ହେଡଲାଇନସ୍:

ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦେଲେ  ମିହିର ମହାନ୍ତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

11-05-18-jaj.jpg - 79.42 kB

ଯାଜପୁର ରୋଡ଼ (ଜୟଶଙ୍କର ଦାଶ)  :ଯାଜପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶୁକ୍ରବାର ପୂର୍ବାହ୍ନରେ ମିହିର କୁମାର ମହାନ୍ତି ଯୋଗ ଦେଇଚ୍ଥନ୍ତି ।  ଯାଜପୁର ଅତିରିକ୍ତଜିଲ୍ଲାପାଳ ଙ୍କ ଦାୟିତ୍ୱରେ ରହିଥିବା କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ  ସନ୍ତୋଷ କୁମାର ମିଶ୍ର, ଯୋଗଦାନ ପରେ ଶ୍ରୀ ମହାନ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।  ଶ୍ରୀ ମହାନ୍ତି ଜିଲ୍ଲାପାଳ  ରଂଜନ କୁମାର ଦାସଙ୍କୁ ସାକ୍ଷାତ କରିବା ପରେ ନିଜର ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ।  ସୂଚନା ଯୋଗ୍ୟ ଯେ, ଅତିରିକ୍ତ ଜିଲ୍ଲାପାଳ  ଭାବେ ଦାୟିତ୍ୱ ତୁଲାଉ ଥିବା ବ୍ରଜବନ୍ଧୁ ଭୋଳଙ୍କର ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ବେଳେ ସେ ବୁଧବାର ଦାୟିତ୍ୱ ହସ୍ତାନ୍ତର କରିଥିଲେ ।  ନୂତନ ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ମହାନ୍ତି ଏହା ପୂର୍ବରୁ ତାଳଚେର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ ।  ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ବ୍ରଜଗୋପାଳ ଆଚାର୍ଯ୍ୟ, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟୀ କଲେକ୍ଟର ମଂଜୁଲତା ମଲ୍ଲିକ, କାଜଲ ପ୍ରଧାନ, ସହକାରୀ ଜିଲ୍ଳ୍ାପାଳ ଊମେଶ ଚନ୍ଦ୍ର ଲେଙ୍କା,  କୁଳମଣି ନାୟକ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସ୍ୱାଗତ କରିଥିଲେ । 

 

0
0
0
s2sdefault