ହେଡଲାଇନସ୍:

ବର୍ଷାରେ କ୍ଷତିଗ୍ରସ୍ତ ଘର ସବୁ ବୁଲି ଦେଖିଲେ ଉପଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ଗତ ଦୁଇଦିନ ତଳେ ଆରମ୍ଭ ହେଇଥିବା ଲଗାଣ ବର୍ଷା ଆଜି ସକାଳୁ କମିଯାଇଛି । ବର୍ଷା କମିବା ପରେ ପ୍ରଶାସନିକ ଅଧିକାରୀ ମାନେ ବର୍ତ୍ତମାନ ଲାଗି ପଡିଛନ୍ତି କ୍ଷୟକ୍ଷତି ର ଆକଳନ କରିବାରେ । ଗତକାଲି ମଧ୍ୟ  ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଙ୍କର ସହିତ ପାଇକମାଲ ତଥା ଝାରବନ୍ଧ ବ୍ଲକର ଅଧିକାରୀ ମାନେ ବିଭିନ୍ନ ଗ୍ରାମକୁ ଯାଇ ଲଗାଣ ବର୍ଷା ରେ ହୋଇଥିବା କ୍ଷୟକ୍ଷତି ର ଆକଳନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରଚୁର ପରିମାଣରେ ପାଣି ପ୍ରବାହିତ ହେଉଥିବା କାରଣରୁ ଗମନାଗମନ ବାଧାପ୍ରାପ୍ତ ହେବାରୁ ପ୍ରଶାସନିକ ଅଧିକାରୀ ମାନେ ଅନେକ ସ୍ଥାନରେ ପହଂଛିବା ପାଇଁ ବିଳମ୍ବ ହୋଇଥିଲା । 

      ଆଜି ଉପଜିଲ୍ଲାପାଳ ଶ୍ରୀ ଦରୁଆନ ପାଇକମାଲ ବ୍ଲକ ର ଟେମରି ଗ୍ରାମକୁ ପହଂଛି ସେଠାରେ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କର ଘର ବୁଲି ଦେଖିଥିଲେ । ଟେମରି ଗ୍ରାମର ଅରକ୍ଷିତ ପ୍ରଧାନ , ଦେବାର୍ଚ୍ଚନ ସୁନା , ଯୋଗେନ୍ଦ୍ର ବଂଛୋର ଓ ତେଜରାଜ ବଂଛୋର ଙ୍କର ମାଟି ଘର ବର୍ଷାରେ ଭୁଶୁଡି ପଡିଥିବା ଦେଖିବା ପରେ ଉପଜିଲ୍ଲାପାଳ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଓ ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା ଙ୍କୁ ସରକାର ଙ୍କର ନିୟମ ମୁତାବକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ । ତୁରନ୍ତ ରିଲିଫ  ଭାବରେ ସମସ୍ତ ଙ୍କୁ ପଲିଥିନ ଦିଆଯାଇଥିବା ବେଳେ ଜଣକୁ ବ୍ଲକ ପ୍ରଶାସନ ତରଫରୁ ଚାଉଳ ଯୋଗାଇ ଦିଆଯାଇଥିଲା । କୋଣସି ଗରିବ ଲୋକ ବର୍ଷା ଜନିତ କ୍ଷୟକ୍ଷତି ର ଅଭିଯୋଗ କଲେ ତୁରନ୍ତ ସରକାର ଙ୍କର ରହିଥିବା ଦିଶା ନିର୍ଦେଶ ମୁତାବକ ପଦକ୍ଷେପ ଗ୍ରହଣ କରାଯାଇ ଯୋଗ୍ୟ ଲୋକଙ୍କୁ ସବୁପ୍ରକାର ସାହାଯ୍ୟ କରାଯିବ ବୋଲି ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଜଣାଇଛନ୍ତି ।

0
0
0
s2sdefault