ହେଡଲାଇନସ୍:

ପାରଳା ପୌରାଞ୍ଚଳର ୱାର୍ଡ ନଂ ୦୧ , ୦୨ ଓ ୦୩ ରେ ଜିଲ୍ଲା ବିଜେଡି ତରଫରୁ ମାସ୍କ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁଙ୍କ ନିର୍ଦ୍ଧେଶ କ୍ରମେ ରବିବାର ଦିନ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ପାରଳାଖେମୁଣ୍ଡି ପୌରାଞ୍ଚଳର  ୱାର୍ଡ ନଂ ୦୧ , ୦୨ ଓ ୦୩ ରେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ, ଉପସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ପରିଛା ଓ ଯୁବନେତା ଶଙ୍କରଙ୍କ ଉପସ୍ଥିତିରେ ଓ ନଗର ବିଜେଡ଼ି ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରାଜଗୁରୁ ଙ୍କ ନେତୃତ୍ୱରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ବର୍ତ୍ତମାନ ପରିସ୍ଥିତିରେ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଏବଂ ସମାଜକୁ ସୁସ୍ଥ ରଖିବା ପାଇଁ ଏହା ଏକ ପ୍ରଚେଷ୍ଟା ଥିଲାବୋଲି ଜିଲ୍ଲା ବିଜେଡି ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ।

0
0
0
s2sdefault