ହେଡଲାଇନସ୍:

କୋଭିଡ-୧୯ର ୭୩ଟି ପ୍ରକାର ଷ୍ଟ୍ରେନ ଚିହ୍ନଟ କଲେ ଭାରତୀୟ ଗବେଷକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରଥମ ଥର ପାଇଁ କୋଭିଡ୍-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟ୍ରେନ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ । ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚୁ୍ୟଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ  ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍ଏସ ଆଣ୍ଡ ସମ୍ ହସପିଟାଲର ଗବେଷକମାନେ ମିଳିତ ଭାବେ ଗବେଷଣା କରି ଏହି କାର୍ଯ୍ୟରେ ସଫଳ ହୋଇଛନ୍ତି ।

ଏହି ଗବେଷକମାନେ ୭୫୨ଟି କ୍ଲିନିକାଲ୍ ସାମ୍ପଲ୍ ସମେତ ୧୫୩୬ଟି ସାମ୍ପଲର  ପରୀକ୍ଷଣ କରିଥିବା ବେଳେ ପ୍ରଥମ ଥର ପାଇଁ ଭାରତରେ ୨ଟି ଲିନିଏଜ୍ ବି.୧.୧୧୨ ଏବଂ ବି.୧.୯୯ ଚିହ୍ନଟ କରିପାରିଛନ୍ତି ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଗବେଷଣା ନିର୍ଦ୍ଦେଶକ କ ତଥା ମୁଖ୍ୟ ପରୀକ୍ଷକ ଡଃ ଜୟଶଙ୍କର ଦାସ ସୂଚନା ଦେଇଛନ୍ତି ।

କାଉନ୍ସିଲ୍ ଅଫ୍ ସାଇନ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟି୍ରଆଲ୍ ରିସର୍ଚ୍ଚ ସହଯୋଗରେ ଗବେଷଣା କରୁଥିବା ଏହି ଗବେଷକ ଟିମ୍ ବିଶ୍ୱରେ ପ୍ରଥମ ଥର ପାଇଁ ସବୁଠାରୁ ଉନ୍ନତ ଧରଣର କୋଭିଡ୍ ସିକ୍ୱେନି୍ସଂ ପ୍ରଣାଳୀ ବାହାର କରିପାରିଛନ୍ତି ଯାହାକି କୋଭିଡ ସଂକ୍ରମଣକୁ ଉପଯୁକ୍ତ ପ୍ରକ୍ରିୟାରେ ଚିହ୍ନଟ କରିବାରେ ସହାୟକ ହୋଇପାରିବ ବୋଲି ଡଃ ଦାସ ସୂଚନା ଦେଇଛନ୍ତି । ପ୍ରଖ୍ୟାତ ସଂସ୍ଥା ଟେକ୍ ଇଲୁମିନାର ରିପୋର୍ଟ ଅନୁଯାୟୀ ଭାରତ ଏହି ଗବେଷଣାରେ ୧୦ଟି ଦେଶର ୧୨ଟି ଗବେଷଣା ଅନୁଷ୍ଠାନକୁ  ପଛରେ ପକାଇ ଏହି ଫିଲ୍ଡ ଭାଲିଡେସନ୍ ଡାଟାକୁ ପ୍ରକାଶ କରିପାରିଛି ।

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର  ଗବେଷକମାନେ କରୋନା ଭାଇରସ୍ ସଂକ୍ରମଣର ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ସଂକ୍ରମଣ କ୍ଷମତା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ୫୦୦ଟି ଭାଇରାଲ୍ ଜେନମର  ସିକ୍ୱେନ୍ସିଂ ଓ ଆନାଲିସିସ୍ କରୁଛନ୍ତି ।

ଏହା ବ୍ୟତୀତ ପୂର୍ବ ଭାରତ ବିଶେଷ କରି ଓଡ଼ିଶାରେ ଏହି କୋଭିଡ ଷ୍ଟେ୍ରନ୍, ନୂତନ ଥେରାପିଉଟିକ୍ ଟାର୍ଗେଟ ଏବଂ ମୁ୍ୟଟେସନ୍କୁ ବୁଝିବା ନିମନ୍ତେ ଏହି ଗବେଷଣା ସାହାଯ୍ୟ କରିବ । ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ବଡ଼ ଆକାରରେ କୋଭିଡ-୧୯ର ଚିହ୍ନଟ ପରୀକ୍ଷଣ ଓ ଜେନେଟିକ୍ ଏପିଡେମିଓଲଜି ଉପରେ ଅଧ୍ୟୟନ କରାଯାଉଛି ବୋଲି ଡଃ ଦାସ କହିଛନ୍ତି ।

କରୋନା ଭାଇରସ ସଂକ୍ରମଣ ବିଶ୍ୱରେ ମହାମାରୀ ରୂପ ନେଇସାରିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଏ ଦିଗରେ ଅଧିକ ଗବେଷଣା ଏବଂ ପରୀକ୍ଷଣ ସମେତ କୋଭିଡ-୧୯ର ପ୍ରକ୍ରିୟାକୁ ଚିହ୍ନଟ କରିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି ।  

0
0
0
s2sdefault