ହେଡଲାଇନସ୍:

ବେନିୟମ ଭାବେ ୱେସ୍କୋ ଲୁଟୁଛି ଲକ୍ଷ ଲକ୍ଷ ଟଙ୍କା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭାଗର ଅବହେଳାରେ ଲୋକେ ଅତିଷ୍ଠ ,ତଥାପି ବଦଲୁନି ଦଦରା ଖୁଣ୍ଟ ଓ ଛିଣ୍ଡା ତାର

ଝାରସୁଗୁଡା : ସୁବାଷ ସାହାରେ - ବିଦ୍ୟୁତ ବିଭାଗର ଅବହେଳା ଦିନକୁ ଦିନ ବଢ଼ିବଢି ଚାଲିଛି । ଝାରସୁଗୁଡ଼ା ଜିଲ୍ଲା ଲଇକେରା ଗ୍ରୀଡ଼ ଅନ୍ତର୍ଗତ ଖୁନ୍ତାମାଲ ରୁ ଏକ ଘଟଣା ସାମନାକୁ ଆସିଛି । ଯାହାକୁ ଦେଖିଲେ ଏ ବିଷୟରେ ନିଶ୍ଚୟ ହଜାରେ ଥର ମନରେ ପ୍ରଶ୍ନ ଆସିବ । ଖବର ଅନୁସାରେ, ଖୁନ୍ତାମାଲ ଗ୍ରାମରେ ବିଦ୍ୟୁତ ବିଭାଗ ପକ୍ଷରୁ ଏକାଥରକେ ଗତ ୩ ମାସର ବିଲ ଅଗଷ୍ଟ ମାସ ୨୫ ତାରିଖ ଦିନ ଉପଭୋକ୍ତା ମାନଙ୍କୁ ଗ୍ରାମରେ ଦିଆଯାଇଛି । ତା ସହ ୩ ମାସର ଵିଲରେ ଆସିଥିବା ଶୁଳ୍କକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଉପଭୋକ୍ତା ଙ୍କ ବିଲ , ୩ ମାସରେ ସମୁଦାୟ ୬୦୭ ୟୁନିଟ ଆସିଥିବା ବେଳେ ୧୫୦ ୟୁନିଟକୁ ୨.୫୦ ହିସାବରେ - ୩୭୫ ଟଙ୍କା , ୪୫୦ ୟୁନିଟକୁ ୪.୩୦ ହିସାବରେ ୧୯୩୫ ଟଙ୍କା ଏବଂ ୭ ୟୁନିଟକୁ ୫.୩୦ ହିସାବରେ ୩୭.୧୦ ର ବିଲ ଆସିଛି । ଇଲେକ୍ଟ୍ରି ଡ୍ୟୁଟି ବାବଦକୁ ୯୩ ଟଙ୍କା ୮୮ ପଇସା ଦର୍ଶାଯାଇଛି । ସେଥିରେ ସମୁଦାୟରୁ  ଏଡ଼ଯଶମେଣ୍ଟ ବାବଦକୁ ୧୭୬.୮ ପଇସା କଟିଛି । ଯାହାକି ବିଲଟି ସମ୍ପୂର୍ଣ୍ଣ ବେଆଇନ ଭାବରେ ଆସିଥିବା ଉପଭୋକ୍ତା ଜଣକ କହିଛନ୍ତି । ପ୍ରଥମତଃ ବିଦ୍ୟୁତ ବିଭାଗ ପକ୍ଷରୁ ଉପଭୋକ୍ତାଙ୍କୁ ପ୍ରତି ମାସ ବିଲ ଦେବା ପାଇଁ ନିୟମ ରହିଥିବା ବେଳେ, ଏକାଥରକେ ୩ ମାସର ବିଲ ଦେବା କେତେଦୂର ଯଥାର୍ଥ । ଦ୍ଵିତୀୟରେ ୩ ମାସର ସମୁଦାୟ ୟୁନିଟକୁ ଯୋଡି କେବଳ ୧୫୦ ୟୁନିଟକୁ ୨.୫୦ ହିସାବରେ ଯୋଡି ବାକି ସମୁଦାୟ ୟୁନିଟକୁ ୪ ଟଙ୍କା ୩୦ ଓ ୫. ଟଙ୍କା ୩୦ ପଇସାରେ ଯୋଡିବା ଯୋଗୁଁ ବିଲ ଶୁଳ୍କ ଅଧିକ ଆସିଛି । ବିଦ୍ୟୁତ ବିଭାଗ ଯଦି ପ୍ରତି ମାସ ବିଲ ଦେଇଥାନ୍ତେ ତେବେ, ପ୍ରଥମ ମାସର ବିଲରେ ୧୫୦ ୟୁନିଟ ପର୍ଯ୍ୟନ୍ତ ୨.୫୦ ଟଙ୍କା ହିସାବରେ ବିଲ ଆସିଥାନ୍ତା । ପ୍ରତି ମାସ ୧୫୦  ୟୁନିଟ ଅର୍ଥାତ ୪୫୦ ୟୁନିଟକୁ ୨.୫୦ ହିସାବରେ ବିଲ ଆସିଥାନ୍ତା । ବାକି ୟୁନିଟ ୪.୩୦ ରେ ଆସିଥାନ୍ତା । କିନ୍ତୁ ଏଥିରେ ମାତ୍ର ୧୫୦ ୟୁନିଟକୁ ୨.୫୦ ହିସାବରେ ଆସିଛି ଯାହାକି ୪୫୦ ୟୁନିଟକୁ ୨.୫୦ ହିସାବରେ ଆସିଥାନ୍ତା । ବିଦ୍ୟୁତ ବିଭାଗ ୩ ମାସର ୟୁନିଟକୁ (ସମୁଦାୟ ୟୁନିଟକୁ) ମିଶାଇ ଏକାଥରକେ ହିସାବ କରିଥିବାରୁ ବିଲ ଅଧିକ ଆସୁଛି । ତାସହ ପୂର୍ବ ମାସ ୧୭୬ ଟଙ୍କା ୮ ପଇସା ଆଡ଼ଭାନ୍ସ ନେଇ ଏଡ଼ଜଷ୍ଟମେଣ୍ଟ କରୁଛି । ଇଲେକ୍ଟ୍ରି ଡ୍ୟୁଟି ବାବଦକୁ ମଧ୍ୟ ୯୩ ଟଙ୍କା ୮୮ ପଇସା ନେଇଛି ।

