ହେଡଲାଇନସ୍:

ଓଡ଼ିଶାବାସୀଙ୍କୁ ନୂଆଖାଇ ଶୁଭେଛା ଜଣାଇଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ କେନ୍ଦ୍ରମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ  ଓଡ଼ିଶାବାସୀଙ୍କୁ ନୂଆଖାଇ ଶୁଭେଛା ଜଣାଇଛନ୍ତି  ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ କେନ୍ଦ୍ରମନ୍ତ୍ରୀ |

 ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ ତାଙ୍କ ବାର୍ତ୍ତାରେ କହିଛନ୍ତି "ନୂଆଁଖାଇ ଜୁହାର ! ଓଡ଼ିଶାର ପ୍ରାଚୀନ ଗଣପର୍ବ ନୂଆଁଖାଇରେ ନୂଆ ଖାଦ୍ୟଶସ୍ୟର ପୂଜା କରାଯାଏ। ଏହି ପର୍ବରେ ଆମେ ଚାଷୀଭାଇର ପରିଶ୍ରମକୁ ସମ୍ମାନ ଜଣେଇବା ସହ ନୂଆ ଶସ୍ୟ ଅମଳର ଆନନ୍ଦ ମନେଇଥାଉ। ଏହି ପର୍ବ ମନୁଷ୍ୟ ସହିତ ପ୍ରକୃତିର ଅତୁଟ ସମ୍ପର୍କକୁ ପ୍ରତିପାଦିତ କରିଥାଏ। ନୂଆଁଖାଇ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି " ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ । ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି । ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ନୂଆଁଖାଇ ଜୁହାର ।"

ଲୋକସଭା ବାଚସ୍ପତି ଓମ ବିରଳା ତାଙ୍କ ବାର୍ତ୍ତାରେ କହିଛନ୍ତି  ଯେ " ସମସ୍ତ ଦେଶବାସୀଙ୍କୁ, ବିଶେଷ କରି  ଓଡିଶାବାସୀଙ୍କୁ ନୂଆଖାଇ ପର୍ବ ଉପଲକ୍ଷେ ଶୁଭକାମନା। ନୂଆଖାଇ ନୂଆ ଫସଲର ପର୍ବ ଅଟେ। ଏହି ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ତଥା ସୁଖସମୃଦ୍ଧି ଆଣିଦେଉ ଏହାହିଁ  କାମନା। ନୂଆଖାଇଜୁହାର୍ " 

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ବାର୍ତ୍ତାରେ କହିଛନ୍ତି" ନୂଆଁଖାଇର ପବିତ୍ର ଅବସରରେ ଓଡ଼ିଶାର ଭାଇ ଓ ଭଉଣୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା । ଲଗାତାର କଠୋର ପରିଶ୍ରମ କରି ଆମ ଦେଶକୁ ଆତ୍ମନିର୍ଭର କରୁଥିବା ଚାଷୀ ଭାଇଙ୍କ ପାଖରେ ମୁଁ ମଥାନତ କରୁଛି । ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ନୂଆଁଖାଇ ଜୁହାର ।"

କେନ୍ଦ୍ର ପେଟ୍ରୋଲିଅମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଖାଇର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ "ନୂଆଁଖାଇ ଜୁହାର୍ | କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭକାମନା । ଏହି ଅବସରରେ ମା' ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି।"

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କ ବାର୍ତ୍ତାରେ କହିଛନ୍ତି "ନୂଆଖାଇ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଗଣପର୍ବ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେଉ । ମା ସମଲେଇଙ୍କ କୃପା ସମସ୍ତଙ୍କ ଉପରେ ଥାଉ ।"

0
0
0
s2sdefault