ହେଡଲାଇନସ୍:

କେନ୍ଦ୍ରାପଡ଼ାର ଅସହାୟ ପରିବାରକୁ ସହଯୋଗର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍‍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର/କେନ୍ଦ୍ରାପଡା (ଶାସକ ପ୍ରଶାସକ) :  କେନ୍ଦ୍ରାପଡ଼ା ଜିଲ୍ଲା ଧୁମାତ ପଞ୍ଚାୟତ ବୈଷ୍ଣବ ସାହିର ସବିତା ଦାସ ସ୍ୱାମୀଙ୍କୁ ହରାଇ ବେସାହାରା ହୋଇପଡ଼ିଥିବା ବେଳେ ଦୀର୍ଘ ଦିନ ଧରି କିଡ୍‍ନୀ ରୋଗରେ ପୀଡ଼ିତ ରହି ବହୁ କଷ୍ଟରେ ତିନି ସନ୍ତାନଙ୍କୁ ନେଇ ଚଳୁଛନ୍ତି । ମାଆ ରୋଗ ଶଯ୍ୟାରେ ଥିବାରୁ ଘର ଚଳାଇବା ପାଇଁ ତାଙ୍କର ୭ବର୍ଷର ପୁଅ ଶୁଭମ୍‍ ସାହି ସାହି ବୁଲି ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୋଇଥିଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ସବିତାଙ୍କ ଦୁର୍ଦ୍ଧଶା ସଂପର୍କରେ କନ୍ଧମାଳ ସାଂସତ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତ ଗଣମାଧ୍ୟମରୁ ଜାଣିବା ପରେ ତାଙ୍କୁ କିଭଳି ସହାୟତା ଯୋଗାଇ ଦିଆଯାଇପାରିବ ସେ ନେଇ ନିଜ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନ କେନ୍ଦ୍ରାପଡା  ବିଧାୟକ ଶଶୀ ଭୂଷଣ ବେହେରା ଶ୍ରୀ ସାମନ୍ତଙ୍କ ନିକଟରେ ପହଞ୍ଚି ସବିତା ଓ ତାଙ୍କ ପରିବାରକୁ କିଭଳି ସହାୟତା ଯୋଗାଇ ଦିଆଯାଇ ପାରିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ । ଶ୍ରୀ ସାମନ୍ତ ପରାମର୍ଶ କ୍ରମେ କିସ୍‍ ଫାଉଣ୍ଡେସନ୍‍ ସବିତାଙ୍କୁ ସହାୟତାର ହାତ ବଢ଼ାଇଛି । ଆଜି କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ନଗଦ ୧୫ ହଜାର ଟଙ୍କା ସହ ଚାଉଳ, ଡାଲି, ଚୁଡା, ଚିନି, ସାବୁନ୍‍, ତେଳ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ସବିତାଙ୍କ ନିକଟରେ ପହଞ୍ଚାଇ ଦିଆଯାଇଛି । ସବିତାଙ୍କ ପରିବାର ଚଳିବା ପାଇଁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ମାସିକ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିବା ସହ ସବିତା ଚାହିଁଲେ ତାଙ୍କ ସାନ ଦୁଇ ପୁଅ ଝିଅ କିସ୍‍ ବାଲେଶ୍ୱରରେ ମାଗଣା ପାଠ ପଢ଼ିବା ବ୍ୟବସ୍ଥା କରାଯିବ । କରୋନା ଶେଷ ହେବା ପରେ କିସ୍‍-ବାଲେଶ୍ୱର ଖୋଲିଲେ ସେଠାରେ ସେମାନଙ୍କ ନାମଲେଖା ଯିବାର ବନେ୍ଦାବସ୍ତ କରାଯିବ । ଏହା ବ୍ୟତୀତ ତାଙ୍କର ଘର ନ ଥିବାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ବିଧାୟକ ଶ୍ରୀ ବେହେରା ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହା ଛଡ଼ା ସବିତାଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ସାମନ୍ତ ଓ କିସ୍‍ ପାଉଣ୍ଡେସନ୍‍ର ବଦାନ୍ୟତା ପାଇଁ ସବିତା ଓ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ କିସ୍‍ ଫାଉଣ୍ଡେସନ୍‍ର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।

 

 

 

0
0
0
s2sdefault