ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପଧାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ।। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)- ସୋହେଲା ବ୍ଲକ ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଜିତେନ୍ଦ୍ରିୟ ପଧାନଙ୍କୁ ଆଜି ୭୪ ତମ ସ୍ବାଧିନତା ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପୋ ତାଙ୍କ ବାସଭବନକୁ ଯାଇ ସଂଗ୍ରାମୀଙ୍କୁ ପୁଷ୍ପ ମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଥମେ ଅତିରିକ୍ତ ଜିଲାପାଳ ଶ୍ରୀ ଟପୋ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ସ୍ୱାଧୀନତା ସଂଗ୍ରାମୀ ସ୍ମୃତିପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତାଙ୍କ ସହିତ ସୋହେଲା ବିଡ଼ିଓ ବିଶ୍ୱ ରଂଜନ କର,ତହସିଲଦାର ମାନସ ରଞ୍ଜନ ସ୍ୱାଇଁ,ସହକାରୀ ଯନ୍ତ୍ରୀ ନରେଶ କୁମାର ଅଗ୍ରୱାଲ, ଜିପିଇଓ ମହମ୍ମଦ ଆକବର,ଡବ୍ଲୁଇଓ ଅତିଶ ଭୋଇ,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଦେଶ ମାତୃକାର ସେବା ପାଇଁ ଏହି ଗ୍ରାମରୁ ସ୍ବାଧୀନତା ଆନ୍ଦୋଳନରେ ଏକା ଥରକେ ୩୨ ଯୁବକ ଝାସ ଦେଇ କାରାବରଣ କରିଥିଲେ । ଏବେ କେବଳ ଜଣେ ମାତ୍ର ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପଧାନ ବଂଚିଛନ୍ତି । ତାଙ୍କୁ ଏବେ ୧୦୧ ବର୍ଷ ବୟସ ହେଉଛି ।

0
0
0
s2sdefault