ହେଡଲାଇନସ୍:

ଏଥର ପୁରା ଖୋଲାମେଲା, ଦାୟିତ୍ବହୀନ ହେଲେ ଗଲା !!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ସରକାର ଜାରି କଲେ ଗାଇଡ଼ ଲାଇନ 

  • ନା ରହିଲା ନାଇଟ କର୍ଫ୍ୟୁ , ନା ଅଛି  ସପ୍ତାହାନ୍ତ ଲକ ଡାଉନ 

  • ୨୧ରୁ ଖୋଲିବ ଓପନ ଏୟାର ଅଡିଟୋରିଅମ   

ଭୁବନେଶ୍ୱର : ଏଥର ପୁରା ଢିଲା, ମାନେ ପୁରା ଖୋଲା ମେଳା ହୋଇଯାଇଛି ବଜାର ରାଜ୍ୟ ସରକାରଙ୍କ ଅନଲକ ୪ ଗାଇଡ଼ ଲାଇନ ଜାରି ହେବ ପରେ | ଏବେ ଲୋକଙ୍କ ହାତରେ ସବୁକିଛି କେମିତି ନିଜକୁ ଓ ନିଜ ପରିବାର ବର୍ଗଙ୍କୁ ସୁରକ୍ଷିତ ରଖିବେ |  କେନ୍ଦ୍ର ସରକାର ଅନଲକ ୪.୦ ଲାଗି ଗାଇଡଲାଇନ ଜାରି କରି ରାଜ୍ୟ ସରକାରଙ୍କ ଠାରୁ ସଟ ଡାଉନ ଓ ଲକ ଡାଉନ କରିବା କ୍ଷମତା ନିଜ ସଂକୁଚିତ କରିବା ପରେ ଆଜି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଆଧାରରେ ଜାରି କରିଛନ୍ତି ଅନଲକ ୪.୦ ଗାଇଡଲାଇନ । କେବଳ କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା ଓ ସବଡିଭିଜନରେ ଲକଡାଉନ ଲାଗୁ ହେବ ନାହିଁ । ମାନେ ଏବେ ସବୁ ଲୋକଙ୍କ ହାତରେ | ଆଉ ଲକ ଡାଉନ ସଟ ଡାଉନ ଆଉ ନାଇଟ କର୍ଫ୍ୟୁ ନାଇଁ | ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାରେ ଯେହେତୁ ସ୍ୱତନ୍ତ୍ର ଭାବେ ସପ୍ତାହାନ୍ତ ସଟଡାଉନ ସମ୍ପର୍କରେ  ଉଲ୍ଲେଖ ନାହିଁ , ରେଣୁ ସେଇଟା ବି ଆଉ ହେବ ହେବ ନାହିଁ ବୋଲି ଆଶା କରାଯାଉଛି | କାରଣ କେନ୍ଦ୍ର ସରକାର ବାରଣ କରିଛନ୍ତି ଲକ ଡାଉନ ପାଇଁ |  ଆହୁରି ମଧ୍ୟ ରାତ୍ରିକାଳିନ କର୍ଫ୍ୟୁକୁ ମଧ୍ୟ ଉଠାଇ ଦିଆଯାଇଛି ।

ଅନ୍ୟପକ୍ଷରେ ୨୧ ସେପ୍ଟେମ୍ବରରୁ ରାଜ୍ୟରେ ଖୋଲିବ  ମୁକ୍ତାକାଶ ପ୍ରେକ୍ଷାଳୟ ନ ଓପନ ଅଡିଟୋରିଅମ  । କିନ୍ତୁ ସିନେମା ହଲ, ବାର, ଅଡିଟୋରିୟମ, ସ୍ୱିମିଂ ପୁଲ, ମନୋରଂଜନ କଂପ୍ଲେକ୍ସ, ଖୋଲିବ ନାହିଁ  । ସେହିପରି ଗୃହ ମନ୍ତ୍ରାଳୟ ଅନୁମୋଦିତ ବିମାନସେବା ବ୍ୟତିତ ଅନ୍ୟ ବିମାନସେବା ପାଇଁ ଅନୁମତି ଦିଆଯାଇନାହିଁ । ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ଅନୁମତି ଦିଆଯାଇନାହିଁ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନରେ । ପରବର୍ତ୍ତିକାଳରେ ପରିସ୍ଥିତିର ଆକଳନ କରି ନିଷ୍ପତ୍ତି ନିଆଯିବ ।  କେନ୍ଦ୍ର ସରକାର ସେପ୍ଟେମ୍ବର ପର୍ଯ୍ୟନ୍ତ  ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ  ବନ୍ଦ କରିବା ନିର୍ଦ୍ଦେଶ ଦେଇଥିବା ବେଳେ  ରାଜ୍ୟ ସରକାର ଏ ସବୁ ପୂର୍ବରୁ ପୂଜାଛୁଟି ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି  ।

 

0
0
0
s2sdefault