ଅଦାଲତଙ୍କ ସବିଶେଷ ରାୟ ଆସିବା ପରେ ତର୍ଜମା କରି ପଦକ୍ଷେପ ନିଆଯିବ : ଡ଼ ଅରୁଣ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ନୂଆଦିଲ୍ଲୀ (ଶାସକ ପ୍ରଶାସକ):  "ମାନ୍ୟବର ସୁପ୍ରିମକୋର୍ଟ  ବିଶ୍ୱବିଦ୍ୟାଳୟ ୟୁଜି ଓ ପିଜିକୁ ଫାଇନାଲ ପରୀକ୍ଷାକୁ ନେଇ ଆଜି ରାୟ ପ୍ରକାଶ କରିଛନ୍ତି | ସେଥିରେ ପରୀକ୍ଷା ହେବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ରାୟର ସାର୍ଟିଫଏଡ କପି ପାଇଲା ପରେ ଆମେ କଣ କଣ ରାୟରେ ଅଛି ତର୍ଜ୍ଜମା କରିବୁ ଓ ତଦନୁଯାୟୀ ପଦକ୍ଷେପ ନେବୁ "  ବୋଲି କହିଛନ୍ତି ଓଡ଼ିଶାର କୃଷି କୃଷକ ସଶକ୍ତିକରଣ, ମତ୍ସ୍ୟ ପଶୁପାଳନ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ  |

ସୂଚନା ଯୋଗ୍ୟ ହେ ବିନା ପରୀକ୍ଷାରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ପଦୋନ୍ନତି ଦିଆଯିବ ନାହିଁ | ଶୁକ୍ରବାର ନ୍ୟାୟମୂର୍ତ୍ତୀ ଅଶୋକ ଭୂଷଣଙ୍କ ନେତୃତ୍ୱରେ  ସୁପ୍ରିମକୋର୍ଟଙ୍କ ଏକ 3 ଜଣିଆ ଖଣ୍ଡପୀଠ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଙ୍କ ନିର୍ଦ୍ଦେଶକୁ ବଳବତ୍ତର ରଖିବା ସହ ସେପ୍ଟେମ୍ବର 30 ସୁଦ୍ଧା ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି  | ପରୀକ୍ଷା ବାତିଲ କରିବା ନିଷ୍ପତ୍ତି ରାଜ୍ୟ ମାନେ ନେଇ ପାରିବେ ନାହିଁ | ଯଦି କୌଣସି ରାଜ୍ୟରେ ସ୍ଥିତି ପରୀକ୍ଷା ପାଇଁ ଅନୁକୂଳ ନଥାଏ ତେବେ ସମ୍ପୃକ୍ତ ରାଜ୍ୟ ୟୁଜିସିକୁ ଯାଇ ପାରିବେ ବୋଲି ସୁପ୍ରିମ କୋର୍ଟ ଦେଇଥିବା ରାୟ ଉପରେ ପ୍ରାରମ୍ଭିକ ପ୍ରତିକ୍ରିୟା ଦେଇଛନ୍ତି ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ସାହୁ | 

0
0
0
s2sdefault