ହେଡଲାଇନସ୍:

ଦ୍ୱିତୀୟ ପର୍ଯ୍ୟାୟ ପଲ୍ସ ପୋଲିଓ ଚଳିତ ମାସ ୧୭, ୧୮, ୧୯ ରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 11-05-18-jaj-1.jpg - 56.71 kB

ଯାଜପୁର ରୋଡ଼ ( ବିଶ୍ୱଜିତ ମାଝି) :   ଯାଜପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ମେ ୧୭ ରୁ ୧୯ ତାରିଖ ୩ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ।  ସେହିପରି ମିଶନ ଇନ୍ଦ୍ରଧନୁଷର କାର୍ଯ୍ୟକ୍ରମ ମଧ୍ୟ ମେ ୨୧ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।  ପଲ୍ସ ପୋଲିଓ କାର୍ଯ୍ୟକ୍ରମ ସବୁବେଳେ ରବିବାରରୁ ଆରମ୍ଭ ହୋଇଥାଏ ।  କିନ୍ତୁ ଦ୍ଵିତୀୟ  ପର୍ଯ୍ୟାୟ ଏହି କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ ପାଇଁ ଗୁରୁବାର ଠାରୁ ଆରମ୍ଭ ହେବ ।  ଏହା ସକାଳ ୬ ଘଟିକା ଠାରୁ ୧୦ ଘଟିକା ଓ ଅପରାହ୍ନ ୪ ଘଟିକା ଠାରୁ ୬ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ  ହେବ ।  ଏହି ସମୟ ମଧ୍ୟରେ ପିଲା ମାନଙ୍କୁ ପୋଲିଓ ବୁନ୍ଦା ନିର୍ଦ୍ଧାରିତ ବୁଥ ମାନଙ୍କରେ ଦିଆଯିବ ।  ତେଣୁ ଏହି ତାରିଖ ଓ ସମୟରେ ଯୋଗ୍ୟ ପିଲା ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବାକୁ  ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁରୋଧ କରିଚ୍ଥନ୍ତି । ଏ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।  ଅନ୍ୟ ଟୀକାକରଣ  ଭଳି ପୋଲିଓ  ଟୀକାକରଣକୁ ସପଂଳତାର ସହ ସଂପନ୍ନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ ।  ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୧୮୧୭୪୭ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ଲକ୍ଷ୍ୟ ରଖାଯାଇଅଚ୍ଥି । ଏଥିପାଇଁ ୧୨ ଟି ରିପୋର୍ଟିଂ ୟୁନିଟ୍ କରାଯାଇଥିବା ବେଳେ ୮୨୬ ଟି ପୋଲିଓ ବୁଥ୍ କରାଯିବାର ଲକ୍ଷ୍ୟ   ରଖାଯାଇଚ୍ଥି ।  ୩୩୭୪ ଜଣଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ୧୮୯ ଜଣ ସୁପରଭାଇଜରଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି, ୨୫ ଟି ଟ୍ରାଂଜିଟ୍ ପଏଣ୍ଟ କରାଯିବା ସହ ୧୧ ଗୋଟି ମୋବାଇଲ୍ ଟିମ୍ ଗଠନ କରାଯାଇଚ୍ଥି ।  ପ୍ରଥମ ପର୍ଯ୍ୟାୟରେ ଶତକଡା ୯୫.୭୪ ହାରରେ ମୋଟ ୧୮୧୭୪୭ ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା । ସେହିପରି ମିଶନ ଇନ୍ଦ୍ରଧନୁଷ ର ପ୍ରଥମ ପର୍ଯ୍ୟାୟ ୪୫୧ ଧାର୍ଯ୍ୟ ଲକ୍ଷ୍ୟରୁ ୩୮୧ ଟିର  ସପଂଳତା ହାସଲ ହୋଇଥିଲା ।  ଅବଶିଷ୍ଟ ୭୦ ଜଣ ଓ ନୂତନ ପିଲାଙ୍କୁ ଏହି ପର୍ଯ୍ୟାୟରେ ଟୀକାକରଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲା  ମୁଖ୍ୟ ଚିକିତ୍ସାଧିକାରୀ ଡା. ରୁଦ୍ର ପ୍ରତାପ କର ସୂଚନା ଦେଇଥିଲେ ।  ଯଦିଓ ବିଦ୍ୟାଳୟ ଗୁଡିକୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚ୍ଥୁଟି ଘୋଷଣା କରାଯାଇଚ୍ଥି କିନ୍ତୁ ଏହି ଟୀକାକରଣ ପାଇଁ ବୁଥ୍ ହୋଇଥିବା ବିଦ୍ୟାଳୟ ଗୁଡିକୁ ଖୋଲା ରଖିବାକୁ ଜିଲ୍ଲାପାଳ  ନିର୍ଦ୍ଦେଶ  ଦେଇଚ୍ଥନ୍ତି ।  ଏହି ସମୀକ୍ଷା ବୈଠକରେ ଊପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ,ଜିଲ୍ଲା  ମୁଖ୍ୟ ଚିକିତ୍ସାଅଧିକାରୀ ଡା. ବାରିସ କୁମାର ଦାସ, ଡା. କାହ୍ନୁ ଚରଣ ନାୟକ, ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ, ୟୁନିସେପଂର ପ୍ରତିନିଧି ଡା.  ଦୀପକ କର, ଜିଲ୍ଲା  ସମାଜ କଲ୍ୟାଣ ଅଧିକାରୀ ଅମିତା ମିଶ୍ର, ଅତିରିକ୍ତ ଜିଲ୍ଲା  ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀ  ଡା.  ପାର୍ଥସାରଥୀ ମିଶ୍ର, ଶୁଭ୍ରଜିତ୍ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ।  

0
0
0
s2sdefault