ଅଖିଳ ଭାରତୀୟ ସ୍ୱାୟତ ଶାସନ ଦିବସ - ୨୦୨୦ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା.(ଅମିତ ପୁରୋହିତ); ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ଅଖିଳ ଭାରତୀୟ ସ୍ୱାୟତ ଶାସନ ଦିବସ-୨୦୨୦ ପାଳିତ ହୋଇଯାଇଛି । ସ୍ଥାନୀୟ ଇନ୍ଡୋର ଷ୍ଟାଡିୟମରେ ଏନେଇ କୋଭିଡ-୧୯ ନିଦେ୍ର୍ଧଶନାମାକୁ କଡାକଡି ପାଳନ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ କି ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଲ୍ପ ନିଦେ୍ର୍ଧଶକ ନବିନ କୁମାର ପଟେଲ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ପୂର୍ବତନ ଏନ.ଏ.ସି ଉପାଧ୍ୟକ୍ଷ ମହେଶ ନିଆଲ ଓ ଏନ.ଏ.ସି ଯନ୍ତ୍ରୀ ହେମ କୁମାର ନାଏକ ପ୍ରମୁଖ  ମଞ୍ଚାସୀନ ଥିଲେ । ଅତିଥି ମାନଙ୍କ ଦ୍ୱାରା ୧୨ ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ସୁଇପର ମାନଙ୍କୁ ସୁରକ୍ଷା ପ୍ରାଦାନକାରୀ  ଜାକେଟ  ଓ ଟି ସାର୍ଟ ଏବଂ ସୁରକ୍ଷା କିଟ୍ ପ୍ରଦାନ କରାଯାଇଥିଲା । ନୂଆପଡା ସହରକୁ ସ୍ୱଚ୍ଚ ପରିମଳ ମୁକ୍ତ ଏବଂ ବାହ୍ୟ ମଲମୁକ୍ତ ସହର ରୂପେ ପରିଗଣିତ କରିବା ଦିଗରେ ସହଯୋଗର ହାର ବଢାଇବା ପାଇଁ ଅତିଥିଗଣ ସମସ୍ତ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ ।  ସ୍ୱଚ୍ଚାସେବୀ ଆବୁସ୍ଥାନର ଅଧ୍ୟକ୍ଷା ଯାଜ୍ଞସେନି  ମହାପାତ୍ର ଓ ମହିଳା ମଣ୍ଡଳ ଉପସ୍ଥିତ ରହି ସହଯୋଗ କରିଥିଲେ । 

ଠିକ ସେହିପରି ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡ ର କାର୍ଯ୍ୟ ନିର୍ବାହୀ ଅଧିକାରୀ କର୍ଣ୍ଣ ସୁନାଙ୍କ ଅଧ୍ୟକ୍ଷତାରେ ସ୍ୱାୟତ ଶାସନ ଦିବସ ପାଳନ କରାଯାଇଥିଲା । ଯେଉଁଥିରେ କି ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୂଖ୍ୟ ଅତିଥି, ଉପ ଜିଲ୍ଲାପାଳ ତରଣିସେନ ନାଏକ, ସମାଜସେବୀ ଶେଖର ଜୈନ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ସାନିଟାଇଜର ଏକ୍ସପର୍ଟ କେ ସୁନିଲ କୁମାର ଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା ।  ଖରିଆର ରୋଡ ସହରକୁ ପରିଷ୍କାର ପରିଛନ୍ନ ଓ ପ୍ରଦୁଷଣ ମୁକ୍ତ ରଖିବା ସଙ୍ଗେ ସଙ୍ଗେ କରୋନା ମୁକ୍ତ ରଖିବାରେ ଅଞ୍ଚଳବାସୀଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀ କାର୍ଯକ୍ରମରେ ସହଯୋଗ କରିଥିଲେ ।       

 

0
0
0
s2sdefault