ପାଟଣେଶ୍ୱରୀଙ୍କ ପୀଠ ଓ  ସମଲେଇ ମନ୍ଦିରରେ ନବାନ୍ନ ଲାଗି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର(ନିରୋଜ ମିଶ୍ର) ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ୱରୀଙ୍କ ପୀଠରେ ନୂଆଁ ଲାଗିଯାଇଛି । ବିଧି ଅନୁସାରେ ନିର୍ଦ୍ଧାରିତ ସମୟରେ ପୂଜାପାଠ ସହ ମା’ଙ୍କଠାରେ ନୂଆଁ ଲଗାଯାଇଥିବା ବେଳେ କରୋନା କଟକଣା ଯୋଗୁଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିନାହିଁ । ତେବେ ନୀତିକାନ୍ତି ପାଳନ ହୋଇଛି । ସହରର ଅନ୍ୟସବୁ ଦେବ ଦେବୀଙ୍କ ମନ୍ଦିରମାନଙ୍କରେ ମଧ୍ୟ ନୂଆଁ ଲଗାଯାଇଥିବା ସୂଚନା ମିଳିଛି ।

ସେହିପରି ବଲାଙ୍ଗିରର ସମଲେଇ ମନ୍ଦିରରେ ବିଧି ମୁତାବକ ନୂଆଁ ଲାଗିଲା । ନିର୍ଦ୍ଧାରିତ ସମୟରେ ମନ୍ଦିର ପୂଜକ ନୂଆଁକୁଁଡ଼ା ଅର୍ପଣ କରିବା ସହ ପୂଜାବିଧି ସମାପ୍ତ କରିଛନ୍ତି । ପୂର୍ବ ବର୍ଷ ଭଳି ଏ ବର୍ଷ ମନ୍ଦିରରେ ଭକ୍ତମାନଙ୍କ ସମାଗମ ନଥିଲା । କେବଳ ନୀତିକାନ୍ତ ପାଳନ ପୂର୍ବକ ନୂଆଁଖାଇ ପାଳନ ହୋଇଛି ମା’ ସମଲେଇଙ୍କ ମନ୍ଦିରରେ । କରୋନା କଟକଣା ଯୋଗୁଁ ଭକ୍ତମାନଙ୍କ ସମାଗମକୁ ମନ୍ଦିରରେ ମନା କରାଯାଇଥିବା ବେଳେ ଭକ୍ତମାନେ କେହି ମନ୍ଦିର ଆସି ନାହାନ୍ତି | 

0
0
0
s2sdefault