଼ ଲାଇନକୁ ସେପ୍ଟେମ୍ବର ୩୦ ପରିବର୍ତ୍ତେ  ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି କିବା ପାଇଁ ଅନୁରୋଧ କରିଛନ୍ତି | ତେଣୁ ଏଠିପାଇଁ ଡେଡ଼ ଲାଇନ ୧୦ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି | ଫଳରେ କୋଭିଡ -19 ପ୍ରୋଟୋକଲ ଅନୁଯାୟୀ ପର୍ଯ୍ୟାପ୍ତ ସତର୍କତା ସହିତ ପରୀକ୍ଷା ପରିଚାଳନାକୁ ନିଶ୍ଚିତ କରାଯାଇପାରିବ । ଫାଇନାଲ  ପରୀକ୍ଷା ୨୦  ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୦  ଅକ୍ଟୋବର ମଧ୍ୟରେ ଅନୁଷ୍ଠିତ ହେବ | ଫଳାଫଳ ୩୧  ଅକ୍ଟୋବର ସୁଦ୍ଧା ପ୍ରକାଶିତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼  ସାହୁ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି  | 

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ତାଙ୍କ ରାୟରେ ୟୁଜିସି ଗାଇଡ୍ଲାଇନକୁ ମାନ୍ୟ କରିଥିବା ବେଳେ ଯେଉଁ ରାଜ୍ୟମାନଙ୍କ ଅସୁବିଧା ଅଛି ବା ଡେଡ଼ ଲାଇନ ବଢ଼ାଇବାକୁ ଚାହାନ୍ତି ସେମାନେ ୟୁଜିସିକୁ ଅନୁରୋଧ କରିପାରିବେ ବୋଲି କହିଥିଲେ | 

0
0
0
s2sdefault