ହେଡଲାଇନସ୍:

ପୂର୍ବତଟ ରେଳପଥ ଦ୍ୱାରା ଆର୍ଟ ଗ୍ୟାଲେରୀ ଅଭିକ୍ଷ୍ୟା ଉଦ୍ଘାଟିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ଦ୍ୱାରା ଆର୍ଟ ଗ୍ୟାଲେରୀ ଓ ଆର୍ଟ ସ୍ଟୁଡ଼ିଓ "ଅଭିକ୍ଷ୍ୟା" ଉଦ୍ଘାଟିତ ହୋଇଯାଇଅଛି I ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ଖୋର୍ଦ୍ଧା ରୋଡ଼  ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଅନ୍ୟ କର୍ମଚାରୀ ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଆର୍ଟ ଗ୍ୟାଲେରୀ ଓ ଆର୍ଟ ସ୍ଟୁଡ଼ିଓ "ଅଭିକ୍ଷ୍ୟା" କୁ ଆଜି ଉଦ୍ଘାଟନ କରିଛନ୍ତି I 

ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ କହିଛନ୍ତି ଯେ ଏହି ଆର୍ଟ ଗ୍ୟାଲେରୀ ଓ ଆର୍ଟ ସ୍ଟୁଡ଼ିଓ ରେଳବାଇ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କର କଳାକୃତୀ ଦକ୍ଷତା କୁ ପ୍ରତିପାଦନ କରିବ I ରେଳବାଇ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କ ଦ୍ୱାରା ଅଙ୍କିତ ଚିତ୍ର କଳା ସହିତ କେତେକ ବିଶିଷ୍ଟ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ତୈଳଚିତ୍ର ଏବଂ କଳାକୃତି ଏହି ଆର୍ଟ ଗ୍ୟାଲେରୀ ମଧ୍ୟ ସ୍ଥାନିତ କରାଯାଇଅଛି I  

ରାଷ୍ଟ୍ରୀୟସ୍ତରର ଚିତ୍ର ଶିଳ୍ପୀ ଶ୍ରୀ ପି ଶ୍ୟାମ ସୁନ୍ଦର ଗିନିଜ ବୁକରେ ସ୍ଥାନ ପାଇଥିବା ଡକ୍ଟର ମାଲ୍ଲ ଶିବା ଏବଂ ମିନିଏଚର ଆର୍ଟିଷ୍ଟ ବିବେକାନନ୍ଦ ନାୟକ ଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ଓ କାରୁକାର୍ଯ୍ୟ ଏହି ଆର୍ଟ ଗ୍ୟାଲେରୀ ଓ ଆର୍ଟ ସ୍ଟୁଡ଼ିଓ ର ଶୋଭା ବୃଦ୍ଧି କରୁଛି I ଉପରୋକ୍ତ ସମସ୍ତ ଚିତ୍ରଶିଳ୍ପୀ ପୂର୍ବତଟ ରେଳପଥ ର କର୍ମଚାରୀ ଅଛନ୍ତି I ଆର୍ଟ ସ୍ଟୁଡ଼ିଓରେ  ଚିତ୍ରକଳା କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ପରବର୍ତୀ ସମୟରେ ଏହାକୁ ଗ୍ୟାଲେରୀ ରେ ପ୍ରଦର୍ଶିତ କରାଯିବ I ମହାପ୍ରବନ୍ଧକ କହିଛନ୍ତି ଯେ ଭବିଷ୍ୟତରେ ଏଠାରେ ଚିତ୍ରକଳା ପ୍ରଦର୍ଶନୀ କରାଯିବ ସହିତ ଯୁବ କଳାକାର ମାନଙ୍କର ଦକ୍ଷତାକୁ ପ୍ରତିପାଦନ କରାଯିବ I 

ୱାଲ ମାଗାଜିନ ଅତସୀ କୁସୁମ ମଧ୍ୟ ଏହି ଅବସରରେ ରେଳସଦନ ଠାରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଅଛି I ଏହି ଅବସରରେ ମହାପ୍ରବନ୍ଧକ ରେଳବାଇ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ଓ କଳାକୃତି ଏବଂ ସାହିତ୍ୟ କୁ ଭୁୟସୀ ପ୍ରଶଂସା କରିବା ସହିତ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଏହି ମାଗାଜିନ ଏକ ମାଧ୍ୟମ ହେବ ବୋଲି କହିଥିଲେ I ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ବରିଷ୍ଠ ଉପ ମହାପ୍ରବନ୍ଧକ ଶ୍ରୀ ଏଚ କେ ଦତ୍ତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ I  ଆର୍ଟ ଗ୍ୟାଲେରୀ ଅଭିକ୍ଷ୍ୟା ଏବଂ ଆର୍ଟ ଗ୍ୟାଲେରୀ ଓ ଆର୍ଟ ସ୍ଟୁଡ଼ିଓୱାଲ ମାଗାଜିନ ଅତସୀ କୁସୁମ ଏଭଳି ଦୁଇଟି ସ୍ଥାନ ଯେଉଁଥିରେ ରେଳବାଇର କର୍ମଚାରୀ ମାନଙ୍କର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରାଯାଇପାରିବ I 

ମହାପ୍ରବନ୍ଧକ ମଧ୍ୟ କହିଛନ୍ତି ଯେ ରେଳବାଇ ପରିବାରରୁ ଅନେକ ଦକ୍ଷ କଳାକାର ମାନେ ସେମାନଙ୍କର ଦକ୍ଷତାକୁ ବିଭିନ୍ନ କ୍ଷେତ୍ରରେ ଦର୍ଶାଇଛନ୍ତି I  ଆର୍ଟ ଗ୍ୟାଲେରୀ ଅଭିକ୍ଷ ଏବଂ ୱାଲ ମାଗାଜିନ ଅତସୀ କୁସୁମ ଯୁବ କଳାକାର ଓ ସାହିତ୍ୟ ପ୍ରେମୀ ମାନଙ୍କୁ ପ୍ରୋତ୍ସାହିତ କରିବ I ପୂର୍ବତଟ ରେଳପଥର ଉପ ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ I

0
0
0
s2sdefault