ହେଡଲାଇନସ୍:

ସ୍ୱାସ୍ଥ୍ୟମନ୍ତ୍ରୀ ଟିକେ ଧ୍ୟାନ ଦେବେ କି ???

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲରେ ରୋଗୀ ସେବାରେ ଅବହେଳା 

ବାରିପଦା(ଦିଲ୍ଲୀପ ମହାନ୍ତି )- ଗୋଟାଏ ପକ୍ଷରେ ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ  ପ୍ରତାପ ଜେନା ସୁଲଭ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ସରକାର ଗୁରୁତ୍ୱାରୋପ ଦେଉଥିବାର ଡିଣ୍ଡିମ ବାଡେ଼ଇ ଚାଲିଥିବା ବେଳେ ଅନ୍ୟ ପକ୍ଷରେ ବାରିପଦା ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲରେ ରୋଗୀ ସେବାରେ ଅବହେଳା ଅଭିଯୋଗ ଆସିଛି । ବାରିପଦା ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲରେ ମଙ୍ଗଳବାର ପୌରପରିଷଦର ୧୧ ନମ୍ବର ୱାଡର଼୍ର ବଂଶୀଧର ନାୟକ(୮୭) ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଇଥିଲେ । ସେହି ସହରେ ହସପିଟାଲରେ କାର୍ଯ୍ୟରତ ଡ଼ାକ୍ତର ବଂଶୀଧରଙ୍କୁ ପରୀକ୍ଷା କରି ରୋଗୀଙ୍କୁ ଏସି ରୁମରେ ରଖିବାକୁ ପରାମର୍ଶ ଦେବା ସଂଗେସଂଗେ ସେଲାଇନ ଓ ଔଷଧ ଆଦି ଲେଖି ଦେଇଥିଲେ ଏବଂ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀଙ୍କୁ ଏସି ଥିବା ହସପିଟାଲ କ୍ୟାବିନରେ  ରଖାଯାଇ ଥିଲା । ମାତ୍ର ହସପିଟାଲରେ କାର୍ଯ୍ୟରତ ନର୍ସ ରାତି ରୋଗୀଙ୍କୁ ସେଲାଇନ ଆଦି ନ ଦେଇ ବୁଧବାର ପୂର୍ବାହ୍ନରେ ଦେଇଥିଲେ । ବାରିପଦା ହସପିଟାଲରେ ଏକ ବିଚିତ୍ର ବ୍ୟବସ୍ଥା ବର୍ଷବର୍ଷ ଧରି ପ୍ରଚଳିତ ରହିଆସିଛି । ରୋଗୀ କ୍ୟାବିନରେ ରହିଲେ ରାଉଣ୍ଡକୁ ଆସୁଥିବା ଡ଼ାକ୍ତର କ୍ୟାବିନ ରୋଗୀଙ୍କୁ ଦେଖିବେ ନାହିଁ । ହସପିଟାଲରେ ଏହି ପ୍ରକାରର ଆଜବ ଗଜବ ରୋଗୀସେବା ବିରୋଧରେ ବଂଶୀଧରଙ୍କ ଆତ୍ମୀୟସ୍ୱଜନମାନେ ପ୍ରତିବାଦ କରିବାରୁ ରୋଗୀଙ୍କୁ କଟକ ଏସସିବି ମେଡ଼ିକାଲ କଲେଜକୁ ରେଫର କରାଇ ଦେଇଥିଲେ । ପୁଣି ରୋଗୀକୁ ୧୦୮ରେ କଟକ ନେବା ନିମନ୍ତେ ବାରମ୍ବାର ଫୋନ କରିବା ପରେ ୧୦୮ ନ ଆସିବାରୁ ପ୍ରାଭେଟ ଏସି ଆମ୍ବୁଲାନ୍ସରେ ଖର୍ଚ୍ଚାନ୍ତ ହୋଇ ଯିବାକୁ ବାଧ୍ୟ ହୋଇଥିଲେ ବୋଲି ବଂଶୀଧରଙ୍କ ପୁଅ ସୁରେଶ ଚନ୍ଦ୍ର ନାୟକ କହିବା ସହିତ ମୟୂରଭଞ୍ଜ ଆଦି ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ହୋଇଥିବାରୁ ଏଠାରେ ଜନସାଧାରଣଙ୍କୁ ଉତ୍ତମ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟବରାଦରେ ମେଡ଼ିକାଲ କଲେଜ ପ୍ରତିଷ୍ଠା  କଲେ । ମାତ୍ର ଏହା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ।

 

 

0
0
0
s2sdefault