ହେଡଲାଇନସ୍:

କରୋନା କରାଇଲା ପୁନର୍ମିଳନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୩୫ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ଗଜପତି ଜିଲ୍ଲାର ଜଗପତି କାର୍ଯୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଜଗପତି କାର୍ଯୀ ଯିଏକି ପ୍ରାୟ ୩୫ ବର୍ଷ ତଳେ ପେଟପାଟଣା ପାଇଁ ଗ୍ରାମର ଅନ୍ୟ ୩ ଜଣ ବନ୍ଧୁଙ୍କ ସହିତ କାମ କରିବାକୁ ଅରୁଣାଞ୍ଚଳ ପ୍ରଦେଶ ଯାଇଥିଲେ।

କିନ୍ତୁ କିଛି ଦିନ କାର୍ଯ୍ୟ କଲାପରେ କୌଣସି କାରଣବସତଃ କାର୍ଯ୍ୟ କରୁଥିବା କମ୍ପାନୀ ବନ୍ଦ ହୋଇଯିବା ପରେ ତିନିବନ୍ଧୁ ଅରୁଣାଞ୍ଚଳରୁ ଫେରିଆସିଲେ କିନ୍ତୁ ଜଗପତି କାର୍ଯୀ ଆସିଲେ ନାହିଁ।

ଜଗପତି କାର୍ଯୀଙ୍କ ପ୍ରକୃତ ନାମ ହେଉଛି ଦୟା ଭୂୟାଁ , ଯିଏ କି ସ୍ବର୍ଗତଃ ମାଗତା ଭୂୟାଁଙ୍କର ପ୍ରଥମ ପୁଅ ଏବଂ ଘର ହେଉଛି ଅବାସିଂ ଗ୍ରାମ ତାଳମଣ୍ଡା ପଞ୍ଚାୟତରେ। ଏହା ଗଜପତି ଜିଲ୍ଲାର ରାୟଗଡ ପଞ୍ଚାୟତ ସମିତିରେ ଅବସ୍ଥିତ। 

ଜଗପତି କାର୍ଯୀଙ୍କର ବାପା ମାଆ ବର୍ତ୍ତମାନ ନାହାନ୍ତି , କିନ୍ତୁ ତାଙ୍କର ଭାଇ ସୁକୁ ଭୂୟାଁ ଏବଂ ଭଉଣୀ ମଙ୍ଗଳୁ ଭୂୟାଁ ଅବାସିଂ ଗ୍ରାମରେ ବସବାସ କରନ୍ତି।  ଜଗପତି କାର୍ଯୀ  ଅରୁଣାଞ୍ଚଳ ପ୍ରଦେଶର ଲୋୟର ସୁବନସିରୀ ଜିଲ୍ଲାର ଜିରୋ ଟାଉନ ଅଞ୍ଚଳରେ ଥିବା ଜଙ୍ଗଲର ନିକଟବର୍ତ୍ତୀ ଅଞ୍ଚଳରେ ଏକାକୀ ବସବାସ କରୁଥିଲେ।

ଏହି ଲକ୍ ଡାଉନ୍ ସମୟରେ ଏବଂ ବୃଦ୍ଧାବସ୍ଥା ଯୋଗୁଁ ଜଗପତି କାର୍ଯୀଙ୍କୁ ସେଠାକାର ଜଣେ ଶିକ୍ଷକ ଶ୍ରୀ ରୁଗୁଆମା ନିୟମିତ ଖାଇବାକୁ ଦେବା ସମୟରେ ଜାଣିବାକୁ ପାଇଥିଲେ ଜଗପତି କାର୍ଯୀଙ୍କର ଅସଲି ପରିଚୟ।

