ହେଡଲାଇନସ୍:

ପାରଳାଖେମୁଣ୍ଡି ପୌରପରିଷଦରେ ସ୍ୱାୟତ୍ତ-ଶାସନ ଦିବସ-୨୦୨୦ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌରପରିଷଦରେ ସ୍ୱାୟତ୍ତ-ଶାସନ ଦିବସ-୨୦୨୦ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ , କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଭୃତି ନିରାଡ଼ମ୍ବର ଭାବେ କୋଭିଡ-୧୯ ଗାଇଡ଼-ଲାଇନ ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଉଦବୋଧନରେ ସହର ବାସୀଙ୍କୁ ସ୍ୱାୟତ୍ତ-ଶାସନ ଦିବସ ପାଳନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସହରକୁ ଏକ ସ୍ୱଚ୍ଛ , ପରିମଳ ମୁକ୍ତ ଏବଂ ବାହ୍ୟ ମଳମୁକ୍ତ ସହର ଭାବେ ପରିଗଣିତ କରିବା ସହ ଏକ ସୁନ୍ଦର ଆଦର୍ଶ ସହର ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ବଦ୍ଧ ହେବାକୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ , ସାମ୍ପ୍ରତିକ ମହାମାରୀ କୋଭିଡ-୧୯ରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ଦିଗରେ ଏହି କରୋନା ମହାମାରୀର ଦୃଢ଼ ମୁକାବିଲା କରିବା ପାଇଁ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା , ମୁହଁରେ ମାସ୍କ ପିନ୍ଧିବା , ହାତକୁ ବାରମ୍ବାର ସାବୁନରେ ଧୋଇବା , ଜନ ଗହଳି ଠାରୁ ଦୁରେଇ ରହିବା , ରାସ୍ତା ଓ ଜନସାଧାରଣ ସ୍ଥାନରେ ଛେପ ନ ପକାଇବା , ଅତି ଆବଶ୍ୟକ ନ ହେଲେ ଘରୁ ବାହାରିବା ନାହିଁ , ନିଜେ ସୁରକ୍ଷିତ ରହିଲେ ପରିବାର ସୁରକ୍ଷିତ ରହିବେ । ତେଣୁ ଏ ସମସ୍ତ ଦିଗରେ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣଭାବେ ସହଯୋଗ କରିବାକୁ ସହରବାସୀଙ୍କୁ ଜିଲ୍ଲାପାଳ ଶ୍ରୀ ସାହା ନିବେଦନ କରିଥିଲେ ।

ପୌର-ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ  ଅଶୋକ କୁମାର ରାଉତ ଉପସ୍ଥିତ ରହି ପାରଳାଖେମୁଣ୍ଡି ସହର ବାସିନ୍ଦାଙ୍କୁ ପୌର ପରିଷଦ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସର୍ବାଧିକ ମୌଳିକ ସୁବିଧା ସୁଯୋଗ , କାର୍ଯ୍ୟକାରିତା ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ , ପୌର-ପରିଷଦର ରହିଥିବା ଲକ୍ଷ୍ୟ ଓ ସଂକଳ୍ପ , ସଫଳତା କାର୍ଯ୍ୟ ପ୍ରଭୃତି ସମ୍ପର୍କରେ କହିବା ସହ ସହରବାସୀଙ୍କ ରହିଥିବା ସହଯୋଗ ଓ ଦାୟିତ୍ୱ ସମ୍ପର୍କରେ କହିଥିଲେ ।

ଏହି ଅବସରରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ , ସ୍ବାସ୍ଥ୍ୟବିଭାଗ ଡାକ୍ତର ଓ କର୍ମଚାରୀ , କୋଭିଡ ଆଣ୍ଟିଜେନ ପରୀକ୍ଷା କେନ୍ଦ୍ରର ଅଧିକାରୀ ଓ କର୍ମଚାରୀ ଏବଂ ପୌର ପରିଷଦର ଅଧିକାରୀ , ରାପିଡ ଆଣ୍ଟିଜେନ ଟେଷ୍ଟିଙ୍ଗ ଦଳର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ କରୋନା ଆକ୍ରାନ୍ତକାରୀ ମାନଙ୍କୁ ଅହରହ ଉତ୍ସର୍ଗୀ-କୃତ ସେବା ଯୋଗାଇ ଦେଇ ଆସୁଥିବା ମୋଟ ୨୮ ଜଣ କରୋନା ଯୋଦ୍ଧାଙ୍କୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଉପଢୌକନ , ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ ।

ଏହି ସ୍ୱାୟତ୍ତ-ଶାସନ ଦିବସ-୨୦୨୦ ପାଳନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ପୌର-ପରିଷଦ କାର୍ଯ୍ୟାଳୟ ପରିସରରେ ଅତ୍ୟନ୍ତ ନିରାଡମ୍ବରରେ କୋଭିଡ ଗାଇଡ଼-ଲାଇନ ନିୟମ ପ୍ରକାରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରି ଏବଂ ମାସ୍କ ପିନ୍ଧି ଉପସ୍ଥିତ ଥିଲେ ।

ପରେ ପୌର-ପରିଷଦ ପକ୍ଷରୁ ସହରର ୫ ନମ୍ବର ୱାର୍ଡର ସୀତାସାଗର-ରେଳ ଲାଇନ ତଟ ରାସ୍ତା ପାର୍ଶ୍ୱରେ ରାଧାଚୁଡା , କୃଷ୍ଣଚୁଡା , କରଞ୍ଜ , ଲିମ୍ବ ଓ ପାଟୁଳି ପ୍ରଭୃତି ଚାରା ରୋପଣ କରା ଯାଇଥିଲା । ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ପୌର-ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ , ସହକାରୀ ଯନ୍ତ୍ରୀ ସଞ୍ଜୀବ ଚମ୍ପତ୍ତି ରାୟ , କନିଷ୍ଠ ଯନ୍ତ୍ରୀ ଏମ୍:ଯୁଧିଷ୍ଠିର ପ୍ରମୁଖ ଚାରା ରୋପଣ କରିଥିବା ବେଳେ ପୌର ପରିଷଦର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଚାର ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

0
0
0
s2sdefault