ହେଡଲାଇନସ୍:

ଜିଲାପାଳଙ୍କ ଅଧ୍ୟକ୍ଷତାରେ ୩ ଘଣ୍ଟା ବୈଠକ ପରେ ଖୋଲିଲା ବାଟ : ନାଯ୍ୟ ଦାବୀ ପୂରଣ ନେଇ ମିଳିଲା ପ୍ରତିଶୃତି, ଖୋଲିଲା ଇଂମ୍ଫା କଂପାନୀର ଗେଟ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କମିଟି ଗଠନ କରାଯାଇ କଂପାନୀର ସିଏସଆର ନିୟମ ପାଳନର ତଦାରଖ କରାଯିବ

କମ୍ପାନୀ ଦ୍ୱାରା ପ୍ରଭାବିତ ଅଂଚଳରେ କମ୍ପାନୀ କରିବ କ୍ଷତିପୂରକ ବିକାଶ 

କାର୍ଯ୍ୟରତ ଠିକା ମହିଳା କର୍ମଚାରୀମାନଙ୍କୁ ସୁରକ୍ଷା,ବିଶ୍ରାମ କକ୍ଷ,ପାନୀୟ ଜଳର ବ୍ୟବସ୍ଥା ସହ ଦୈନିକ ମଜୁରୀ ବୃଦ୍ଧି 

