ହେଡଲାଇନସ୍:

ସମଗ୍ର ମାନବଜାତି ପ୍ରତି ଆହ୍ବାନ ସୃଷ୍ଟି କରିଥିବା କରୋନାର ମୁକାବିଲାରେ ଆମେ ଜିତିବା : ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ପୁଣି ସ୍କୁଲମାନଙ୍କରେ ଘଣ୍ଟା ବାଜି ଉଠିବ,  ଆହୁରି ଆଗକୁ ବଢିବ ମାନବ ଜାତିର ଜୟଯାତ୍ରା

  • କୋଭିଡ ଯୋଦ୍ଧାମାନେ ଯେଭଳି କାମ କରୁଛନ୍ତି ତାହାର ତୁଳନା ନାହିଁ 

  • ସହିଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି 

  • କୋଭିଡ ରୋଗୀଙ୍କୁ ସବୁପ୍ରକାର ସୁବିଧା ମାଗଣା ଦିଆଯାଉଛି, କାରଣ ପ୍ରତି ଜୀବନ ଆମ ପାଇଁ ମୂଲ୍ୟବାନ 

  • କରୋନା କରୁଥିବା  କ୍ଷତିକୁ ଭରଣା କରିବା ପାଇଁ ଆମକୁ ସାହସର ସହ କାମ କରିବାକୁ ହେବ 

ଭୁବନେଶ୍ୱର (ଶାସକ ପ୍ରଶାସକ) : "ଓଡ଼ିଆ ଜାତି ଅନେବ ବିପଦର ସାମ୍ନା କରିଛି । ସାହାସର ସହ ମୁକାବିଲା କରି ନୂଆ ଇତିହାସ ଲେଖିଛି । ମୋର ପୁରା ବିଶ୍ୱାସ କରୋନା ଶୀଘ୍ର ଦୂର ହେବ । ସ୍କୁଲମାନଙ୍କରେ ପୁଣିଥରେ ଘଂଟାବାଜି ଉଠିବ ଏବଂ ମାନବ ଜାତିର ଜୟଯାତ୍ରା ଆହୁରି ଆଗକୁ ବଢିବ " ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ଆଶାପୋଷଣ କରିଛନ୍ତି | 

ପବିତ୍ର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ  ରାଜ୍ୟବାସୀଙ୍କ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ସ୍ୱତନ୍ତ୍ରତା  ସଂଗ୍ରାମର ମହାନ ସୁରୀ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ସର୍ଦ୍ଦାର  ପଟେଲ, ମୌଲାନା ଆଜାଦ, ଡଃ ଆମ୍ବେଦକର, ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉକ୍ରଳ ଗୌରବ ମଧୁସୂଦନ ଦାସ, ବୀର ସୁରେନ୍ଦ୍ର ସାଏ,ସହୀଦ ଲକ୍ଷଣ ନାୟକ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ମା ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ୍ ସଂଗ୍ରାମୀମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶର ଏକତା ଓ ସୁରକ୍ଷା ପାଇଁ ସହୀଦ ହୋଇଥିବା ଅମର ଜବାନମାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ  । 

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ "ଆପଣମାନେ ଜାଣନ୍ତି ଗତ ୫ମାସ ହେଲା ସାରା ଦେଶରେ କରୋନା ବିରୁଦ୍ଧରେ ଲଢୁଛି । ଏ ଲଢେଇରେ ସହିଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

କରୋନା ଆଜି କେବଳ  ଭାରତ ନୁହେଁ ସାରା ବିଶ୍ୱ ତଥା ମାନବ ଜାତି ପାଇଁ ଏକ ବହୁତ ବଡ଼ ସଙ୍କଟ ଭାବେ ଦେଖାଦେଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ତଥା ସମାଜ ଉପରେ ଏହା ଗଭୀର ପ୍ରଭାବ ପକେଇଛି । ସାରା ବିଶ୍ୱରେ କୋଟି କୋଟି ଲୋକ ଜୀବିକା ହରାଉଛନ୍ତି । ଭ୍ୟାକ୍ସିନ ଆସିବାପରେ କରୋନା କଂଟ୍ରୋଲ ହେବ । କିନ୍ତୁ ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁ କ୍ଷତି କରୁଛି ତାକୁ ଭରଣା କରିବା ପାଇଁ ଆମକୁ ସାହସର ସହ କାମ କରିବାକୁ ହେବ ।

ଆପଣ ଜାଣନ୍ତି କରୋନା ମୁକାବିଲା ପାଇଁ ଓଡ଼ିଶା ସରକାର  ବିଭିନ୍ନ ଅଂଳଚରେ କୋଭିଡ ହସ୍ପିଟାଲ କରିଛନ୍ତି । ୫ଟି ପ୍ଲାଜାମ ବ୍ୟାଙ୍କ ସହ ପ୍ଲାଜାମା ଥେରାପି ସେବା ରୋଗୀଙ୍କୁ ମିଳୁଛି । ପଇସା ପାଇଁ ଓଡ଼ିଶାରେ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଂଚିତ ହେବେ ନାହିଁ । ଏଥିପାଇଁ ଓଡ଼ିଶା ସରକାର କୋଭିଡ ରୋଗୀଙ୍କୁ ସବୁପ୍ରକାର ସୁବିଧା ମାଗଣାରେ ଯୋଗାଉଛନ୍ତି । ପ୍ରତି ଜୀବନ ଆମ ପାଇଁ ମୂଲ୍ୟବାନ । ଏହି ମିଶନ ନେଇ ଆମେ କାମ କରୁଛୁ । ସମସ୍ତଙ୍କୁ ବେଷ୍ଟ ଟ୍ରିଟମେଣ୍ଟ ଦେବାକୁ ଚେଷ୍ଟା କରୁଛୁ ।

