ଚାରିଦିନରେ ୬ ବିଧାୟକ କରୋନା ଆକ୍ରାନ୍ତ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସୁଶାନ୍ତଙ୍କ ପରେ ପୁଣି ସୁନନ୍ଦା ଓ ବିକ୍ରମ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଗତ ୪ ଦିନ ଭିତରେ ଶାସକ ବିଜୁ ଜନତା ଦଳର ୬ ଜଣ ବିଧାୟକ (ଜଣେ ମନ୍ତ୍ରୀଙ୍କୁ ମିଶାଇ)  କରୋନା ପଜିଟିଭ ଚିହ୍ନଟ ହେଲେଣି | ଚାରିଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତା ପର ଦିନ ଆକ୍ରାନ୍ତ ହେଲେ  ଉଚ୍ଚ ଶିକ୍ଷା ଓ କୃଷି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ଚାନ୍ଦବାଲି ବିଧାୟକ ବାପି ରାୟ ସଂକ୍ରମିତ ହୋଇଥିଲେ |  ତାପରେ ଗତକାଲି ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଆକ୍ରାନ୍ତ ହୋଇଥିବା ସୂଚନ ଦେଇଥିବା ବେଳେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଓ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅବଗତ ଯେବେ ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ଜଣାପଡିଛି | 

0
0
0
s2sdefault