ହେଡଲାଇନସ୍:

ମୟୂରଭଞ୍ଜ : ଆଜି ଜିଲ୍ଲାରୁ ୨୭୨ ନୂଆ  ପଜିଟିଭ ଚିହ୍ନଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାରେ ଆକ୍ରାନ୍ତଙ୍କ  ସଂଖ୍ୟା ୨୯୫୫କୁ ବୃଦ୍ଧି

 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ୩, ଗୃହ ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ସଂସ୍ପର୍ଶରୁ ୨୫୯କୁ ମିଶାଇ ସର୍ବକାଳିନ ରେକଡର଼୍ ସଂଖ୍ୟକ ୨୭୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ  ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯୫୫ରେ ପହଁଞ୍ଚିଛି । ଆଜି କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ମଧ୍ୟରେ ୧ରୁ-୧୦ ବର୍ଷ ବୟସ ମଧ୍ୟରେ ୫ ବାଳିକା ଓ ୧୪ ବାଳକ ରହିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ୭ ମାସ, ୨ ଜଣ ୮ ମାସ ଓ ଜଣେ ଏକ ବର୍ଷର ବାଳକ ରହିଥିବା ବେଳେ ଜଣେ ୨ ବର୍ଷ ଓ ୨ ଜଣ ୩ ବର୍ଷର ବାଳିକା ରହିଛନ୍ତି । ସେହିପରି ୧୧ରୁ ୨୦ ବର୍ଷ ବୟସ ମଧ୍ୟରେ ୧୬ ମହିଳା ଓ ୨୪ ପୁରୁଷ, ୨୧ରୁ ୩୦ ବର୍ଷ ବୟସ ମଧ୍ୟରେ ୨୪ ମହିଳା ଓ ୫୪ ପୁରୁଷ, ୩୧ରୁ ୪୦ ବର୍ଷ ବୟସ ମଧ୍ୟରେ ୨୧ ମହିଳା ଓ ୩୨ ପୁରୁଷ, ୪୧ରୁ ୫୦ ବର୍ଷ ବୟସ ମଧ୍ୟରେ ୧୧ ମହିଳା ଓ ୨୮ ପୁରୁଷ, ୫୧ରୁ ୬୦ ବର୍ଷ ବୟସ ମଧ୍ୟରେ ୮ ମହିଳା ଓ ୧୨ ପୁରୁଷ, ୬୧ରୁ ୭୦ ବୟସ ମଧ୍ୟରେ ୯ ଜଣ ମହିଳା ଓ ୯ ଜଣ ପୁରୁଷ , ୭୧ରୁ ୭୫ ମଧ୍ୟରେ ୧ ବୁଦ୍ଧା ଓ ୨ ବୃଦ୍ଧ ରହିଥିବାର ଜଣାପଡ଼ିଛି ।  ସେହିପରି ରରୁଆଁ ବ୍ଲକରୁ-୧, ସାରସକଣା-୧, ବିଶୋଇ-୨, ମୋରଡ଼ା-୨, ଯଶୀପୁର-୪, କୁସୁମୀ-୫, ରାଇରଙ୍ଗପୁର ବ୍ଲକ-୫, ତିରିଂ- ୫, ବାଙ୍ଗିରିପୋଷି- ୬, ଗୋପବନ୍ଧୁନଗର-୬, କୁଳିଅଣା- ୬, ଠାକୁରମୁଣ୍ଡା- ୬, ଶୁକୃଳି-୭, ଉଦଳା ଏନଏସି-୭, ଜାମଦା- ୮, ଶୁଳିଆପଦା- ୮, ବିଜାତୋଳା- ୯, କରଞ୍ଜିଆ- ୧୦, କପ୍ତିପଦା- ୧୧, ରାସଗୋବିନ୍ଦପୁର- ୧୨, ଶାମାଖୁଣ୍ଟା- ୧୨, ବାରିପଦା ବ୍ଲକ- ୧୩, ବହଳଦା- ୧୪, ବଡ଼ସାହି- ୧୭, ବେତନଟୀ- ୧୯, ଉଦଳା ବ୍ଲକ-୨୫ , ଖୁଣ୍ଟା– ୨୬ ଏବଂ ବାରିପଦା ପୌରପରିଷଦରୁ ୨୩ ଜଣ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସମୟରେ ଭୂବନେଶ୍ୱରଠାରେ ଜିଲ୍ଲାରୁ  ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଛି   । ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କ୍ରିଟିକାଲ ଆକ୍ରାନ୍ତମାନଙ୍କୁ କୋଭିଡ଼ ହସପିଟାଲ ଏବଂ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ନ ଥିବା ବ୍ୟକ୍ତିମାନଙ୍କୁ କୋଭିଡ଼ କେୟାରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯିବା ସାଙ୍ଗକୁ ସେମାନଙ୍କ ଯାତ୍ରା ବିବରଣୀ ଯାଞ୍ଚ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।  ଏଥି ସହିତ ଅଗଷ୍ଟ ୨୭ ସୁଦ୍ଧା  ଜିଲ୍ଲାରେ ସୁସ୍ଥ ସଂଖ୍ୟା  ୧୫୩୮ରହିଥିବା ସମୟରେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ଜିଲ୍ଲାରେ ସକ୍ରିୟ ସଂଖ୍ୟା ୧୪୧୧ ଏବଂ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ୬ ଜଣଙ୍କର ମୃତୁ୍ୟ ହୋଇଥିବାର ଜଣାପଡ଼ିଛି । 

 

0
0
0
s2sdefault