ୠକଡାଉନ ସମୟରେ ଇକୋନୋମିକ୍ ଆକ୍ଟିଭିଟି ଲାଗି ରଖିବା ପାଇଁ ପଦକ୍ଷେପ ନେଇଛୁ । କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ ସହିତ ବିିଭିନ୍ନ ଏମ୍ପ୍ଲୟମେଂଟ ଜେନେରେସନ୍ କାମ ଜାରି କରିଛି । ଗରୀବ ଲୋକ ଓ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ଦିଆଯାଉଛି ।  ଏହି ସମୟ ମଧ୍ୟରେ ଓଡ଼ିଶାକୁ ୧୨ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟ ଆସିଛି । ଦେଶରେ ଏହି ସମୟରେ ହୋଇଥିବା ଇନଭେଷ୍ଟରୁ ୧୮ ପ୍ରତିଶତରୁ ଓଡ଼ିଶାକୁ ହିଁ ଆସିଛି । ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ଇନଭେଷ୍ଟରେ ଦେଶରେ ୧ନମ୍ବର ହୋଇଛି । ୨୦୧୯-୨୦ରେ ଦେଶରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୨.୮୦ପ୍ରତିଶତ ଥିବାବେଳେ ଆମ ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୭.୬୧ପ୍ରତିଶତ ରହିଛି ।" 

କରୋନା ଯୋଦ୍ଧାଙ୍କୁ କର୍ତ୍ତବ୍ୟ ନିଷ୍ଠା ଓ ତ୍ୟାଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ " କରୋନା ବିରୋଧରେ ଆମର ଲଢେଇରେ କୋଭିଡ ଯୋଦ୍ଧାମାନେ ଯେଭଳି କାମ କରୁଛନ୍ତି ତାହାର ତୁଳନା ନାହିଁ । ସେମାନଙ୍କ ସେବା ଓ ତ୍ୟାଗ ପାଇଁ ସାରା ଭାରତରେ ଆମ ରାଜ୍ୟରେ ସୁସ୍ଥ ହାର ଭଲ ରହିଛି ।  ସାର ଭାରତରେ ଓଡ଼ିଶାରେ ମୃତ୍ୟୁ ହାର କମ୍ ରହିଛି । ସେମାନଙ୍କ ତ୍ୟାଗ ଓ ସେବା ପାଇଁ ଓଡ଼ିଆ ଜାତି ସେମାନଙ୍କ ନିକଟରେ ଋଣୀ । କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା  ଓ ସେବା ସହିତ ଆମ  ସମସ୍ତଙ୍କ ସହଯୋଗ ପାଇଁ ଓଡ଼ିଶା ପାଇଁ ଭାରତ ପାଇଁ ତଥା, ମାନବ ଜାତି ପାଇଁ ଆମ ସମସ୍ତଙ୍କ ପାଇଁ ବିଜୟ ଆଣିବା ।"

ରାଜଧାନୀ ଭୁବନେଶ୍ୱର ସ୍ଥୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୂର୍ବାହ୍ନ ୯ଟା ବେଳେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ମାତ୍ର ୩ପ୍ଲାଟୁନ୍ ପୋଲିସ୍, ଓଡ୍ରାଫ୍, ଓଏସ୍ଏପି ସପ୍ତମ ବାଟାଲିଅନ ଓ ଏଏସ୍ପି ବାଟାଲିଅନ ସହ ରାଜ୍ୟ ବ୍ରାସ୍ ବ୍ୟାଣ୍ଡ ସ୍ୱାଧୀନତା ଦିବସ ସମାରୋହରେ ସାମିଲ୍ ହୋଇଥିଲେ । ୩୧ ଜଣ କୋଭିଡ୍ ଯୋଦ୍ଧାଙ୍କ ସମେତ ମାତ୍ର ୧୦୦ ଜଣ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରାଯାଇ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ।

କ୍ୱାମିନାରା ପରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୟୁନିଟ୍-୩ ପ୍ରଦର୍ଶନୀ ପଡିଆରୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସମାପ୍ତ ହୋଇଥିଲା । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଗୃହ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫"ଟି') ଶ୍ରୀ ଭି.କେ. ପାଣ୍ଡିୟାନ୍, ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ତଥା କମିଶନର ଶ୍ରୀ ସଂଜୟ କୁମାର ସିଂ, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ପୋଲିସ କମିଶନର ଶ୍ରୀ ସୁଧାଂଶୁ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲୋ 

 

0
0
0
s2sdefault