11-05-18-raya.jpg - 2.43 MB

ରାୟଗଡ(ସରୋଜ କୁମାର ସାହୁ) -ରାୟଗଡ ଜିଲ୍ଳା କୋଲନରା ବ୍ଳକ ଅର୍ନ୍ତଗତ ଥେରୁବାଲିସ୍ଥିତ ଇମ୍ଫା କଂପାନୀ ଗେଟ୍ ସମ୍ମୁଖରେ ଚାଲିଥିବା ସ୍ଥାନୀୟ ଅଂଚଳର ଲୋକଙ୍କ ଆନ୍ଦୋଳନ  ଦୀର୍ଘ ୧୮ଦିନରେ ପଂହଚିବା ପରେ ଜିଲ୍ଳା ପ୍ରଶାସନର ଦ୍ୱିତୀୟ ଥର ମଧ୍ୟସ୍ଥି ପରେ ସ୍ଥିତି ସ୍ୱାଭାବିକ ନେଇ ଆଶାବାଦୀ ହୋଇଛି । ଗତକାଲି ରାତ୍ର ୮ଟାରୁ ଜିଳ୍ଳାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ୩ଘଂଟା ଆଲୋଚନାରେ ବିଚାର ବିମର୍ଶ ପରେ ଇମ୍ଫା କଂପାନୀର କର୍ତୁପକ୍ଷ ମାନିଛନ୍ତି ପୂରଣ କରିବା ପାଇଁ କିଛି ଦାବି । ୧୦ଦଫା ଦାବି ନେଇ ଦୀର୍ଘ ୧୮ଦିନ ହେଲା ଇମ୍ଫା କଂପାନୀ ମୁଖ୍ୟ ଗେଟ୍ ସମ୍ମୁଖରେ ସ୍ଥାନୀୟ ଅଂଚଳର ଆଦିବାସୀ ବେକାର ଯୁବକଯୁବତୀ,ଠିକା ମହିଳା ଓ ପୁରୁଷ କର୍ମଚାରୀମାନେ ଦାବି ପୂରଣ ନେଇ ଅହରାତ୍ର ଆନ୍ଦୋଳନରେ ବସିରହିଥିଲେ । ଯାହାଫଳରେ କଂପାନୀର ଉତ୍ପାଦନ  ସଂପୂର୍ଣ୍ଣମାତ୍ରାରେ ଠପ୍ ହୋଇପଡିଥିଲା । ଆନ୍ଦୋଳନକାରୀଙ୍କ ୧୦ଦଫା ଦାବିକୁ ପୂରଣ କରିବାରେ କଂପାନୀ କର୍ତୁପକ୍ଷମାନେ ପଛଘୁଂଚା ଦେଉଥିବା ବେଳେ ଆନ୍ଦୋଳନ  ଆହୁରି ତେଜିବାରେ ଲାଗିବାରୁ ଜିଲ୍ଳା ପ୍ରଶାସନ ଏଥିରେ ମଧ୍ୟସ୍ଥି କରି ଗତ ଏପ୍ରିଲ ୩୦ତାରିଖରେ ଏହାର ସମାଧାନ କରିବା ଦିଗରେ ଆନ୍ଦୋଳନନକାରୀ ଓ କଂପାନୀ କର୍ତୁପକ୍ଷଙ୍କୁ ନେଇ ପ୍ରଥମ ବୈଠକ କରିଥିଲେ । ହେଲେ ଆନ୍ଦୋଳନକାରୀମାନେ ଏଥିରେ ସନ୍ତୁଷ୍ଟ ହୋଇ ନ ଥିବାରୁ ଏହା ବିଫଳ ହୋଇଥିଲା । ପୁଣି ଏହି ଆନ୍ଦୋଳନକୁ  ସମାପ୍ତ କରିବା ପାଇଁ ପ୍ରଶାସନ ଦ୍ୱିତୀୟ ଥର ବୈଠକ ଡାକି ଆଲୋଚନା କରିବା ପରେ କଂପାନୀ କର୍ତ୍ତୃପକ୍ଷ  ଦାବି ମାନି ନେଇଥିଲେ । ଯଦ୍ୱାରା ଆନ୍ଦୋଳନକାରୀଙ୍କ ଆବାହକ ଜିତୁ ଜାକେସିକା ଓ ଅନ୍ୟ କମିଟି ସଭ୍ୟମାନେ ଏହାକୁ ଗ୍ରହଣ କରି ବନ୍ଦ ରହିଥିବା କଂପାନୀ ଗେଟ ଖୋଲିବା ସହ ଆନ୍ଦୋଳନରୁ ଓହରିବେ ବୋଲି ନିଷ୍ପତି ନେଇଛନ୍ତି । ଅନ୍ୟପକ୍ଷରେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥି ସାଜି ପ୍ରଶାସନ ମଧ୍ୟ କିଛି ସର୍ତ ରଖିଛି । ଇମ୍ଫା କଂପାନୀର ପରିପାର୍ଶ୍ଵିକ ଉନ୍ନୟନ  କ୍ଷେତ୍ରର ଅଧୀନରେ ଆସୁଥିବା ୮ଟି ପଂଚାୟତରେ ଗୋଟିଏ ଗୋଟିଏ ଲେଖାଁଏ କମିଟି ଗଠନ କରାଯାଇ କଂପାନୀର ସିଏସଆର ନିୟମ ପାଳନର ତଦାରଖ କରାଯିବ ବୋଲି ଜିଳ୍ଳାପାଳ ପ୍ରକାଶ କରିଛନ୍ତି । ଏଥିସହ ସ୍ଥାନୀୟ ଅଂଚଳର ବିକାଶ କ୍ଷେତ୍ରରେ ଇମ୍ଫା କଂପାନୀ ସବୁବେଳେ ଦୃଷ୍ଟି ଦେଇଛି ଏବଂ ଆଗକୁ ମଧ୍ୟ ଦେଉଥିବ ବୋଲି କଂପାନୀର ବରିଷ୍ଠ  ମହାପ୍ରବନ୍ଧକ କେ.ଭି.ରାଓ ପ୍ରକାଶ କରିଛନ୍ତି । ବିଶେଷ କରି ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ଷ୍ଟ୍ରିଟ ଲାଇଟ୍,ପାନୀୟ ଜଳ ଭଳି ମୈାଳିକ ସୁବିଧାଗୁଡିକକୁ ସିଏସଆର ନିୟମ ପ୍ରକାରେ ଯୋଗାଇବା ଆବଶ୍ୟକ ରହିଥିବା ବେଳେ କଂପାନୀ ପରିସରରେ କାର୍ଯ୍ୟରତ ଠିକା ମହିଳା କର୍ମଚାରୀମାନଙ୍କୁ ସୁରକ୍ଷା,ବିଶ୍ରାମ କକ୍ଷ,ପାନୀୟ ଜଳର ବ୍ୟବସ୍ଥା ସହ ଦୈନିକ ମଜୁରୀରେ ବୃଦ୍ଧି,ସ୍ଥାନୀୟ ବେକାର ଶିକ୍ଷିତ ଆଦିବାସୀ ଯୁବକଯୁବତୀଙ୍କୁ ନିଯୁକ୍ତି ଇତ୍ୟାଦି ଦାବିକୁ ପ୍ରଶାସନ ସମ୍ମୁଖରେ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିବାରୁ ଆନେ୍ଦାଳନରୁ ଓହରିବୁ ବୋଲି ଆବାହକ ଜିତୁ ଜାକେସିକା ପ୍ରକାଶ କରିଛନ୍ତି । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସଦଭାବନା କକ୍ଷରେ ଅନୁଷ୍ଠିତ  ବୈଠକରେ ଜିଳ୍ଳାପାଳ ଶ୍ରୀମତି ଗୁହା  ପୁନମ ତାପସ କୁମାର,ଏସ.ପି.ରାହୁଲ ପି.ଆର. ,ପିଡି ଡିଆରଡିଏ ପ୍ରଶାନ୍ତ କୁମାର ତ୍ରିପାଠୀ,ଉପଜିଳ୍ଳାପାଳ ପ୍ରବୀର କୁମାର ନାୟକ,ଅତିରିକ୍ତ ଏସ.ପି.ୱାଇ.ଜଗନ୍ନାଥ ରାଓ,ସହକାରୀ ଜିଲ୍ଳାପାଳ ନାରାୟଣ ମିଶ୍ର,ସିଡିଏମଓ ଡାକ୍ତର ଚନ୍ଦ୍ରିକା ପ୍ରସାଦ,ସହକାରୀ ଶ୍ରମ ଆୟୁକ୍ତ,ଜିଲ୍ଲା  ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇ,ଇଂମ୍ଫା ଲୋକ ସଂପର୍କ ଅଧିକାରୀ ଶକ୍ତିପ୍ରସାଦ ପାଣିଗ୍ରାହୀଙ୍କ ସମେତ ଆନ୍ଦୋଳନକାରୀ ସଭ୍ୟମାନେ ଉପସ୍ଥିତ ରହିଥିଲେ ।

 

0
0
0
s2sdefault