ହେଡଲାଇନସ୍:

ଝାରସୁଗୁଡ଼ାଠାରେ କେନ୍ଦ୍ରୀୟ ଦୁର୍ଗା ପୂଜା କମିଟିର ମିଳିତ ସଭା ଅନୁଷ୍ଠିତ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାର କାଳୀବାଡ଼ି ଦୁର୍ଗା ମଣ୍ଡପଠାରେ ଦ୍ବିପହର ୧୨.୦୦ ଟା ସମୟରେ କେନ୍ଦ୍ରୀୟ ଦୁର୍ଗାପୂଜା କମିଟି ଶାରଦୀୟ ଦୁର୍ଗାପୂଜା ନିମନ୍ତେ ବିଚାର କରିବା ପାଇଁ ଏକ ସଭା ଅନୁଷ୍ଠିତ କରିଥିଲେ। ଶାନ୍ତି ମୂଖାର୍ଜୀଙ୍କ ସଭାପତିତ୍ବରେ ଦୀର୍ଘ ସମୟ ଧରି ଆସନ୍ତା ଦୁର୍ଗାପୂଜାକୁ ନେଇ ଆଲୋଚନା ହୋଇଥିଲା। ଏଥିପାଇଁ ଜିଲ୍ଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ଅନୁରୋଧ କରାଯାଇଛି।

ମାତ୍ର ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଏହି ପତ୍ର ତାଙ୍କର ନିଜସ୍ୱ ସଚିବ ଶ୍ରୀ ସାଧନ ଗରାଇ ଗ୍ରହଣ କରିଥିଲେ। ଏହି ସଭାରେ ବେଣୁଗୋପାଳ ପାଣିଗ୍ରାହୀ, ରାଜେଶ ପାଢ଼ୀ, ମନ ମହାପାତ୍ର, ଦିଲେଶ୍ବର ରାଓ, ଦେବେନ୍ଦ୍ର ମହାପାତ୍ର, କେ ଇଶ୍ବର ରାଓ, ସନ୍ଦିପ ଅବସ୍ଥି, ଫୁଫୁ ମହାନ୍ତି, ଶ୍ରୀକାନ୍ତ ମହାନ୍ତି, ବି ବି ଶାହା, ଧ୍ରୁବ ଚରଣ ପାଣ୍ଡେ, ଜି ରମନ୍ନା ରାଓ, ଉଜ୍ଜ୍ବଳ ଚଟର୍ଜି, ଉଜ୍ଜ୍ବଳ ଘୋଷ, ପ୍ରକାଶ ମହାପାତ୍ର, ସୁନୀଲ ଚକ୍ରବର୍ତ୍ତୀ, ଆଶିଷ ଭଟ୍ଟାଚାର୍ଯ୍ୟ, ପ୍ରବୀର ପାଲ ଏବଂ ଅନ୍ୟମାନେ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ। 

ସୂଚନା ଯୋଗ୍ୟ ଯେ ଏହି କେନ୍ଦ୍ରୀୟ କମିଟି ସଭାରେ ଝାରସୁଗୁଡ଼ାର ସମସ୍ତ ଦୁର୍ଗା ପୂଜା କମିଟିକୁ ନେଇ ଗଠିତ। ଗତ ଶହେ ବର୍ଷରୁ ଉର୍ଦ୍ଧ୍ୱ ଧରି ଏହି ସହରରେ ଦୁର୍ଗା ପୂଜା ପାଳିତ ହୋଇ ଆସୁଅଛି। ତେଣୁ ଏଥର କୋଭିଡ ଗାଇଡଲାଇନ୍ ଅନୁସାରେ ଦୁର୍ଗା ପୂଜା ପାଳନ କରିବାକୁ ଅନୁମତି ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ ଜଣାଇଛି କମିଟି। ମାତ୍ର ସାମାଜିକ ଦୂରତା ରକ୍ଷା କରିବା ନେଇ କମିଟି ଓ ପ୍ରଶାସନ କେତେ ଦୂର ସକ୍ଷମ ହେବେ, ତାହା ଚିନ୍ତାର ବିଷୟ ହୋଇପାରେ।

0
0
0
s2sdefault