ହେଡଲାଇନସ୍:

ନୂଆ ଖାଇଲେ ସଭିଏ : ସାଧାରଣ ଜନତାଙ୍କ ଠାରୁ ରାଜ ପରିବାର ଯାଏଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର ଆଜି ହେଉଛି ପଶ୍ଚିମ ଓଡିଶାର କୃଷିଭିର୍ତିକ ଗଣ ପର୍ବ " ନୁଆଁଖାଇ"। ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ "ନୁଆଁଖାଇ"। ଧାନ ଅମଳର ଖୁସି ପାଳନ କରିବା ନିମନ୍ତେ କରାଯାଇଥାଏ।ତେବେ ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ତିଥିରେ ଗଣେଷ ଚତୁର୍ଥୀର ଆର ଦିନ ପାଳନ ହୋଇଥାଏ। ଯେଉଁଥିରେ ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି।ଚାଷୀ ପ୍ରଥମକରି ଅମଲକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ ବା "ନୁଆଁଖାଇ" କୁହାଯାଇଥାଏ। ଏହା ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶା ର ପଶ୍ଚିମାଞ୍ଚଳ ଜିଲ୍ଲା ସମୂହରେ ଆଡମ୍ବର ସହକାରେ ପାଳନ କରାଯାଇଥାଏ। ଦେଶର ବିଭିନ୍ନ ଅଂଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶା ର ଲୋକେ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଠା କରିଥାନ୍ତି।ଯେଉଁମାନେ ନିଜ ଭିଟାମାଟି କୁ ଆସୀନ ପାରନ୍ତି,ସେମାନେ ନିଜେ ରହୁଥିବା ସ୍ଥାନରେ  ନୁଆଁଖାଇ ପାଳନ କରିଥାନ୍ତି। ଏହି ଦିନଟିର ଅମୃତବେଳା ବା ସୁଭବେଳା ଜ୍ୟୋତିଷ ମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା "ଷାଠିଆ" ଧାନରୁ ପ୍ରସ୍ତୁତ ଚୁଡା ଭାଜି,କ୍ଷୀରି, ମଣ୍ଡା, ପିଠା,ନିଜ ନିଜ ଘରେ ପ୍ରସ୍ତୁତ କରି  ନିଜନିଜ ର ଇଷ୍ଟଦେବୀ,ଗ୍ରାମଦେବୀ,ଦେବତା,ଆରାଧ୍ୟଙ୍କ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି।ଯାହା ଆଜି ବଲାଙ୍ଗୀର ରେ ମଧ୍ୟ ରୀତିନୀତି ଅନୁସାରେ "ନୁଆଁଖାଇ"ପର୍ବ ପାଳନ ହୋଇଛି। ଯେଉଁଥିରେ କୋଭିଡ - ୧୯ କଟକଣା ମଧ୍ୟରେ ନୁଆଁଖାଇ ର ପୂର୍ବଦିନ ପହୁରଯାତ୍ରା ମାଁ ସମଲେଇ ଓ ମାଁ ପାଟନେଶ୍ୱରୀଙ୍କ ଠାରେ ନବାନ୍ନଲାଖି ନୁଆଁ ଧାନ,ମାଁ ଲାଖି ଶାଢ଼ୀ, ଚୁଡି,ସିନ୍ଦୁର,ଓ ଭୋଗ ରୀତିନୀତି ଅନୁସାରେ ମାନଙ୍କ ମନ୍ଦିର ରେ ଲାଖିଥିବାବେଳେ।ସେହିପରି ପଶ୍ଚିମ ଓଡିଶାର ଅନ୍ୟ ପ୍ରମୁଖ ଦେବ୍ୟ ପୀଠ ମାଁ ସମଳେଈଶ୍ୱରୀ, ମାଁ ପାଟନେଶ୍ୱରୀ,ସୁରେଶ୍ୱରୀ,ଓ ଲଙ୍କେଶ୍ୱରୀ ମନ୍ଦିରରେ ଆଜି ନବାନ୍ନ ଲାଖି ହୋଇଛି। ଏହା ପରେ ନୁଆଁ ଚାଉଳ ଏକାଠି ସେବନ କରିଛନ୍ତି ପଶ୍ଚିମ ଓଡିଶା ବାସୀ। ଯାହା ପାଇଁ ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି, ସୁବର୍ଣପୁର, ଝାରସୁକୁଡ଼ା, ସହ ସମସ୍ତ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇ ଉଠିଛି। ଯାହା କୋଭିଡ - ୧୯ ପାଇଁ ସରକାରଙ୍କ ଦ୍ଵାରା ଉଦିଷ୍ଠ ନିୟମ ଯୋଗୁଁ ଏଥର ଭକ୍ତ ଓ ଶ୍ରଢାଳୁ ଙ୍କ ଅନୁପସ୍ଥିତ ରେ ଖାଁ ଖାଁ ପରିସ୍ଥିତି ସୃଷ୍ଟି ହୋଇଥିବା ସତ୍ୱେ ଫିକା ପଡିନି ଏହି ପର୍ବ। ସେପଟେ ଆଜି ପଶ୍ଚିମ ଓଡ଼ିଶାର ମହାନ ପର୍ବ ତଥା ନୁଆଁଖାଇ ରେ ସବୁବର୍ଷ ପରି ରାଜ ପରିବାର ଶ୍ରୀ କଲିକେଶ ନାରାୟଣ ସିଂ ଦେଓ, ତାଙ୍କ ସ୍ତ୍ରୀ ମେଘନା ସିଂଦେଓ, ଏବଂ ଅର୍କେଷ୍ ନାରାୟଣ ସିଂଦେଓ ଓ ତାଙ୍କ ସ୍ତ୍ରୀ ଅଦୃଜା ମଞ୍ଜରୀ ସିଂଦେଓ, ଲଗ୍ନ ଅନୁସାରେ ସମସ୍ତ ରୀତିନୀତି ଅନୁସାରେ ନୁଆଁଖାଇ ପର୍ବ ପାଳନ କରିଛନ୍ତି।ଏବଂ ସହର ସହ ଜିଲ୍ଲା ବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଅନ୍ୟପଟେ ସହର ସହ ଜିଲ୍ଲା ବାସୀ ମଧ୍ୟ ନିଜ ନିଜ ସମ୍ପର୍କୀୟ ତଥା ପରିଜନ ଙ୍କ ରୀତିନୀତି ତଥା କରୋନା କଟକଣା କୁ ଦୃଷ୍ଟି ରେ ରଖି ନୁଆଁଖାଇ ପାଳନ କରିଛନ୍ତି। ଯାହା ଭୟାବହ ତଥା ଆତଙ୍କିତ କରି ରଖିଥବା କରୋନା ଭାଇରାଷ୍ ର ପ୍ରକୋପ ମଧ୍ୟ ଏହି ପର୍ବ ତଥା ତିହାର କୁ କରିପାରିନି ଫିକା। ଯେଉଁଥିରେ ଏବେ ଘରେ ଘରେ ମହାଆଡମ୍ବର ତଥା ରୀତିନୀତି ଅନୁସାରେ ସରିଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ।

0
0
0
s2sdefault