ହେଡଲାଇନସ୍:

ଉତ୍ସର୍ଗୀକୃତ କାର୍ଯ୍ୟ କରିବାକୁ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱାୟତ ଶାସନ ଦିବସ – ୨୦୨୦ ପାଳିତ

“ଆମ ସହର” ମୋବାଇଲ ଆପ୍ ଏବଂ “ସ୍ୱଚ୍ଛ ସହର ଓଡିଶା” ୱେବ୍ ଆପ୍ ଶୁଭାରମ୍ଭ

ଭୁବନେଶ୍ୱର(ଶାସକ ପ୍ରଶାସକ): ଅଗଷ୍ଟ ୩୧ ତାରିଖ ସ୍ୱାୟତ ଶାସନ ଦିବସ ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ  ଉକ୍ତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶେଷକରି ଏହି ମହାମାରୀ ସମୟରେ ସହରାଞ୍ଚଳରେ ରହୁଥିବା ଲୋକଙ୍କ ବୃଦ୍ଧିପାଉଥିବା  ଆକାଂକ୍ଷାକୁ ପୂରଣ କରିବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୫୦ ଟି ମାଇକ୍ରୋ କମ୍ପୋଷ୍ଟିଂ ସେଟଂର ଏବଂ ଶୁଖିଲା ବର୍ଜ୍ୟବସ୍ତୁ ପରିଟାଳନା ନିମନ୍ତେ ସ୍ଥାପିତ ୫୦ଟି ସାମଗ୍ରୀ ପୁନରୁଦ୍ଧାର ସୁବିଧାର ଶୁଭ ଉଦ୍ଘାଟନ କରିଥିଲେ । ରାଜ୍ୟର ସମସ୍ତ ସହରରେ ସେପ୍ଟେଜ ମ୍ୟାନେଜମେଂଟ ସୁନିଶ୍ଚିତ କରିବା ପାଇଁ ଭିଡିଓ କନଫରେନ୍ସି ମାଧ୍ୟମରେ ୫୧ ଟି ସେପ୍ଟେଜ ଟ୍ରିଟମେଂଟ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପରିମଳ ସୁବିଧାର ସୁପରିଚାଳନା ନିମନ୍ତେ ଗୋଷ୍ଠୀଭିତିକ ସଂଗଠନ ଗୁଡିକୁ ନିୟୋଜିତ କରିବା କ୍ଷେତ୍ରରେ ରାଜ୍ୟର ନିରନ୍ତର ଉଦ୍ୟମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରାଉରକେଲା ମ୍ୟୁନିସପାଲ କର୍ପୋରେସନ , ଅନୁଗୋଳ , ବାଲେଶ୍ୱର ଏବଂ ଢେଙ୍କାନାଳ ମ୍ୟୁନିସପାଲିଟିର ମିଶନ ଶକ୍ତି ଗୋଷ୍ଠୀଙ୍କୁ ୪ଗୋଟି ସେପ୍ଟେଜ ଟ୍ରିଟମେଂଟ ପ୍ଲାଂଟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରିଥିଲେ ।

୫ -ଟି ଆଦର୍ଶର ଏକ ଅଂଶ ଭାବରେ ସହରାଂଚଳରେ ଉତମ ସେବା ଯୋଗାଇ ଦେବା ନିମନ୍ତେ “ଆମ ସହର” ମୋବାଇଲ ଆପ୍ ଏବଂ “ସ୍ୱଚ୍ଛ ସହର ଓଡିଶା” ୱେବ୍ ଆପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଛି । ପୌରସଂସ୍ଥା ଗୁଡିକରେ ଉତମ ଆର୍ଥିକ ପରିଚାଳନା କ୍ଷେତ୍ରରେ ସ୍ୱଚ୍ଛତା ଆଣିବ । ସ୍ୱଚ୍ଛ ସର୍ବେକ୍ଷଣ -୨୦୨୦ରେ ଶ୍ରେଷ୍ଠତା  ପ୍ରଦର୍ଶନକାରୀ ପୋରସଂସ୍ଥା , ବ୍ରହ୍ମପୁର ମହାନଗର ନିଗମ , ପାରାଦୀପ ,ଯୋଡା , ବଡବିଲ ,ଢେଙ୍କାନାଳ , ରାଜଗାଙ୍ଗପୁର , ବ୍ୟାସନଗର , ଚୌଦ୍ୱାର ମ୍ୟୁନିସପାଲିଚି ଏବଂ କୋଟପାଡ ଏନ.ଏ.ସିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ସହର ଗୁଡିକୁ ଅଧିକ ପରିସ୍କାର ପରିଚ୍ଛନ କରିବାରେ ଆମର ପୌର ସଂସ୍ଥାମାନଙ୍କ ଦ୍ୱାରା ମିଳୁଥିବା ସଫଳତା ପାଇଁ ଗର୍ବିତ ହେବା ସହ ମୁଖ୍ୟମନ୍ତ୍ରୀ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପ୍ରୟାସକୁ ପ୍ରଶଂସା କରିଥିଲେ । କୋଭିଡ୍-୧୯ ମହାମାରୀ ସମୟରେ ନିରନ୍ତର ତଥା ନିଷ୍ଠାପର ଉଦ୍ୟମ ପାଇଁ ସେ ପରିମଳ ଯୋଦ୍ଧାମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।