ସମସ୍ତ ଉପଭୋକ୍ତାଙ୍କୁ ବେନିୟମ ଭାବେ ବିଲ ଦେଇଥିବା ବେଳେ ସମସ୍ତଙ୍କ ଠାରୁ ଅଧିକ ଟଙ୍କା ଲୁଟୁଛି ୱେସ୍କୋ । ଏଭଳି କରିବା ଯୋଗୁଁ କୋଟିକୋଟି ଟଙ୍କା ଲାଭରେ ରହୁଛି ବିଭାଗ । କିନ୍ତୁ ଗାଁ ଗୁଡିକରେ ଆଜି ପର୍ଯ୍ୟନ୍ତ, ପୁରୁଣା ଖୁଣ୍ଟ ଓ ବିଦ୍ୟୁତ ତାରକୁ ବଦଳାଇବାରେ ବିଭାଗ ଅସଫଳ । ଅନେକ ସମୟରେ ବିଦ୍ୟୁତ ତାର ଛିଣ୍ଡୁଛି । ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡ଼ି ପଡୁଛି । ପୁରୁଣା ଛିଣ୍ଡା ତାର ଓ ଦଦରା ଖୁଣ୍ଟରେ ଚାଲିଛି ବିଦ୍ୟୁତ ଯୋଗାଣ । ଲୋକେ ଏ ଦିଗରେ କିଛି ନଜାଣି ବିଭାଗକୁ ଟଙ୍କା ଦେଉଛନ୍ତି । କିନ୍ତୁ ୱେସ୍କୋ ଲୋକଙ୍କୁ ଲୁଟିବାରେ ଲାଗିଛି । ଵ୍ୟଵହାର ଠାରୁ ଅଧିକ ବିଲ ଆସୁଛି ଯା, ଫଳରେ ଲୋକଙ୍କ ବକେୟା ଶୁଳ୍କ ବଢ଼ିବଢି ଯାଉଛି । ଫଳରେ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି । ବିଦ୍ୟୁତ ବିଭାଗର ଏଭଳି ଚରମ ଅବହେଳାର ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ବିଭାଗ ଏ ଦିଗରେ ଉଚିତ ପଦକ୍ଷେପ ନେବାକୁ ଦାବି ହୋଇଛି ।

0
0
0
s2sdefault