ହେଡଲାଇନସ୍:

ସୋହେଲାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ।।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋହେଲା(ଶାସକପ୍ରଶାସକ)-ସୋହେଲାରେ ଆଜି ଜାତୀୟ ଦିବସ ପାଳନ ସମିତି ତରଫରୁ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୀବର୍ଧନ ବରିହା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । କୋଭିଡ-୧୯ ଯୋଗୁଁ ନିରାଡ଼ମ୍ବର ଭାବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ବିଶ୍ୱ ରଂଜନ କର,ତହସିଲଦାର ମାନସ ରଞ୍ଜନ ସ୍ୱାଇଁ,ଆଇଆଇସି ନିର୍ମଲ କୁମାର ମହାପାତ୍ର, ଡାକ୍ତର ଶିଶିର କୁମାର ସାହୁ,ସହକାରୀ ଯନ୍ତ୍ରୀ ନରେଶ ଅଗ୍ରୱାଲ,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ବେହେରା, ସୁଶାନ୍ତ କୁମାର ମିଶ୍ର,ଅନୀଲ ପଧାନ ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault