ହେଡଲାଇନସ୍:

କେଡେ ଅମଣିଷ ଏ ମଣିଷ ଗୁଡାକ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଳଛତ୍ର ମାଟି ମାଠିଆ ଭାଙ୍ଗିଦେଲେ, ଜାଗା ଉପରେ ଝାଡା ଫେରିଦେଲେ  

11-05-18-padampur.jpg - 153.45 kB

ଗନିଅାଁପାଲି(ନୀଳ ଦୀପ ) ଅସହ୍ୟ ରୈାଦ୍ରତାପରୁ ବାଟୋଇ ମାନଙ୍କ ଶୋଷ ମେଣଂଟାଇବା ପାଇଁ ଦୀର୍ଘ ଦଶନ୍ଧିରୁ ମେଲଛାମୁଣ୍ଡା ବିଜୁ ଛକ ଠାରେ ଗ୍ରାମ ପଂଚାୟତ  ତରଫରୁ ଦିଆଯାଇଛି ଜଳଛତ୍ର । ଏପରିକି ପଂଚାୟତ ଦ୍ୱାରା ମାଟିଅମହୁଲ, ତେଲମହୁଲ, ମେଲଛାମୁଣ୍ଡା ଗ୍ରା. ପ. ର ବେଲମୁଣ୍ଡା ଏବଂ ପଣ୍ଡରିପାଣି ଗାଁର ଛକ ସ୍ଥାନ ମାନଙ୍କରେ ଜନସାଧାରଣଙ୍କ ସୁବିଧାପାଇଁ ପ୍ରତିବର୍ଷ ଜଳଛତ୍ର ବ୍ୟବସ୍ଥା କରାଯାଉଛି । ଏଥିରେ ଲକ୍ଷାଧିକ ଲୋକ ଉପକୃତ ହେଉଛନ୍ତି । ଗତ୯-୧୦ ତାରିଖ ରାତିରେ  କେତେକ ଖଳ ପ୍ରକୃତି ର ଲୋକ ବିଜୁ ଛକ ମେଲଛାମୁଣ୍ଡା ଠାରେ ଦିଆଯାଇଥିବା ଜଳଛତ୍ରର ପାଣି ମାଠିଆକୁ ଭଙ୍ଗାରୁଯା  କରିବା ସହ ସେଠାରେ ମଳତ୍ୟାଗ କରିଦେଇଥିଲେ । ଏଭଲି ଅମାନୁଷିକ କାର୍ଯ୍ୟ ପାଇଁ ଶୁକ୍ରବାର ସକାଳେ  ଲେକୃବାଗ (ପାଣି ଦେଉଥିବା ବ୍ୟକ୍ତି) ସରପଂଚ ସୁନିତା ବରିହାଙ୍କୁ ଜଣାଇବା ପରେ ଜଳ ଛତ୍ରକୁ ବନ୍ଦ କରି ଦିଆଯାଇଛି । ଏନେଇ ଶ୍ରୀମତୀ ବରିହା ମେଲଛାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । 

0
0
0
s2sdefault