ଏହା କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିନ୍ତି ଯେ ପାରମ୍ପରିକ ପଦ୍ଧତି ଠାରୁ ଏ ବର୍ଷର ସ୍ୱାୟତ ଶାସନ ଦିବସ ପାଳନ ସମ୍ପୂର୍ଣ୍ଣ ଅଲଗା । ରାଜ୍ୟବାସୀ ଏକ କଠିନ ସମୟ ଦେଇ ଜୀବନ ଅତିବାହୀତ କରୁଥିଲେ ମଧ୍ୟ ପୌରପ୍ରଶାସନ ତାର ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରି ଜନସାଧାରଣଙ୍କୁ ସମସ୍ତ ସେବା ପ୍ରଦାନ କରି ଆସୁଅଛି ।

ବିଗତ ଦିନ ମାନଙ୍କ ଠାରୁ ବର୍ତମାନ ବିଭାଗର କାର୍ଯ୍ୟଶୈଳୀ ରେ ଅନେକ ପରିବର୍ତନ ଆସିଛି । ଗୃହ ଓ ନଗରଉନ୍ନୟନ ବିଭାଗ , ପୌରପାଳିକା ମାନଙ୍କର ଦକ୍ଷତା ବୃଦ୍ଧି ସହିତ , ସହରର ପରିମଳ ବ୍ୟବସ୍ଥାର ସୁଧାର , ଗରିବ ଖଟିଖିଆ , ମଜୁରିଆଙ୍କ ଜୀବିକାର ବ୍ୟବସ୍ଥା , ସୁସ୍ଥ ପରିବେଶ ତଥା ପୌର ନିୟମାବଳୀରେ ସଂଶୋଧନ ଆଣି ପୌର ପ୍ରଶାସନକୁ ଲୋକାଭିମୁଖୀ କରିପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ସେହିପରି ନୂତନ ଭାବରେ ଅଣା ଯାଇଥିବା ସହରୀ ମଜୁରୀ ନିଯୁକ୍ତି ପଦକ୍ଷେପ ଆଜି ଭାରତର ସବୁ ରାଜ୍ୟର ଆଖି ଖୋଲି ଦେଇଅଛି । ଏଥି ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ମଞ୍ଜୁର କରିଥିବାରୁ ତାଙ୍କୁ ଶ୍ରୀ ଜେନା କୃତଜ୍ଞତା ଜଣାଇଥିଲେ । ଜାଗା ମିଶନ ପୌରପ୍ରଶାସନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।

ମ୍ୟୁନିସପାଲିଟି ଓ ଏନ୍.ଏ.ସିରେ ବସ୍ତିମାନଙ୍କରେ ରହୁଥିବା ଜନସାଧାରଣଙ୍କୁ ପଟ୍ଟା ଦେବା ସହିତ ଏକ ସୁସ୍ଥ ପରିବେଶ ସୃଷ୍ଟି କରୁଅଛି । ବସ୍ତି ଗୁଡିକରେ ତ୍ୱରାନିତ ଭାବେ ମାଇକ୍ରୋ କାର୍ଯ୍ୟକଳାପ କେନ୍ଦ୍ର ଓ ଖୋଲା ସ୍ଥାନ ବିକାଶ ମଧ୍ୟ କରାଯାଉଅଛି । ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଦିଗ୍ଦର୍ଶନ ଯୋଗୁଁ ଏତେଗୁଡିଏ କାର୍ଯ୍ୟ ସମ୍ଭବପର ହୋଇ ପାରି ଅଛି । ଚଳିତ ବର୍ଷ ଓଡିଶା ସବୁଠାରୁ ଦ୍ରୃତ ରାଜ୍ୟ ଭାବେ ଭାରତ ସରକାରଙ୍କ ଦ୍ୱାରା ବିବେଚନା କରାଯିବା ମଧ୍ୟ ଆହୁରି ଏକ ଆନନ୍ଦର ବିଷୟ । ଆଗାମୀ ଦିନ ମାନଙ୍କରେ ସମସ୍ତ ପୌରାଚଂଳ ନିଜର କର୍ତବ୍ୟ ନିଷ୍ଠା ଓ ପରିଶ୍ରମ ବଳରେ ସର୍ବ ଭାରତୀୟ ସ୍ତରରେ ପୁରସ୍କାର ଅର୍ଜନ କରନ୍ତୁ , ଏହା ଆଜି ଦିନରେ ସମସ୍ତଙ୍କ ପାଇଁ ଆହ୍ୱାନ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ପ୍ରାରମ୍ଭରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ସ୍ୱାଗତ ଭାଷଣ ପ୍ରଦାନ କରି ସ୍ୱାୟତ ଶାସନ ଦିବସ ପାଳନର ତାତ୍ପର୍ୟ  ଉପରେ ଆଲୋକପାତ କରିଥିଲେ । ଶେଷରେ ପୌର ପ୍ରଶାସକ ସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault