ସଟ୍ ଡାଉନରେ  ଅସହାୟଙ୍କୁ ଖାଦ୍ୟ ବଣ୍ଟନ ଚାରି ସହୃଦ ଯୁବକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି ) ଦେଶରେ କରୋନା ମୁକାବିଲା ନିମନ୍ତେ ସଟ୍ ଡ଼ାଉନ ଜାରି ରହିବା ଫଳରେ ଜନସାଧାରଣଙ୍କ ଆୟ ଉପାର୍ଜନ ବାଧାପ୍ରାପ୍ତ ହୋଇଛି । ଏଥି ସହିତ ଗରୀବ ଜନସାଧାରଣଙ୍କ ନିମନ୍ତେ ଆହାର କେନ୍ଦ୍ର  ମଧ୍ୟ ବନ୍ଦ ରହିଛି । ଫଳରେ ଅସହାୟ, ନିରାଶ୍ରୟ ଲୋକମାନେ ମୁଠାଏ ଖାଦ୍ୟ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବାରିପଦାର ପ୍ରିତମ ଦାଶ, ଅବିନାଶ ଅଗ୍ରୱାଲ,  ଲୋକନାଥ କୁଣ୍ଡୁ, ଅନିକେତ୍ ସାତୁଆ, ଶୁଭମ ଦ୍ୱିବେଦୀ ପ୍ରମୁଖ ୪ଜଣ ଯୁବକ ନିଜସ୍ୱ ଅର୍ଥରୁ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି |  ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।  ବାରିପଦା ପୌରପରିଷଦର ଷ୍ଟେସନ ବଜାରଠାରୁ ଆରମ୍ଭ କରି ବାଲେଶ୍ୱର ଗୋଲେଇ, ଶୁନଗଡିଆ, ବାଘଡା ରୋଡ, ତକତପୁର, ଭଞ୍ଜପୁର, ମୁର୍ଗାବାଡି ପ୍ରମୁଖ ବିଭିନ୍ନ ସ୍ଥାନରେ କିଛି ଅସହାୟ ବ୍ୟକ୍ତିଙ୍କୁ ସେମାନେ ଭାତ, ଡାଲି, ଘଣ୍ଟ ଓ ସିଝା ଅଣ୍ଡା ଆଦି ଖାଇବାକୁ ଯୋଗାଇ ଦେଉଥିବାର ପରିଲକ୍ଷିତ ହୋଇଛି ।

0
0
0
s2sdefault