ହେଡଲାଇନସ୍:

ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ : କୃତଜ୍ଞତା ଜଣାଇଲେ ଅରୁଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହାକ ହୋଇଥିବା ଆକାଉଣ୍ଟରୁ ଦୂର ହେଲା ଅସଙ୍ଗତି

ଭୁବନେଶ୍ୱର : ଆଜି କରୋନା ପଜିଟିଭ ଚିହ୍ନଟ ହୋଇ ହୋମ ଆଇସୋଲେସନରେ ଥିବା କୃଷି ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼  ଅରୁଣ ସାହୁଙ୍କ  ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଉ ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା ପାଇଁ  କୃତଜ୍ଞତା ଜଣାଇଛନ୍ତି  ଅରୁଣ | ସେହିପରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ମନ୍ତ୍ରୀ, ବିଧାୟକ ତଥା ଅନ୍ୟ ସମସ୍ତ କର୍ମକର୍ତ୍ତା ଓ ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞନ୍ତ ଜଣାଇଛନ୍ତି |  ସୂଚନାଯୋଗ୍ୟ  ଯେ ରାଜ୍ୟ ସରକାରଙ୍କ ଦ୍ଵିତୀୟ ମନ୍ତ୍ରୀ ଭାବେ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ମନ୍ତ୍ରୀ ଡ଼ ସାହୁ | ଆଉ ଏ ବିଷୟ ନିକେ ମନ୍ତ୍ରୀ ସୋସିଆଲ ମିଡି଼ଆରେ ସୂଚନା ଦେଇଥିଲା | ସେ ବର୍ତ୍ତମାନ ହୋମ ଆଇସୋଲେସନ ରେ ଅଛନ୍ତି | ସେ ଭଲ ଅଛନ୍ତି ଆଉ ତାଙ୍କ ସହ ଯେଉଁମାନେ ଗତ କିଛି ଦିନ ଭିତରେ ମିଶିଛନ୍ତି  ସେମାନେ ନିଜ ନିଜର ପରୀକ୍ଷା କରାଇନେବା ପାଇଁ ଅନୁରୋଧ କରିଥିଲେ ମନ୍ତ୍ରୀ ଡ଼ ସାହୁ |  

ଅନ୍ୟପକ୍ଷରେ  କିଛି ଦିନ ତଳେ ତାଙ୍କ ଫେସବୁକ ଆକାଉଣ୍ଟକୁ କେହି ଦୁର୍ବୃତ୍ତ ହାକ କରିଦେଇଥିବା ବେଳେ ତାହା ସର୍ଟ ଆଉଟ ହୋଇଯାଇଥିବା ଯୋଗୁ ଏ ଅସଙ୍ଗତି ଦୂର କରିବାରେ ସହାୟକ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ଧନ୍ୟବାଦ ଜଣାଇଛନ୍ତି |

0
0
0
s2sdefault