ଆଉ ତାପରେ ଶିକ୍ଷକ ଜଣକ ତାକୁ ଭିଡିଓ ବନାଇ ସୋସିଆଲ୍ ମିଡିଆରେ ଭାଇରଲ୍ କରିଥିଲେ।ଏ ନେଇ ଗତ କିଛିଦିନ ତଳେ ସାମାଜିକ ଗଣ-ମାଧ୍ୟମରେ ଭାଇରାଲ ହୋଇଥିଲା ଏବଂ ଏହି  ଖବର ଗଜପତି ପ୍ରଶାସନ ଠାରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଗଜପତିକୁ ଫେରାଇ ଆଣିବା ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । 

 ଜନ୍ମସ୍ଥାନ ଓଡ଼ିଶାକୁ ଫେରିବାକୁ ଇଚ୍ଛା ଥିଲେ ମଧ୍ୟ ପଇସା ଓ ସାହାଯ୍ୟ ସହଯୋଗ ଅଭାବରୁ ସେ ଘରକୁ ଫେରି ପାରୁନଥିଲେ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି କଥା ଜାଣିବା ପରେ 'ଓଡ଼ିଶା ମୋ ପରିବାର'କୁ ନିର୍ଦ୍ଦେଶ ଦେଇଥିଲେ ତାଙ୍କୁ ଫେରାଇ ଆଣିବା ପାଇଁ । 'ଓଡିଆ ମୋ ପରିବାର'ର ଅନୁରୋଧ କ୍ରମେ ତାଙ୍କର ପରିବାର ବର୍ଗ ଗଜପତି ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ।

'ଓଡ଼ିଶା ମୋ ପରିବାର' ର ଅନୁରୋଧ କ୍ରମେ ଗଜପତି ଜିଲ୍ଲାପାଳ ସହକାରୀ ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳ ଓ ଜଗପତି କାର୍ଯୀଙ୍କର ପୁତୁରା ମକୁନ୍ଦି ଭୂୟାଁଙ୍କୁ ୨୩-୮-୨୦୨୦ରେ ଅରୁଣାଞ୍ଚଳ ପ୍ରଦେଶକୁ ପଠାଇ ଥିଲେ ଓ ସେଠାରେ ସେମାନେ ଅରୁଣାଞ୍ଚଳ ପ୍ରଦେଶ ସରକାରଙ୍କ ସହାୟତାରେ ସମସ୍ତ ପ୍ରକାର ଆବଶ୍ୟକୀୟ କାଗଜ ପତ୍ର ସହ କାର୍ଯ୍ୟ ଆରମ୍ଭ କରି ମାତ୍ର ୨/୩ ଦିନ ମଧ୍ୟରେ ୩୫ ବର୍ଷ ଧରି ନିଖୋଜ ଥିବା ଜଗପତି କାର୍ଯୀଙ୍କୁ ସାଙ୍ଗରେ ଧରି ଏମାନେ ଗଜପତି ଜିଲ୍ଲାରେ ପହଞ୍ଚନ୍ତି । 

ଏ ସମ୍ପର୍କରେ ଜିଲ୍ଲାପାଳ ଅନୁପମ ସାହା ,  ପହଁଚିଥିବା ଜଗପତି କାର୍ଯୀଙ୍କ ଗହଣରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଜଗପତିକୁ ଏଠାରେ ସମସ୍ତ ପ୍ରକାରର ସାହାଯ୍ୟ ଓ ସହାୟତା ଓ ଥଇଥାନ ବ୍ୟବସ୍ଥା କରାଯିବ । ଜଗପତି କାର୍ଯୀଙ୍କୁ ଫେରାଇ ଆଣିବାରେ ଲୋୟର ସୁବନସିରି ଜିଲ୍ଲା ପ୍ରଶାସନ ଓ ରୋବୁଆମ୍ମା ବହୁତ ସାହାଯ୍ୟ ଓ ସହଯୋଗ କରିଥିଲେ ସେଥିପାଇଁ ଆମେ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ ବୋଲି ଜିଲ୍ଲାପାଳ ଶ୍ରୀ ସାହା ସାମ୍ବାଦିକ ସମ୍ମିଳନୀରେ କରିଥିଲେ ।

0
0
0
s2sdefault