ହେଡଲାଇନସ୍:

ଭାଲୁ ଆକ୍ରମଣରେ ଆହତଙ୍କ ପରିବାରକୁ ସହାୟତା ଯୋଗାଇଦେଲା ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ଗତ 29 ତାରିଖ ଦିନ ପାଇକମାଲ ବ୍ଲକ କେରମେଲାବାହାଲ ନିବାସୀ ପ୍ରକାଶ ଚନ୍ଦ୍ର ନାଗ ସକାଳୁ ନିଜ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ ର ଶିକାର ହୋଇଥିଲେ । ତାଙ୍କୁ ପ୍ରଥମେ ପଦ୍ମପୁର ଓ ପରେ ବୁର୍ଲା ଡାକ୍ତରଖାନାକୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ରେଫର କରାଯାଇଥିଲା । ଏହି ଖବର ଜାଣିବା ପରେ ପଦ୍ମପୁର ଉପଜିଲ୍ଲାପାଳ  ଶ୍ରୀ ତନ୍ମୟ କୁମାର ଦରୁଆନଙ୍କର ସୂଚନା ମୁତାବକ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ପୀଡିତ ପ୍ରକାଶ କୁ ସାହାଯ୍ୟ ର ହାତ ବଢାଇଥିଲା । ଜିଲ୍ଲା ପ୍ରଶାସନ ଙ୍କର ନିର୍ଦେଶ କ୍ରମେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଆଜି ଆହତ ପ୍ରକାଶଙ୍କର ଘରକୁ ପହଂଛି ଜିଲ୍ଲା ରେଡ଼କ୍ରସ ତରଫରୁ ତତ୍କାଳୀନ ସହାୟତା ଆକାରରେ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଜଙ୍ଗଲ ବିଭାଗ ତରଫରୁ ମଧ୍ୟ ଆହତ ବ୍ୟକ୍ତି ଙ୍କୁ ସହାୟତା ରାଶି ପ୍ରଦାନ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣା ପଡ଼ିଛି । ସହାୟତା ପ୍ରଦାନ ସମୟରେ ସ୍ଥାନୀୟ ସରପଞ୍ଚ ତଥା ରାଜସ୍ବ ନିରୀକ୍ଷକ ଉପସ୍ଥିତ ଥିଲେ ।

0
0
0
s2sdefault