କେନ୍ଦ୍ରକୁ ଅନୁରୋଧ କରି ଫଳ ମିଳିଲାନି, ନିଜ ରାଜ୍ୟର ପରୀକ୍ଷାର୍ଥୀଙ୍କ ପାଇଁ ନବୀନ ନେଲେ ପଦକ୍ଷେପ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜେଇଇ- ନିଟ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀ ପାଇଁ ରହଣି ଓ ପରିବହନ ହେବ ନିଶୁଲ୍କ  

ଭୁବନେଶ୍ୱର (ଶାସକ ପ୍ରଶାସକ) : ବର୍ତ୍ତମାନ ରାଜ୍ୟରେ ଦେଖା ଦେଇଥିବା କରନା ମହାମାରୀ  କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ନିଟ ଜେଇଇ କୁ କିଛି ଦିନ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ ଅନୁରୋଧ | ହେଲେ କିଛି ସୁଫଳ ମିଳିଲାନି | ତେଣୁ ନିଜ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗୁରୁତ୍ୱର ସହ ଚିନ୍ତା କରିବା ସହ ସେମାନେ କେମିତି ମହାମାରୀ ଓ ବନ୍ୟା ପରିସ୍ଥିତି ଭିତରେ ପରୀକ୍ଷାକେନ୍ଦ୍ରକୁ ଆସି ପାରିବେ ସେଥିପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେମାନଙ୍କ ଯାତାୟାତ ଓ ରହଣୀକୁ ନିଶୁଲ୍କ କରିବାକୁ ସର୍ବୋପରି ସେମାନଙ୍କ ଯାତାୟାତକୁ ଅବାଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବନ୍ଦୋବସ୍ଥ |  ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ ରହଣି ଓ ପରିବହନ ଯୋଗାଇ ଦିଆଯିବ | ସେମାନଙ୍କ ଯାତାୟାତ ଉପରେ କୌଣସି କଟକଣା ରହିବ ନାହିଁ |  ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ନେଇ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ  ଏବଂ ସୂଚନା ଓ ଲୋକସଂପର୍କ ବିଭାଗ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ  କହିଛନ୍ତି ଯେ ଆସନ୍ତା ସେପେଫମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ "ଜେଇଇ ମେନ୍' ଏବଂ ସେପ୍ଟେମ୍ବର  ୧୩ ତାରିଖରେ ହେବାକୁ ଥିବା ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା "ନିଟ୍'ରେ ରାଜ୍ୟର ଛାତ୍ରଛାତ୍ରୀମାନେ କିଭଳି ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି | ଜେଇଇ ମେନରେ  ୭ଟି ସହରର ୨୬ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୩୭ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବୋ କୋଭିଡ୍ ମହାମାରୀ ପରିସ୍ଥିତିରେ ୩୦ ଅଗଷ୍ଟରୁ ସେପେଫମ୍ବର ୭ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନଙ୍କ ଯାତାୟତ ଉପରେ କୌଣସି କଟକଣା ରହିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ | 

ସୂଚନା ଓ ଲୋକସଂପର୍କ ବିଭାଗ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ କହିଛନ୍ତି ଯେ ଆବଶ୍ୟକ ସ୍ଥଳେ ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ ରହଣି ଓ ପରିବହନ ଯୋଗାଇ ଦିଆଯିବା ଏଥି ପାଇଁ ପ୍ରତି ଜିଲ୍ଲାରେ ଚୟନ କରାଯାଇଥିବା ଆଇଟିଆଇଗୁଡ଼ିକ ନୋଡାଲ୍ ସେଣ୍ଟର ଭାବେ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କ ସହିତ ଯୋଗାଯୋଗରେ ରହିବୋ ପ୍ରତିଯୋଗୀମାନଙ୍କର ଭ୍ରମଣ ଓ ରହଣି ଆବଶ୍ୟକତା ସଂପର୍କରେ ଏହି ନୋଡାଲ ସେଣ୍ଟର ସହ ଯୋଗାଯୋଗ କରାଯାଇପାରିବା ବିଭିନ୍ନ ସ୍ଥାନରେ ରହିଥିବା ଇଂଜିନିୟରିଂ କଲେଜ ଛାତ୍ରାବାସଗୁଡ଼ିକ ପରୀକ୍ଷାର୍ଥୀମାନଙ୍କୁ ବିନା ମୂଲ୍ୟରେ ରହଣି ଯୋଗାଇଦେବ |  ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନଙ୍କୁ ପରୀକ୍ଷାର୍ଥୀମାନଙ୍କ ସହ ସେମାନଙ୍କ ସହଯୋଗୀଙ୍କୁ ଯାତାୟତ ସୁବିଧା ଯୋଗାଇଦେବା, ଆଇନଶୃଙ୍ଖଳା ରକ୍ଷା କରିବା ଓ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ପାଳନ କରିବା ଉପରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା

 

 

0
0
0
s2sdefault