ହେଡଲାଇନସ୍:

ଶ୍ରୀନଗର ସେକ୍ଟରରେ ପ୍ରଥମ ମହିଳା ସିଆରପିଏଫ ଆଇଜି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜାମ୍ମୁ ସେକ୍ଟର ଦାୟିତ୍ୱରେ ଓଡିଶା କ୍ୟାଡର ଆଇପିଏସ ଅଫିସର ରଣପୀସେ

ନୂଆଦିଲ୍ଲୀ(ଶାସକ ପ୍ରଶାସକ) :   ପ୍ରଥମ ଥର ପାଇଁ ଆତଙ୍କବାଦୀ କାର୍ଯ୍ୟକଳାପରେ ପ୍ରଭାବିତ ଶ୍ରୀନଗର ସେକ୍ଟରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସମୁଖ୍ୟ ଭାବେ  ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କୁ ମିଳିଛି ନିଯୁକ୍ତି | ସ୍ୱରାଷ୍ଟ ମନ୍ତ୍ରଣାଳୟ ବରିଷ୍ଠ ଆଇପିଏସ ଅଫିସର ଚାରୁ ସିହ୍ନାଙ୍କୁ ଶ୍ରୀନଗର ସେକ୍ଟରର ଇନିସ୍ପେକ୍ଟର ଜେନେରାଲ ଭାବେ ଅବସ୍ଥାପିତ ହୋଇଛନ୍ତି | ଏଭଳି ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ ପଦବୀ ହାସଲ କରିବାରେ ଚାରୁ ହେଉଛନ୍ତି ପ୍ରଥମ ମହିଳା ଆଇପିଏସ | ୧୯୯୬ ବ୍ୟାଚର ତେଲେଙ୍ଗାନା କ୍ୟାଡର ଆଇପିଏସ ଅଫିସର ଚାରୁଙ୍କ ପାଇଁ ଏହା ପ୍ରଥମ ଚାଲେଞ୍ଜିଙ୍ଗ ପୋଷ୍ଟିଙ୍ଗ ନୁହେ | ସେ ଏହା ପୂର୍ବରୁ ବିହାର ସେକ୍ଟର ଆଇଜି ଭାବେ କାର୍ଯ୍ୟ କରି ନକ୍ସଲ ଦମନ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ | 

ଏହି ବଦଳି ପୂର୍ବରୁ ସେ ଜାମ୍ମୁ ସେକ୍ଟରର ଆଇଜି ଥିଲେ | ଆଉ ଚାରୁ ସିହ୍ନାଙ୍କ ସ୍ଥାନରେ ଜାମୁ ସେକ୍ଟରର ଆଇଜି ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି ନିକଟରେ ଅର୍ଥାତ ଅଗଷ୍ଟ ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଓଡିଶା କ୍ୟାଡର 1995 ବ୍ୟାଚ୍ ର  ବରିଷ୍ଠ ଆଇପିଏସ ଅଫିସର ପି ଏସ ରଣପୀସେ | ସୂଚନାଯୋଗ୍ୟ ଯେ ବରିଷ୍ଠ ଆଇପିଏସ ଅଫିସର ଶ୍ରୀ ରଣପୀସେଙ୍କୁ ସିଆରପିଏଫ ଆଇଜି ଭାବେ ନିଯୁକ୍ତି ଦିଆଯାଇଥିବା ସମ୍ପର୍କିତ ପତ୍ର ଅଗଷ୍ଟ ୭ ତାରିଖରେ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଥିଲା | ସେତେବେଳକୁ ସେ  ରାଜ୍ୟରେ ଅତିରିକ୍ତ ମହାନିର୍ଦ୍ଦେଶକ (ଭିଜିଲାନ୍ସ) ଭାବରେ କାର୍ଯ୍ୟ କରୁଥିଲେ। 

0
0
0
s2sdefault